ଆଜି ରାତି ୧୨ଟାରୁ ସମସ୍ତଙ୍କୁ ମାଗଣାରେ ମିଳିବ Netflix, ଏମିତି କରନ୍ତୁ ଆକ୍ସେସ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ମାଗଣାରେ ମିଳୁଛି ନେଟଫ୍ଲିକ୍ସ ସର୍ଭିସ। ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିବାକୁ ଘୋଷଣା କରିଛି କମ୍ପାନୀ । ଏହାକୁ Netflix StreamFest ଅଧୀନରେ କରାଯାଉଛି। ନେଟଫ୍ଲିକ୍ସ ଏହି ଷ୍ଟ୍ରିମ ଫେଷ୍ଟ ସମୟରେ ଭାରତରେ କୌଣସି ବି ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ ଦେଖିପାରିବେ। ଏଥିପାଇଁ କୌଣସି ଅର୍ଥ ଦେବାକୁ ହେବ ନାହିଁ। କିନ୍ତୁ ଏଥିପାଇଁ ନିଜର ଇମେଲ ଆଇଡି କିମ୍ବା ଫୋନ ନମ୍ବର ଜରିଆରେ ସାଇନ ଇନ, ସାଇନ ଅପ୍ କରିବାକୁ ହେବ।

ନେଟଫ୍ଲିକ୍ସ ମୁତାବକ, ଦୁଇ ଦିନ ପର୍ଯ୍ଯନ୍ତ ସମସ୍ତ ୟୁଜର୍ସ ଏହି ସମସ୍ତ ଫିଚରକୁ ଆକସେସ୍ କରିପାରିବେ। ଯାହା ଏବେ ପ୍ରିମିୟମ ୟୁଜର୍ସଙ୍କୁ ଦିଆଯାଇଛି। ସାଇନ ଅପ୍ କରିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ଦେବାକୁ ପଡିବ ନାହିଁ।

netflix

NetflixstreamFestରେ ମାଗଣା ନେଟଫ୍ଲିକ୍ସ ଦେଖିବା ପାଇଁ Netflix.com/streamfestକୁ ଭିଜିଟ୍ କରିବାକୁ ହେବ। ଆପ୍ ଡାଉନଲୋଡ ହେବା ପରେ ସାଇନ ଅପ୍ କରିବା ପାଇଁ ଫୋନ ନମ୍ବର, ଇମେଲ ଆଇଡି, ପାସୱାର୍ଡ ଏଣ୍ଟର କରିବାକୁ ହେବ। ଆକାଉଣ୍ଟ ତିଆରି ହେବା ପରେ ୱେବସାଇଟରେ ଆପ୍କୁ ଯାଇ ୫ ଏବଂ ୬ ତାରିଖ ପର୍ଯ୍ଯନ୍ତ ଫ୍ରିରେ ନେଟଫ୍ଲିକ୍ସ ଦେଖିପାରିବେ।

ଭାରତରେ ନେଟଫ୍ଲିକ୍ସ ଅଧିକରୁ ଅଧିକ ୟୁଜର୍ସକୁ ନିଜ ଅଧିନକୁ ଆଣିବା ପାଇଁ ୧୯୯ ଟଙ୍କାର ମୋବାଇଲ ଓନଲି ପ୍ଲାନ ମଧ୍ୟ ଆଣିଛି। ଏହି ପ୍ଲାନ ବେଶ୍ ଲୋକପ୍ରିୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.