ଗ୍ରାହକଙ୍କୁ ନୂଆବର୍ଷ ଉପହାର ଦେଲା Netflix, ୪୯୯ ଟଙ୍କିଆ ପ୍ଲାନ ଏବେ ମାତ୍ର ୧୯୯ ଟଙ୍କାରେ

ଭିଡିଓ କଣ୍ଟେଣ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏବେ ଫିଲ୍ମ ଏବଂ େଓ୍ଵବ ସିରିଜି ଦେଖିବା ହେଲା ଶସ୍ତା। ନେଟଫ୍ଲିକ୍ସରେ ମାସିକ ସବସ୍କ୍ରିପସନରେ ୬୦ ପ୍ରତିଶତ ରିହାତି ମିଳୁଛି। ଏହି ପ୍ଲାନ ଗତକାଲି ଠାରୁ ଲାଗୁହୋଇଛି। ଯେଉଁଥିରେ ନେଟଫ୍ଲିକ୍ସରେ ମାସିକ ସବସ୍କ୍ରିପସନ ପାଇଁ ମାସକୁ ୧୪୯ ଟଙ୍କା ଦେବାକୁ ହେବ । ଦେଶରେ ଅଧିକରୁ ଅଧିକ ସବସ୍କ୍ରାଇବରଙ୍କୁ ଯୋଡିବା ପାଇଁ ନେଟ୍‌ଫ୍ଲିକ୍ସ ଏହି ପଦକ୍ଷେପ ନେଇଛି।

ମଙ୍ଗଳବାର ଠାରୁ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍ ପ୍ଲାନ୍ ମହଙ୍ଗା କରିଥିବା ବେଳେ ନେଟ୍‌ଫ୍ଲିକ୍ସ ପ୍ଲାନ୍ ଶସ୍ତା କରିଛି। ଏବେ ଏହା ମାସକୁ ୧୪୯ ଟଙ୍କାରେ ମିଳିବ। ପୂର୍ବରୁ ଏହି ପ୍ଲାନ୍ ୧୯୯ ଟଙ୍କା ଥିଲା। ଏହାସହିତ ଯାହାର ଦାମ୍ ମାସକୁ ୪୯୯ ଟଙ୍କା ଥିଲା ଏବେ ୧୯୯ ଟଙ୍କାକୁ ହ୍ରାସ ହୋଇଛି।

ଏବେ ୟୁଜର ବେସିକ୍ ପ୍ଲାନ୍ ପାଇଁ ୧୯୯ ଟଙ୍କା ଖର୍ଚ୍ଚ କରିବେ। ନେଟ୍‌ଫ୍ଲିକ୍ସର ଷ୍ଟାଣ୍ଡାର୍ଡ ପ୍ଲାନ୍‌କୁ ମଧ୍ୟ ହ୍ରାସ କରାଯାଇଛି। ଏହାର୍ ଦାମ୍ ପୂର୍ବରୁ ୬୪୯ ଥିବା ବେଳେ ଏବେ ହ୍ରାସ ହୋଇ ୪୯୯ କରାଯାଇଛି। ସେହିପରି ନେଟ୍‌ଫ୍ଲିକ୍ସର ସବୁଠାରୁ ମହଙ୍ଗା ପ୍ରିମିୟମ୍ ପ୍ଲାନ୍ ପୂର୍ବରୁ ୭୯୯ ଥିବା ବେଳେ ଏହା ଏବେ ୬୪୯ ଟଙ୍କାରେ ମିଳିବ।

netflix

ନେଟ୍‌ଫ୍ଲିକ୍ସର ମୋବାଇଲ୍ ପ୍ଲାନ୍ ଏବେ ମାସକୁ ୧୪୯ ଟଙ୍କା ଖର୍ଚ୍ଚ ହେବ। ମୋବାଇଲ୍ ପ୍ଲାନ୍ ଉଭୟ ମୋବାଇଲ୍ ଏବଂ ଟାବଲେଟ୍‌ରେ ସପୋର୍ଟ କରିବ। ଏହି ପ୍ଲାନ୍ ଦ୍ଵାରା ଗୋଟିଏ ଥରରେ ଗୋଟିଏ ଆକାଉଣ୍ଟ ଆକ୍ସେସ୍ କରିପାରିବେ। ଏହାକୁ ଆପଣ ଟିଭି କିମ୍ବା କମ୍ପ୍ୟୁଟରରେ ଆକ୍ସେସ୍ କରିପାରିବେ ନାହିଁ। ତେବେ ଷ୍ଟାଣ୍ଡାର୍ଡ ପ୍ଲାନ୍‌କୁ ଏକା ସାଙ୍ଗରେ ୨ ଜଣ ବ୍ୟବହାର କରିପାରିବେ। ଏହାର ରିଜୋଲ୍ୟୁସନ୍ ୧୦୮୦p ରହିଛି। ଏହି ଆକାଉଣ୍ଟକୁ ମୋବାଇଲ୍, ଟିଭି, କମ୍ପ୍ୟୁଟର, ଟାବଲେଟ୍‌ରେ ଆକ୍ସେସ୍ କରିପାରିବେ।

ଗତ କିଛି ଅନଲାଇନ ଭିଡିଓ ଷ୍ଟ୍ରିମିଂ ବଢିବାରେ ଲାଗିଛି। କରୋନା ମହାମାରୀ ଯୋଗୁଁ ଲୋକେ ଘରେ ବସି ଏହାକୁ ଅଧିକ ସବସ୍କ୍ରିପସନ କରୁଛନ୍ତି। କେବଳ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ, ଡିଜନୀ ହଟଷ୍ଟାର ଏବଂ ଜି ୫ ୟୁଜର୍ସ ଅଧିକ ମାତ୍ରାରେ ସବସ୍କ୍ରିପସନ କରୁଛନ୍ତି।

 

Leave A Reply

Your email address will not be published.