୯୦ ଲକ୍ଷ ଆଣ୍ଡ୍ରଏଡ୍‌ ଡିଭାଇସରେ ବ୍ୟାପୁଛି ନୂଆ ମାଲେଓ୍ଵୟାର ‘ଗରିଲା’, ଜାଣନ୍ତୁ ଆପଣଙ୍କ ଫୋନକୁ ଏଥିରୁ କେମିତି କରିବେ ରକ୍ଷା

ସାଇବର ଅପରାଧୀ ଲୋକଙ୍କୁ ଟାରଗେଟ୍‌ କରନ୍ତି ଏବଂ ତାଙ୍କ ଡିଭାଇସରୁ ଡାଟା ଚୋରି କରିବା ପାଇଁ ତାଙ୍କୁ ମାଲେଓ୍ଵୟାର ସହ ଇନଫେକ୍ଟ କରନ୍ତି । ପରେ ଡାଟାକୁ ବ୍ଲାକ ମାର୍କେଟରେ ବିକ୍ରି କରିଦିଅନ୍ତି ନଚେତ ଅପବ୍ୟବହାର କରନ୍ତି ।

ମାଲେଓ୍ଵୟାର ଆଟାକ ମାମଲା ନିକଟରେ ଅନେକ ଦେଖିବାକୁ ମିଳିଲାଣି । ସାଇବର ଅପରାଧୀ ଲୋକଙ୍କୁ ଟାରଗେଟ୍‌ କରନ୍ତି ଏବଂ ତାଙ୍କ ଡିଭାଇସରୁ ଡାଟା ଚୋରି କରିବା ପାଇଁ ତାଙ୍କୁ ମାଲେଓ୍ଵୟାର ସହ ଇନଫେକ୍ଟ କରନ୍ତି । ପରେ ଡାଟାକୁ ବ୍ଲାକ ମାର୍କେଟରେ ବିକ୍ରି କରିଦିଅନ୍ତି ନଚେତ ଅପବ୍ୟବହାର କରନ୍ତି । ଏଥିପାଇଁ କମ୍ପାନର ଦ୍ୱାରା ଅନେକ ପ୍ରକାରର ଉପାୟ ଆପଣାଯାଉଛି କିନ୍ତୁ ଏହି ମାମଲା ଥମିବାର ନାଁ ଧରୁନାହିଁ ।

ଏକ ତାଜା ରିପୋର୍ଟରୁ ଜଣାପଡିଛି ଯେ ଲେମନ ଗ୍ରୁପ ନାମକ ଏକ ସାଇବରକ୍ରାଇମ ଅର୍ଗାନାଇଗେସନ କଥିତ ଭାବେ ସାରା ଦୁନିଆରେ ପ୍ରାୟ ୮.୯ ମିଲିୟନ ଆଣ୍ଡ୍ରଏଡ ଡିଭାଇସେଜରେ ଗରିଲା ନାମକ ମାଲେଓ୍ଵୟାରକୁ ଇନଷ୍ଟଲ କରାଯାଇଛି । ଏହି ମାଲେଓ୍ଵୟାର ସ୍ମାର୍ଟଓ୍ଵାଚ୍‌, ସ୍ମାର୍ଟଫୋନ, ଟିଭିଏସ ଏବଂ ଟିଭି ବକ୍ସ ଭଳି ଆଣ୍ଡ୍ରଏଡ୍‌ ଡିଭାଇସକୁ ପ୍ରଭାବିତ କରିଛି ।

ଜାପାନର ମଲ୍ଟିନ୍ୟାସନାଲ ସାଇବର ସିକ୍ୟୁରିଟୀ କମ୍ପାନୀ ଟ୍ରେଣ୍ଡ ମାଇକ୍ରୋ ନିଜର ଲାଟେଷ୍ଟ ରିପୋର୍ଟରେ ଦାବି କରିଛି ଯେ ମାଲେଓ୍ଵୟାର ଆଣ୍ଡ୍ରଏଡ ୟୁଜର୍ସଙ୍କ ଆକାଉଣ୍ଟସ ଏବଂ ବ୍ୟକ୍ତିଗତ ଡାଟାକୁ ବିପଦରେ ପକାଇଛି । ରିପୋର୍ଟରେ କୁହାଯାଇଛି ଯେ ସ୍କାମର୍ସ ଡିଭାଇସରେ ପ୍ରି-ଇନଷ୍ଟଲଡ ମାଲେଓ୍ଵୟାରର ବ୍ୟବହାର ଅନେକ ଖତରନାକ ଆକ୍ଟିଭିଟୀ ପାଇଁ କରୁଛି । ଯେମିତିକି ଆଡିସନାଲ ପେଳୋଡ ଲୋଡ କରିବା, ଏସଏମଏସ ରୁ ଓ୍ଵାନ୍‌ ଟାଇମ୍‌ ପାସଓ୍ଵାର୍ଡ ବାହାର କରିବା, ଇନଫେକଟେଡ ଡିଭାଇସରୁ ରିଭର୍ସ ପ୍ରକ୍ସି ସେଟ୍‌ କରିବା ଏବଂ ହ୍ଵାଟ୍ସଆପ୍‌ ସେସନ୍ସକୁ ହାଇଜାକ୍‌ କରିବା ।

ତେବେ ନିକଟରେ ଏକ ବ୍ଲଗରେ କମ୍ପାନୀ କହିଛି ଯେ ଇନଫେକଟେଡ ଡିଭାଇସ ଦୁନିଆରେ ଫେଲ ମାରୁଛି । ଏଥିରେ ସ୍କାମର୍ସଙ୍କ ପାଖରେ ୧୮୦ ରୁ ଅଧିକ ଦେଶରେ ଡିଭାଇସ ସହ କଣ୍ଟ୍ରୋଲ ରହିଛି । ମାଲେଓ୍ଵୟାର ସହ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଟପ୍‌ ୧୦ ଦେଶ ମଧ୍ୟରେ ରହିଛି ଆମେରିକା, ମ୍ୟାକ୍ସିକୋ, ଇଣ୍ଡୋନେସିଆ, ଥାଇଲାଣ୍ଡ, ରୁଷ, ଦକ୍ଷିଣ ଆଫ୍ରିକା, ଭାରତ, ଅଙ୍ଗୋଲା, ଫିଲିଫାଇନ୍ସ ଏବଂ ଆର୍ଜେଣ୍ଟିନା । ତେବେ ଏହା ବିଷୟରେ ଏବେ ପର୍ଯ୍ୟନ୍ତ ସୂଚନା ମିଳିନାହିଁ ଯେ ଲେମନ ଗ୍ରୁପ କେମିତି ଡିଭାଇସକୁ ଇନଫେକଟେଡ କରୁଛି । ମାଲେଓ୍ଵୟାର ସାଧାରଣତଃ କିଛି କିଛିୁ ଡିଭାଇସରେ ପ୍ରି-ଇନଷ୍ଟଲଡ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.