ବଜାରକୁ ଆସିଲା ନୂଆ ବଜାଜ୍ ପ୍ଲାଟିନା ୧୧୦ ସିସି , ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ବଜାଜ୍ ଅଟୋ ୧୧୦ସିସି ଇଞ୍ଜିନ୍ ସହିତ ଲଞ୍ଚ କରିଛି ନୂଆ ବଜାଜ୍ ପ୍ଲାଟିନା। ଏହି ନୂଆ ପ୍ଲାଟିନାର ଦିଲ୍ଲୀରେ ଏକ୍ସ ସୋରୁମ୍ ମୂଲ୍ୟ ୪୯,୧୯୭ ରହିଛି। କମ୍ପାନି ଏହାକୁ ଟ୍ୟୁବଲେସ ଟାୟାର, ଡୁଆଲ ସ୍ପିରଂ ଅନ ସ୍ପିରଂ ଏବଂ ନାଇଟ୍ରୋକ୍ସ ସ୍ପୋକ୍ ଅଜବର୍ସ ଏବଂ ଆଣ୍ଟି-ସ୍କିଡ଼ ବ୍ରେକ୍ ଭଳି ଶାନଦାର ଫିଚର ସହିତ ଲଞ୍ଚ କରିଛି। ତେବେ ଏହି ରେଞ୍ଜରେ ଥିବା ବାଇକ୍ ମାନଙ୍କ ମଧ୍ୟରେ ଏହା ସବୁଠାରୁ ଦମଦାର ରହିଛି। ତେବେ ପ୍ଲାଟିନା ୧୧୦ ବାଇକ୍ ଆସିବା ପରେ ଅନ୍ୟ ବାଇକ୍ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କିଛି ମାତ୍ରାରେ ବଢ଼ିଯାଇଛି।

platina

କଣ ରହିଛି ଫିଚର

ନୂଆ ପ୍ଲାଟିନାରେ ୧୧୫ସିସି ସିଙ୍ଗଲ-ସିଲିଣ୍ଡର, ଏୟାର- କୁଲ୍ଡ ଇଞ୍ଜିନ ରହିଛି। ୪ ସ୍ପିଡ଼ ଟ୍ରାନ୍ସମିସନ ରହିଥିବା ବେଳେ ୧୧୦ଏମଏମ୍ ସ୍ପ୍ରିଙ୍ଗ ଅନ ସ୍ପ୍ରିଙ୍ଗ ସପେନ୍ସ ଦିଆଯାଇଛି। ଏହା ଦ୍ବାରା ରାସ୍ତାରେ ଅଧିକ ଧକଡ଼କଚଡ଼ ଅନୁଭୂତ ହେବ ନାହିଁ। ତେବେ ପ୍ଲାଟିନମ୍ ୧୦୦ ଭଳି ଏହାର ମାଇଲେଜ୍ ମଧ୍ୟ ବେଶ ଦମଦାର ରହିବ।

ବାଇକକୁ ନୂଆ ଲୁକ୍ ଦେବା ପାଇଁ କମ୍ପାନି ଏହାର ଗ୍ରାଫିକ୍ସରେ କିଛିଟା ପରିବର୍ତ୍ତନ କରିଛି। ତେବେ ଏହାକୁ ବର୍ତ୍ତମାନ ଗ୍ରେ ଡେକଲ୍ସ , ବ୍ଲାକ୍, କକଟେଲ ବ୍ରାଉନ ରେଡ଼ ଏବଂ ବ୍ଳୁ ଡ଼େକଲ୍ସରେ ଉପଲବ୍ଧ କରାଯାଇଛି।