ନୂଆଦିଲ୍ଲୀ : ଲୋକପ୍ରିୟ ମେସେଞ୍ଜିଂ ଆପ ହ୍ବାଟ୍ସଆପର ବ୍ଯବହାର ଏବେ ସାରା ଦୁନିଆର ଲୋକ କରୁଛନ୍ତି। ପରସ୍ପରର ମଧ୍ୟରେ ଭାବର ଆଦାନପ୍ରଦାନର ଏକ ସହଜ ଏବଂ ସୁବଧା ମାଧ୍ୟମରେ ପରିଣତ ହୋଇଛି ହ୍ବାଟ୍ସଆପ। ତେବେ ଗ୍ରାହକଙ୍କ ପାଇଁ ଏବେ ଆଉ ଏକ ଦମଦାର ନୂଆ ଫିଚର ଲଞ୍ଚ କରିଛି ହ୍ବାଟ୍ସଆପ। ଏହା ଦ୍ବାରା ଗ୍ରାହକ ଆରାମରେ ନିଜର ଛୁଟିକୁ ବିତାଇପାରିବେ। କମ୍ପାନି ଏବେ ଏହାର ଟେଷ୍ଟିଂ କରୁଥିବା ବେଳେ ଏହାର ନାମ ଭେକେସନ୍ ମୋଡ଼ ରଖାଯିବ।
ଏହି ଫିଚରରେ ଆପଣ ଭେକେସନ୍ ମୋଡ଼କୁ ଅନ କରି ଆପଣ ବିନା କୌଣସି ଚିନ୍ତାରେ ଛୁଟିର ମଜା ନେଇପାରିବେ। ଏହା ଦ୍ବାରା ଆପଣଙ୍କ ସମସ୍ତ ପ୍ରକାରର ଚାଟ ଏବଂ ନୋଟିଫିକେସନ୍ ମ୍ଯୁଟ ହୋଇଯିବ। ଯାହା ଫଳରେ ଆପଣଙ୍କ ଛୁଟିରେ କୌଣସି ପ୍ରକାରର ବାଧା ଆସିବ ନାହିଁ।
ଏହି ଫିଚରକୁ ଅନ କରିବା ଦ୍ବାରା ସେହି ସମୟର ସମସ୍ତ ମେସେଜ୍ ଆରକାଇବକୁ ପଳାଇଯିବ। ପରେ ଯଦି ଆପଣ ମେସେଜ୍ ବା ନୋଟିଫିକେସନ ଜାଣିବାକୁ ଚାହୁଁଥିଲେ ଆପଣ ପ୍ରିଭ୍ଯୁ ମେସେଜକୁ ଯାଇ ଚେକ୍ କରିପାରିବେ। ତେବେ କମ୍ପାନି ଗ୍ରାହକଙ୍କ ଚାର୍ଟକୁ ମଜାଦାର କରିବା ପାଇଁ ନୁହଁ ଷ୍ଟିକର ଫିଚର ଆଣିଥିଲା। ଏହା ଛଡ଼ା ହ୍ବାଟ୍ସଆପରେ ଡ଼ିଲିଟ ଫର ଏବରୀବନ୍ ଭଳି କିଛି ଫିଚରରେ ମଧ୍ୟ ପରିବର୍ତ୍ତନ କରିଛି।