ଆସିଲା ହ୍ଵାଟସ୍‌ ଆପର ନୂଆ ଫିଚର, ଏବେ ମ୍ୟାକବୁକରେ ସେୟାରେ କରିପାରିବେ ଷ୍ଟାଟସ

ହ୍ଵାଟସ୍ ଆପ୍ ହେଉଛି ଏମିକି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍, ଯାହାକୁ ବିଶ୍ୱର କୋଟି କୋଟି ୟୁଜର ବ୍ୟବହାର କରୁଛନ୍ତି । ଲୋକମାନେ ନିଜ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା, ଅଡିଓ-ଭିଡିଓ କଲ କରିବା, ଅଡିଓ-ଭିଡିଓ ଫାଇଲ୍ ସେୟାର କରିବା ପାଇଁ ହ୍ଵାଟସ୍ ଆପ୍ ବ୍ୟବହାର କରନ୍ତି । ଏହି ଆପ୍ ଲୋକମାନଙ୍କର ବେଶ୍ ପସନ୍ଦ । ଦେଶରେ ଅନେକ ୟୁଜର ମେସେଜ୍‌, ଭିଡିଓ-ଅଡିଓ କଲ୍‌ ପାଇଁ ଏହି ଆପକୁ ହିଁ ବ୍ୟବହାର କରନ୍ତି । କମ୍ପାନୀ ସମୟ ସମୟରେ ନିଜ ୟୁଜରମାନଙ୍କ ପାଇଁ ନୂଆ ଫିଚର ଆଣିଥାଏ, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୁଏ । ବର୍ତ୍ତମାନ ହ୍ଵାଟସ୍ ଆପ୍ ମ୍ୟାକବୁକ୍ ୟୁଜରଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଖବର ଅନୁଯାୟୀ ମ୍ୟାକବୁକ୍‌ ୟୁଜରଙ୍କ ପାଇଁ କମ୍ପାନୀ ଏକ ନୂଆ ଫିଚର ଆଣିଛି । ଏହି ଫିଚର ବିଷୟରେ ଆସନ୍ତୁ ଡିଟେଲ୍ସରେ ଜାଣିବା ।

ରିପୋର୍ଟ ଅନୁଯାୟୀ ହ୍ଵାଟସ୍ ଆପରେ ଖୁବଶୀଘ୍ର ଏକ ନୂଆ ଫିଚର ଆସୁଛି, ଯାହା ମ୍ୟାକବୁକ୍ ୟୁଜରଙ୍କୁ ଡେସ୍କଟପରେ ଷ୍ଟାଟସ୍ ଅପଡେଟ୍ ସେୟାର କରିବାକୁ ସୁବିଧା ଦେବ। ବର୍ତ୍ତମାନ ଏହି ଫିଚର କେବଳ ମ୍ୟାକ୍ ବିଟା ଟେଷ୍ଟରଙ୍କ ପାଇଁ ରହିଛି ଏବଂ ଆପର ଭର୍ସନ ୨୪.୧୧.୭୩ ରେ ବ୍ୟବହାର କରାଯାଇପାରିବ । ଏହି ନୂଆ ଫିଚର ସାହାଯ୍ୟରେ ଆପଣ ଆପଣଙ୍କର ଲିଙ୍କ୍ ହୋଇଥିବା ମୋବାଇଲ୍ ଫୋନରୁ ଫଟୋ, ଭିଡିଓ, GIF, ଟେକ୍ସଟ୍‌ ଏବଂ ଭଏସ୍ ମେସେଜ୍ ସିଧାସଳଖ ଆପଣଙ୍କ କମ୍ପ୍ୟୁଟରର ଷ୍ଟାଟସରେ ସେୟାର କରିପାରିବେ । ଏହା ଦ୍ୱାରା ଆପଣ ପ୍ରଥମ ଡିଭାଇସ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ଯେକୌଣସି ଡିଭାଇସରୁ ଆପଣଙ୍କର ଷ୍ଟାଟସକୁ ସହଜରେ ସେୟାର କରିପାରିବେ ।

ଯେଉଁମାନେ ଅଧିକାଂଶ ସମୟରେ କମ୍ପ୍ୟୁଟରରେ କାମ କରନ୍ତି ସେମାନଙ୍କ ପାଇଁ ଏହି ଫିଚର ଅତ୍ୟନ୍ତ ଲାଭଦାୟକ ହେବ । ଏହି ୟୁଜରମାନଙ୍କୁ ଷ୍ଟାଟସ୍‌ ଅପଡେଟ୍ କରିବା ପାଇଁ ବାରମ୍ବାର ଫୋନ୍ ଉଠାଇବାକୁ ପଡିବ ନାହିଁ । ବର୍ତ୍ତମାନ ୟୁଜରମାନେ ସେମାନଙ୍କର ଡେସ୍କଟପରୁ ସିଧାସଳଖ ଷ୍ଟାଟସ୍‌ ସେୟାର କରିପାରିବେ ।

You might also like