ସ୍ମାର୍ଟଫୋନକୁ କ୍ଲିନ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ, ନଚେତ ଭୋଗିପାରନ୍ତି ବଡ କ୍ଷତି

ଆଜିର ସମୟରେ ସ୍ମାର୍ଟଫୋନ ଆମର ସବୁଠୁ ବଡ ଆବଶ୍ୟକତା ବନିଯାଇଛି। ଏହାବିନା ଯେମିତି ଅନେକ କାମ ଅଧୁରା ରହିଯାଏ। ଆଜିକା ଡେଟରେ ସ୍ମାର୍ଟଫୋନର ବ୍ୟବହାର ବିପୁଳ ମାତ୍ରାରେ କରାଯାଉଛି। ତେଣିକି ତାହା ଏଜୁକେସନ, ବିଜନେସ, ୟୁଟିଲିଟୀ ଆଦି କ୍ଷେତ୍ର ହେଉ ନା କାହିଁକି। ଏହି ସ୍ମାର୍ଟଫୋନ ଦୁନିଆକୁ ନୂଆ ପରିଭାଷିତ କରିବା କାମ କରିଥାଏ। ଏହି ସବୁଠାରୁ ବଡ କାରଣ, ଯେଉଁଥିପାଇଁ ଆଜି ସାରାବିଶ୍ୱରେ କୋଟି କୋଟି ଲୋକଙ୍କ ପାଖରେ ସ୍ମାର୍ଟଫୋନ ରହିଛି।

ସେହିପରି ଅଧିକ ସମୟ ଧରି ସ୍ମାର୍ଟଫୋନ ଧରିବା କାରଣରୁ ଏଥିରେ ବହୁତ ମଇଳା ବା ଧୂଳି ମଳି ଜମା ହୋଇଯାଏ। ଏମିତିରେ ଅନେକ ଲୋକ ସବୁବେଳେ ନିଜ ସ୍ମାର୍ଟଫୋନକୁ ସଫା କରନ୍ତି। ଯଦି ଆପଣ ମଧ୍ୟ ନିଜ ସ୍ମାର୍ଟଫୋନକୁ କ୍ଲିନିଙ୍ଗ କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କୁ କିଛି ଖାସ୍‌ କଥାକୁ ଧ୍ୟାନରେ ରଖିବାକୁ ହେବ। ଆଉ ଯଦି ଆପଣ ଏହା ଉପରେ ଧ୍ୟାନ ଦେଉନାହାଁନ୍ତି ତାହେଲେ ଆପଣଙ୍କୁ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଖାଲି ଏତିକି ନୁହେଁ ଆପଣଙ୍କ ସ୍ମାର୍ଟଫୋନ ବି ଖରାପ ହୋଇପାରେ। ଖାସ୍‌ କରି ଏହି ସମସ୍ୟା ପାଇଁ ଆମେ ଆପଣଙ୍କ ପାଇଁ କିଛି ଖାସ୍‌ ଟିପ୍ସ ନେଇ ଆସିଛୁ ଯାହାକୁ ଫୋନ୍‌ କ୍ଲିନ କରିବା ସମୟରେ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ।

ସ୍ମାର୍ଟଫୋନ ସଫା କରିବା ସମୟରେ ଆପଣଙ୍କୁ ଓ୍ଵାଇପ୍‌ ବ୍ୟବହାର କରିବା ଉଚିତ। ଆପଣ ଓ୍ଵାଇପ୍‌ ସାହାଯ୍ୟରେ ସହଜରେ ନିଜ ସ୍ମାର୍ଟଫୋନର ସ୍କ୍ରୀନକୁ କ୍ଲିନ କରିପାରିବେ। ଏଥିରେ ଆପଣଙ୍କୁ କୌଣସି ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିବନାହିଁ।

ପ୍ରାୟତଃ ଲୋକମାନେ ସ୍କ୍ରୀନକୁ ସଫା କରିବା ସମୟରେ ତାହା ଉପରେ ଅଧିକ ପ୍ରେସର ଦେଇ ସଫା କରନ୍ତି। ଯଦି ଆପଣ ଏହି ଭୁଲ କରୁଛନ୍ତି ତାହେଲେ ଏମିତି ବିଲକୁଲ ବି କରନ୍ତୁନାହିଁ। ଏପରି କଲେ ଆପଣଙ୍କ ସ୍ମାର୍ଟଫୋନର ଡିସପ୍ଲେରେ ଡେଣ୍ଟ ଏବଂ କ୍ରୋକ ଆସିପାରେ। ଏହାବ୍ୟତୀତ ଆପଣଙ୍କ ମୋବାଇଲ ଫୋନର ସ୍କ୍ରୀନ ଡ୍ୟାମେଜ୍‌ ବି ହୋଇପାରେ।

ସ୍ମାର୍ଟଫୋନକୁ ବ୍ୟବହାର କରିବା ସମୟରେ କେବେବି ପାଣିର ବ୍ୟବହାର କରନ୍ତୁନାହିଁ। ଏପରି କଲେ ଆପଣଙ୍କ ସ୍ମାର୍ଟଫୋନ ଖରାପ ହୋଇପାରେ। ଫୋନକୁ ସବୁବେଳେ ଭଲ କ୍ଲିନରରେ ସଫା କରନ୍ତୁ। କ୍ଲିନର ଦ୍ୱାରା ଫୋନକୁ ସଫା କରିବା ଦ୍ୱାରା ଆପଣଙ୍କ ଫୋନ ଭିତରକୁ ଲିକ୍ୱିଡ ଯାଇନଥାଏ ଏବଂ ଆପଣଙ୍କ ଫୋନ ବି ସଫା ହୋଇଯାଇଥାଏ।

ଏହାଛଡା ଯେତେବେଳେ ବି ଆପଣ ନିଜ ସ୍ମାର୍ଟଫୋନକୁ ସଫା କରୁଛନ୍ତି ସେତେବେଳେ ବ୍ୟାକ କଭର ଉପରେ ବିଶେଷ ଧ୍ୟାନ ରଖନ୍ତୁ। ଯଦି ଫୋନକୁ ସଫା କରିବା ସମୟରେ ଭୁଲରେ କ୍ୟାମେରା ଉପରେ କୌଣସି ପ୍ରକାର ସ୍କ୍ରାଚ୍‌ ଆସିଯାଏ ତାହେଲେ ଆପଣଙ୍କ ଫୋନର କ୍ୟାମେରା ଖରାପ ମଧ୍ୟ ହୋଇଯିବାର ସମ୍ଭାବନା ବେଶ ବଢ଼ିଯାଏ।

ସ୍ମାର୍ଟଫୋନକୁ ସଫା କରିବା ସମୟରେ ଏହି କଥା ଉପରେ ଖାସ୍‌ ଧ୍ୟାନ ରଖନ୍ତୁ ଯେ କୌଣସି ପ୍ରକାର ଲିକ୍ୱିଡ, ଚାର୍ଜିଙ୍ଗ ଜ୍ୟାକ କିମ୍ବା ମାଇକ ଭିତରକୁ ଯେପରି ଚାଲି ନଯାଏ। ଏମିତି ହେଲେ ଆପଣଙ୍କ ସ୍ମାର୍ଟଫୋନ ଖରାପ ମଧ୍ୟ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.