ଟ୍ୱିଟର ଆଣିଲା ନୂଆ ଫିଚର, ଏବେ ଟ୍ୱିଟକୁ ୨୦ ଅଲଗା ଅଲଗା ଲୋକଙ୍କୁ କରିପାରିବେ ସେୟାର

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର କହିଛି ଯେ ୟୁଜର୍ସ ଏବେ ଗୋଟିଏ ଟ୍ୱିଟକୁ ୨୦ ଅଲଗା ଅଲଗା ଡିଏମ୍ ଆଲୋଚନାରେ ସେୟାର କରିପାରିବେ । ଏହା ଏକ ନୂଆ ସୁବିଧା । ଏନେଇ ଟ୍ୱିଟର ଘୋଷଣା କରିଛି । କମ୍ପାନୀ ଏକ ଟ୍ୱିଟରେ କହିଛି ଯେ ଯେତେବେଳେ ଆପଣ ଏକାଧିକ ଲୋକଙ୍କୁ ଗୋଟିଏ ଟ୍ୱିଟରେ ଡିଏମ୍ କରନ୍ତି ତେବେ ଅନ୍ୟ କେହି ଗ୍ରୁପ୍ ଚାଟ୍ କରନ୍ତି ନହିଁ । କିନ୍ତୁ ଏବେ ଆପଣ ଗୋଟିଏ ଟ୍ୱିଟକୁ ୨୦ ଅଲଗା ଅଲଗା ଡିଏମ୍ ଗ୍ରୁପରେ ଅଲଗା ଅଲଗା ଭାବେ ସେୟାର କରିପାରିବେ ।

ଏହି ଫିଚର୍ ଆଗାମୀ କିଛି ସପ୍ତାହରେ ପ୍ରଥମେ ଆଇଓଏସ୍ ଏବଂ ଟ୍ୱିଟରର ୱେବ୍ ଭର୍ସନ ଏବଂ ଏହା ପରେ ଆଣ୍ଡ୍ରଏଡରେ ଆସିବ । ଆଇଓଏସ୍ ୟୁଜର୍ସଙ୍କ ପାଇଁ ଟ୍ୱିଟର ଡିଏମ୍ ଟାଇମଷ୍ଟେପ୍ସରେ ପରିବର୍ତ୍ତନ କରୁଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ କହିଛି ଯେ କମ୍ପାନୀ କମ୍ ଟାଇମଷ୍ଟେପ୍ସ ଅବ୍ୟବସ୍ଥା ପାଇଁ ସନ୍ଦେଶକୁ ସ୍ଥିତି ଅନୁସାରେ ଗ୍ରୁପ୍ କରି ଆଲୋଚନାକୁ ସ୍କାନ୍ କରିବା ସହଜ କରିଛି ।

ଆଉ ଏକ ଫିଚର ଯୋଡି ଟ୍ୱିଟର କହିଛି କି ଯେବେ ଆପଣ ଚାଟକୁ ସ୍କ୍ରଲ୍ କରୁଛନ୍ତି ତେବେ ଏକ ନୂଆ କ୍ୱିକ୍ ସ୍କ୍ରଲ୍ ବଟନ ଡାଉନୱର୍ଡ ଏରୋ ଆପଣଙ୍କୁ ନୂଆ ମେସେଜ ଅପ୍ସନକୁ ଯିବାକୁ ଦେଉଛି । ଏହି ଫିଚର ଆଣ୍ଡ୍ରଏଡ୍ ଓ ଆଇୋଏସ୍ ଉଭୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।

 

 

Leave A Reply

Your email address will not be published.