Netflix ପ୍ରେମୀଙ୍କ ପାଇଁ ଖୁସି ଖବର, ପୁଣି ଦୁଇଦିନ ପାଇଁ ମାଗଣାରେ ମିଳିବ ନେଟଫ୍ଲିକ୍ସ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ନିକଟରେ ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିଥିଲା । ଏବେ ଏହାକୁ ବଢାଇ ପୁଣି ଆଉ ଦୁଇଦିନ ଗ୍ରାହକଙ୍କୁ ଫ୍ରିରେ ଦେଖିବା ପାଇଁ କମ୍ପାନୀ ସୁଯୋଗ ଦେଉଛି। ଏହାକୁ Netflix StreamFest ଅଧୀନରେ କରାଯାଉଛି। ନେଟଫ୍ଲିକ୍ସ ଏହି ଷ୍ଟ୍ରିମ ଫେଷ୍ଟ ସମୟରେ ଭାରତରେ କୌଣସି ବି ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ ଦେଖିପାରିବେ। ଆଜିଠାରୁ ଅର୍ଥାତ୍ ୯ ତାରିଖରୁ ୧୧ ତାରିଖ ସକାଳ ୯ଟା ପର୍ଯ୍ଯନ୍ତ ମାଗଣାରେ ନେଟଫ୍ଲିକ୍ସ ଦେଖିପାରିବେ।

ନେଟଫ୍ଲିକ୍ସ ମୁତାବକ, ଦୁଇ ଦିନ ପର୍ଯ୍ଯନ୍ତ ସମସ୍ତ ୟୁଜର୍ସ ଏହି ସମସ୍ତ ଫିଚରକୁ ଆକସେସ୍ କରିପାରିବେ। ଯାହା ଏବେ ପ୍ରିମିୟମ ୟୁଜର୍ସଙ୍କୁ ଦିଆଯାଇଛି। ସାଇନ ଅପ୍ କରିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ଦେବାକୁ ପଡିବ ନାହିଁ। ପୂର୍ବଭଳି ନିୟମ ଏକା ରହିବ। ଆପଣ ଯଦି ନେଟଫ୍ଲିକ୍ସ ସବସ୍କ୍ରାଇବର ନ ହୋଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରିବେ।

netflix

NetflixstreamFestରେ ମାଗଣା ନେଟଫ୍ଲିକ୍ସ ଦେଖିବା ପାଇଁ Netflix.com/streamfestକୁ ଭିଜିଟ୍ କରିବାକୁ ହେବ। ଆପ୍ ଡାଉନଲୋଡ ହେବା ପରେ ସାଇନ ଅପ୍ କରିବା ପାଇଁ ଫୋନ ନମ୍ବର, ଇମେଲ ଆଇଡି, ପାସୱାର୍ଡ ଏଣ୍ଟର କରିବାକୁ ହେବ। NetflixstreamFest ରେ ସମସ୍ତ ୟୁଜର୍ସଙ୍କୁ ପ୍ରିମିୟମ ୟୁଜରଙ୍କ ଭଳି ସମସ୍ତ ଫିଚର୍ସ ଆକ୍ସେସ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.