ଆସିଗଲା ଦିୱାଲୀ ଅଫର, ଫ୍ରିରେ ମିଳିବ ନେଟଫ୍ଲିକ୍ସର ସବସ୍କ୍ରିପସନ

ଭାରତୀୟ ଟେଲିକମ୍ ୟୁଜର୍ସମାନେ ଏପରି ରିଚାର୍ଜ ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ସେମାନେ କଲିଂ, ଇଣ୍ଟରନେଟ୍ ଡାଟା ଏବଂ OTT ଆପ୍ସର ମାଗଣା ସବସ୍କ୍ରିପସନ ପାଇପାରିବେ । ଏପରିସ୍ଥିତିରେ ଯଦି କୌଣସି ରିଚାର୍ଜ ପ୍ଲାନରେ ମାଗଣା ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ପରି OTT ଆପ୍ ର ଫ୍ରି ସବସ୍କ୍ରିପସନ ମିଳିଯାଏ ତେବେ ଏହା ୟୁଜର୍ସଙ୍କ ପାଇଁ ବଢିଆ ସୁଯୋଗ । ଯଦି ଆପଣ ମଧ୍ୟ ନିଜ ପାଇଁ ଏଭଳି କିଛି ପ୍ଲାନ ଖୋଜୁଛନ୍ତି ତେବେ ଆମେ ଆପଣଙ୍କୁ କିଛି ରିଚାର୍ଜ ପ୍ଲାନ ବିଷୟରେ ଜଣାଇବାକୁ ଯାଉଛୁ ।
ଜିଓ ମାଗଣା ନେଟଫ୍ଲିକ୍ସର ପ୍ରଥମ ପ୍ଲାନ :
ଜିଓର ଦୁଇଟି ପ୍ରିପେଡ୍ ପ୍ଲାନ ଦ୍ୱାରା ୟୁଜର୍ସମାନେ ମାଗଣା ନେଟଫ୍ଲିକ୍ସ ଆକ୍ସେସ୍ ପାଇ ପାରିବେ । ପ୍ରଥମ ପ୍ଲାନର ଦାମ ହେଉଛି ୧୨୯୯ ଟଙ୍କା । ଏହି ପ୍ଲାନର ଭାଲିଡିଟି ୮୪ ଦିନ ରହିଛି । ଏଥିରେ ୟୁଜର୍ସମାନେ ଅନଲିମିଟେଡ ଭଏସ୍ କଲିଂ, ଦୈନିକ ୧୦୦ SMS ଏବଂ ୨GB ଡାଟା ପାଇବେ । ଏହା ବ୍ୟତୀତ ୟୁଜର୍ସମାନେ ଏହି ପ୍ଲାନରେ ନେଟଫ୍ଲିକ୍ସ ପାଇଁ ମାଗଣା ସବସ୍କ୍ରିପସନ ପାଇପାରିବେ । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ 5G ଡାଟା ଏବଂ Jio ଆପ୍ସର ମାଗଣା ଆକ୍ସେସ ପାଇପାରିବେ ।
ମାଗଣା ନେଟଫ୍ଲିକ୍ସ ସହିତ ଜିଓର ଦ୍ୱିତୀୟ ପ୍ଲାନ :
ଏହି ଲିଷ୍ଟରେ ଜିଓର ଦ୍ୱିତୀୟ ପ୍ଲାନ ହେଉଛି ୧୭୯୯ ଟଙ୍କା । ଏହି ପ୍ଲାନର ଭାଲିଡିଟି ୮୪ ଦିନ ରହିଛି । ଏଥିରେ ୟୁଜର୍ସମାନେ ଅନଲିମିଟେଡ ଭଏସ୍ କଲିଂ, ଦୈନିକ ୧୦୦ SMS ଏବଂ ୩ GB ଡାଟା ପାଇବେ । ଏହା ସହିତ ୟୁଜର୍ସମାନେ ଏହି ପ୍ଲାନରେ ନେଟଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍ ପାଇବେ । ଏହି ପ୍ଲାନରେ ୟୁଜର୍ସମାନେ ଅନଲିମିଟେଡ 5G ଡାଟା ଏବଂ Jio ଆପ୍ସର ମାଗଣା ଆକ୍ସେସ ପାଇପାରିବେ ।
ଏୟାରଟେଲର ମାଗଣା ନେଟଫ୍ଲିକ୍ସ ଅଫର :
ନେଟଫ୍ଲିକ୍ସକୁ ମାଗଣାରେ ବ୍ୟବହାର କରିବା ପାଇଁ ଏୟାରଟେଲ ସିମ୍ ୟୁଜର୍ସଙ୍କୁ ୧୭୯୮ ଟଙ୍କାର ପ୍ରିପେଡ୍ ପ୍ଲାନରେ ରିଚାର୍ଜ କରିବାକୁ ପଡିବ । ଏହି ପ୍ଲାନରେ ୟୁଜର୍ସମାନେ ୮୪ ଦିନର ଭାଲିଡିଟି ପାଇବେ । ଏଥିରେ ୟୁଜର୍ସମାନେ ଅନଲିମିଟେଡ ଭଏସ୍ କଲିଂ, ଦୈନିକ ୧୦୦ SMS ଏବଂ ୩GB ଡାଟା ପାଇବେ । ଏହା ବ୍ୟତୀତ ୟୁଜର୍ସମାନେ ଏହି ପ୍ଲାନରେ ନେଟଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍ ପାଇବେ ।