Netflix ଆଣିଲା ଟିକଟକ୍ ଭଳି ଫିଚର Fast Laugh, ଏମିତି କରିବ କାମ
ଟିକଟକ୍ ବନ୍ଦ ହେବା ପରେ ଏବେ ସର୍ଟ ଭିଡିଓ ଆପ୍ସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଛଇ। ଫେସବୁକ ହେଉ ଅବା ୟୁଟ୍ଯୁବ ପ୍ରତି ପ୍ଲାଟଫର୍ମରେ ଏକ ସର୍ଟଭିଡିଓ ଆପ୍ସ ଭଳି ଫିଚର ଆସିଛି। ଏବେ ଏହି ଦୌଡରେ ସାମିଲ ହୋଇଛି ନେଟଫ୍ଲିକ୍ସ। ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସ ଏକ ଭର୍ଟିକାଲ ଭିଡିଓ ଫିଚର ଲଞ୍ଚ କରିଛି। ଯାହାର ନାମ Fast Laugh ରହିଛି। ଏହି ଫିଚର ଟିକଟକ୍ ସହିତ ବିଲକୁଲ ମିଶୁଛି। କିନ୍ତୁ ଦୁହିଁଙ୍କର କନସେପ୍ଟ ଅଲଗା ରହିଛି।
ନେଟଫ୍ଲିକ୍ସ ୟୁଜର୍ସ ଏବେ ଛୋଟ ଏବଂ ମଜାଳିଆ ଭିଡିଓକୁ ଏଠାରେ ଦେଖିପାରିବେ। ଟିକଟକ୍ ଭଳି ଲଗାତାର ଦେଖିବା ପାଇଁ ସ୍ବାଇପ କରିବାକୁ ହେବ। ଏମିତି କରିବାରେ ଆପଣ ମୋବାଇଲରେ ସର୍ଟଭିଡିଓ ଦେଖିପାରିବେ। ନେଟଫ୍ଲିକ୍ସ ପାଖରେ ଭିଡିଓ କଣ୍ଟେଣ୍ଟର ବଡ ଲାଇବ୍ରେରୀ ରହିଛି। ତେଣୁ ଏହି ଭିଡିଓ ସବୁ ସେଠାରୁ ହିଁ ଆସିବ।
Fast Laugh ଫିଚରରେ କମ୍ପାନୀ ଏବେ ମଜାଳିଆ ଭିଡିଓ ଉପରେ ଫୋକସ କରୁଛି। ତେଣୁ ନେଟଫ୍ଲିକ୍ସ କମେଡି ବେସଡ ସିରିଜ ଓ ଶୋର କ୍ଲିପ୍ସ ଦେଖିବାକୁ ପାଇବେ ୟୁଜର୍ସ। ଆଉ ସବୁଠାରୁ ଖାସ୍ କଥା ହେଲା ଏଥିରେ ସର୍ଟ ଭିଡିଓକୁ ଆପଣ ଅନ୍ଯ ସହିତ ସେୟାର ମଧ୍ୟ କରିପାରିବେ। ହ୍ବାଟସଆପ୍, ଇନଷ୍ଟାଗ୍ରାମ, ସ୍ନାପଚାଟ୍ ଏବଂ ଟ୍ବିଟରେ ଏହି କ୍ଲିପ ସେୟାର କରିପାରିବେ।
ଏଥିରେ ପାରେଣ୍ଟ କଣ୍ଟ୍ରୋଲ ମଧ୍ୟ ଦିଆଯିବ। ଏଥିରେ ଅଭିଭାବକ ନିଷ୍ପତ୍ତି ନେବେ କି ପିଲା କ’ଣ ଦେଖିବେ। ଏପର୍ଯ୍ଯନ୍ତ ଏହି ଫିଚର କେବଳ କିଛି ନିର୍ଦ୍ଦେଶ ଅନୁଯାୟୀ ଜାରି କରାଯାଇଛି। ଭାରତରେ ଏହି ଫିଚର କେବେ ଆସିବ ତାହା ସୂଚନା ମିଳିନାହିଁ।