ନେଟଫ୍ଲିକ୍ସ ଆଣିଲା ଶସ୍ତା ପ୍ଲାନ, ମୂଲ୍ୟ ମାତ୍ର ୧୯୯ ଟଙ୍କା

ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ ଆରମ୍ଭ  କରିଛି। ଯାହାର ମୂଲ୍ୟ ରହିଛି ମାତ୍ର ୧୯୯ ଟଙ୍କା। ଶସ୍ତା ପ୍ଲାନ କେବଳ ମୋବାଇଲ ବ୍ୟବହାରୀଙ୍କ ପାଇଁ ହିଁ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ୨୫୦ ଟଙ୍କା ପ୍ଲାନର ପରୀକ୍ଷା କରାଯାଇଥିଲା, ଯାହା କେବଳ ମୋବାଇଲ ଗ୍ରାହକ ହିଁ ବ୍ୟବହାର କରିପାରୁଥିଲେ। ଭାରତରେ ନେଟଫ୍ଲିକ୍ସର ପ୍ଲାନ ସମଗ୍ର ବିଶ୍ବରେ ସବୁଠାରୁ ଶସ୍ତା । ଗତ କିଛି ମାସର ପରୀକ୍ଷା ପରେ ମୋବାଇଲ ଗ୍ରାହକଙ୍କ ପାଇଁ କମ୍ ଟଙ୍କାରେ ପ୍ଲାନ କରିବା ପାଇଁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାନର ଫାଇଦା ଭାରତର ଅନେକ ଗ୍ରାହକଙ୍କୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

netflex 1ସେହିଭଳି ହଟଷ୍ଟାରର ମାସିକ ପ୍ଲାନ ୧୯୯ ଟଙ୍କାର ରହିଛି । ଅନ୍ଯପଟେ ଆମାଜନ ପ୍ରାଇମ୍ ମେମ୍ବରସିପ ସହିତ ପ୍ରାଇମ ଭିଡିଓର ଫାଇଦା ଦେଉଛି। ସୂଚନାଯୋଗ୍ୟ, ସିକ୍ରେଡ ଗେମ୍ସ ସିଜନ-୨ ଅଗଷ୍ଟ ୧୫ରେ ରିଲିଜ ହେବାର ରହିଛି। ଏହାଛଡା ନେଟଫ୍ଲିକ୍ସରେ ଅନେକ ନୂଆ ଶୋ ଆସିବାର ରହିଛି। ଖାସ୍ ଏଥିପାଇଁ କମ୍ପାନୀ ମୋବାଇଲ ଗ୍ରାହକଙ୍କ ପାଇଁ ଏହି ଶସ୍ତା ପ୍ଲାନ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.