ନେଟଫ୍ଲିକ୍ସ ହେଉଛି ଏକ ଲୋକପ୍ରିୟ OTT ଷ୍ଟ୍ରିମିଂ ପ୍ଲାଟଫର୍ମ । OTT ଷ୍ଟ୍ରିମିଂ ପାଇଁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହାକୁ ବ୍ୟବହାର କରନ୍ତି । କିନ୍ତୁ ବର୍ତ୍ତମାନ ନେଟଫ୍ଲିକ୍ସ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ବାସ୍ତବରେ, ଏବେ ଖବର ଆସୁଛି ଯେ ଏପରି ଅନେକ ଦିଭାଇସ ଅଛି ଯେଉଁଥିରେ କମ୍ପାନୀ ଏହାର ସପୋର୍ଟ ବନ୍ଦ କରିଦେଇଛି । ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଫୋନରେ ନେଟଫ୍ଲିକ୍ସ ଚଲାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହେବାକୁ ଯାଉଛି ।
ତେବେ ଆପଣଙ୍କୁ କହି ରଖୁଛୁ ଯେ ନେଟଫ୍ଲିକ୍ସ ସମ୍ବନ୍ଧୀୟ ଏହି ବଡ ଅପଡେଟ୍ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଅଟେ । କମ୍ପାନୀ ଅନେକ ଆଇଫୋନରେ ଏହାର ସପୋର୍ଟ ବନ୍ଦ କରିଦେଇଛି । ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଆଇଫୋନ୍ ୟୁଜର୍ସଙ୍କୁ ବର୍ତ୍ତମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା । ନେଟଫ୍ଲିକ୍ସ ଆଉ କିଛି ଆଇଫୋନ୍ ମଡେଲରେ ଚାଲିବ ନାହିଁ ।
ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ବର୍ତ୍ତମାନ iOS 16 ଏବଂ iPadOS 16 ଏହି ଆପର ସପୋର୍ଟ ମିଳିବନି । ଏହାର ଅର୍ଥ ହେଉଛି ନେଟଫ୍ଲିକ୍ସ ସେହି ଆଇଫୋନ୍ ଗୁଡିକରେ ଚାଲିବନି ଯାହା iOS 17 କୁ ଅପଗ୍ରେଡ୍ ହୋଇପାରିବ ନାହିଁ ।
ଏହି ସବୁ ଡିଭାଇସରେ କାମ କରିବନି ନେଟଫ୍ଲିକ୍ସ:
ଆଇଓଏସ୍ ଡିଭାଇସ୍ ଯାହା ଆଉ ନେଟଫ୍ଲିକ୍ସ ଚଳାଇବାକୁ ସମର୍ଥ ହେବ ନାହିଁ ଯଥା: ଆଇଫୋନ୍ 8, ଆଇଫୋନ୍ 8 ପ୍ଲସ୍, ଆଇଫୋନ୍ ଏକ୍ସ, ଆପଲ୍ ର ଫାଷ୍ଟ ଜେନେରେସନ ଆଇପ୍ୟାଡ୍ ପ୍ରୋ ଏବଂ ଆଇପ୍ୟାଡ୍ 5 ଆଦି ସାମିଲ ରହିଛି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏହି ଦିଭାଇସଗୁଡ଼ିକ ମଧ୍ୟରୁ କୌଣସିଟି ଅଛି, ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣ ଏଥିରେ ଥିବା ଲୋକପ୍ରିୟ OTT ଷ୍ଟ୍ରିମିଂ ଆପ୍ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ଏକ କମ୍ପାନୀ ପୁରୁଣା ଡିଭାଇସ୍ ପାଇଁ ଏହାର ସପୋର୍ଟ ବନ୍ଦ କରୁଛି । ନେଟଫ୍ଲିକ୍ସ ପରି ହ୍ୱାଟ୍ସଆପ୍ ମଧ୍ୟ ଏଭଳି ପଦକ୍ଷେପ ନେଇଛି । ହ୍ୱାଟ୍ସଆପ୍ ପ୍ରାୟତଃ ପୁରୁଣା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ କୁ ସପୋର୍ଟ କରିବା ବନ୍ଦ କରିଦିଏ । କମ୍ପାନୀଗୁଡିକ ପ୍ରାୟତଃ ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ଗ୍ରହଣ କରନ୍ତି ।