Categories: ଟେକ୍

ଆପଣଙ୍କ ଫୋନ ଯଦି ପାଣିରେ ପଡିଯାଇଛି ତେବେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ନଚେତ ପଡିପାରନ୍ତି ଅସୁବିଧାରେ

ଏହି ବର୍ଷାଦିନେ ଆପଣଙ୍କ ଫୋନ ଯଦି କେବେ ପାଣିର ସଂସ୍ପର୍ଶରେ ଆସିଥାଏ  ତେବେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିାନ୍ତି। ବେଳେ ବେଳେ ଏମିତି ବି ଅଚାନକ ଆପଣଙ୍କ ଫୋନ ପାଣିରେ ପଡିଯାଇଥାଏ ଯାହା ଫଳରେ ଆପଣଙ୍କ ଫୋନର ଅନେକ ପାର୍ଟସ ଡ୍ୟାମେଜ ହୋଇଥାଏ। ଏହି କଥାକୁ ଧ୍ୟାନରେ ରଖିବା ଆବଶ୍ୟକ ଯଦି ଆପଣଙ୍କ ଫୋନ Splash proof  କୋଟିଙ୍ଗ ତେବେ ଏହାର ଅର୍ଥ ନୁହେଁ ଆପଣଙ୍କ ଫୋନ ପାଣିର ପୂର୍ଣ୍ଣମାତ୍ରାରେ ନିରାପଦ। ତେଣୁ ଫୋନରେ ପାଣି ପାଶିବା ବେଳେ ଭୁଲରେ ବି କରିବେ ନାହିଁ ଏହି ସବୁ କାମ

ଆହୁରି ପଢନ୍ତୁ ଯଦି ଆପଣଙ୍କ କାରରେ ଲାଗିଛି ଏହି ୧୦ଟି ଆକ୍ସେସୋରିଜ ତାହେଲେ ହୋଇଯାନ୍ତୁ ସାବଧାନ,ଆସିପାରେ ଆପଣଙ୍କ ଜୀବନ ଉପରେ ବିପଦ

୧-ଯଦି ଆପଣଙ୍କ ଫୋନରେ ପାଣି ପଡିଯାଇଛି ତେବେ ତାକୁ ଶୁଖାଇବା ପାଇଁ ଭୁଲରେ ସୁଦ୍ଧା ହେୟାର ଡ୍ରାୟରର ଗରମ ପବନକୁ ବ୍ୟବହାର କରନ୍ତୁ ନାହିଁ।
୨- ଭିଜିଯାଇଥିବା ସ୍ମାର୍ଟ ଫୋନର ବ୍ୟାଟେରୀକୁ ଚାର୍ଜ କରିବା ପାଇଁ କେବେ ବି ଓ୍ୱାଲ ସକେଟର ବ୍ୟବହାର କରନ୍ତୁ ନାହିିଁ ଅର୍ଥାତ ଏହି ଫୋନକୁ ଚାର୍ଜରେ ଲଗାନ୍ତୁ ନାହିଁ।
୩- ପାଣିରେ ଭିଜି ଯାଇଥିବା ସ୍ମାର୍ଟ ଫୋନର ହେଡ ଫୋନ ଜ୍ୟାକରେ କେବେ ବି ଇୟର ଫୋନ କନେକ୍ଟ କରନ୍ତୁ ନାହିଁ।
୪- ସିମକୁ ବାହାର କରିବା ପାଇଁ ସିମ୍‌ କାର୍ଡ ସ୍ଲଟକୁ ଖୋଲନ୍ତୁ ନାହିଁ ଏହା ଦ୍ୱାରା ପାଣି ଫୋନ ଭିତରକୁ ଚାଲିଯିବାର ସମ୍ଭାବନା ରହିଥାଏ।

୫-ଫୋନରେ ପାଣି ପଶିଯିବା ପରେ ଏହାକୁ ତୁରନ୍ତ ସ୍ବିଚ୍ ଅଫ କରିଦିଅନ୍ତୁ।
୬- ସ୍ମାର୍ଟ ଫୋନରୁ ପାଣି କାଢିବା ପାଇଁ ଅଧିକ ସମୟ ହଲାହଲି କରନ୍ତୁ ନାହିଁ। କାହିଁକିନା ଏହା କରିବା ଦ୍ବାରା ପାଣି ସର୍କିଟ ଭିତରକୁ ଚାଲି ଯାଇଥାଏ।
୭- ଫୋନକୁ ଡିସ ଆସେମ୍ବଲ୍ ଓ ବ୍ୟାଟେରୀ କାଢିବାକୁ ଚେଷ୍ଟା କରନ୍ତୁ ନାହିଁ।

୮ ଫୋନର ରିପ୍ୟାରିଂ ପାଇଁ ଯେତେବେଳେ ଆପଣ ସର୍ଭିସ ସେଣ୍ଟର ଯାଉଛନ୍ତି ସେତେବେଳେ ପାଣିପାଇଁ ଫୋନ ଡ୍ୟାମେଜ ହୋଇଥିବା ଟେକ୍ନିସିଆନଙ୍କୁ କୁହନ୍ତୁ। ଫୋନର କୌଣସି ବି ସମସ୍ୟା ଟେକ୍ନିସିଆନଙ୍କୁ ଲୁଚାନ୍ତୁ ନାହିଁ। କାରଣ ଆପଣଙ୍କ ଫୋନର କିଛି ବି ସମସ୍ୟା ଯଦି ଆପଣ ଲୁଚାଉଥାନ୍ତି ତେବେ ଅଜାଣତରେ ଆପଣଙ୍କ ଫୋନ ଅତ୍ୟଧିକ କ୍ଷତି ହୋଇପାରେ।
୯- ଆପଣଙ୍କ ଫୋନରେ ଅଧିକ ପାଣି ନଯିବାକୁ ଚାହୁଁଥିଲେ ବାରମ୍ବାର ଭଲ୍ୟୁମ ଓ ପାୱାର ବଟନକୁ ଦବାନ୍ତୁ ନାହିଁ।
୧୦ ପାଣିରେ ଭିଜିଥିବା ସ୍ମାର୍ଟ ଫୋନକୁ ପବନରେ ରଖନ୍ତୁ ନାହିଁ ଓ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। କାହିଁକିନା ଏହା କରିବା ଦ୍ବାରା ମଇଶ୍ଚର ବଢିଯାଇଥାଏ।

 

Sasmita

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

15 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

42 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

43 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago