ଜୟପୁରର ନୁଆ ଏକ ଉଦ୍ଭାବନ, ବୋରେଓ୍ଵଲରେ ଖସିପଡିବା ଶିଶୁଙ୍କୁ ଉଦ୍ଧାର କରିବ ରୋବର୍ଟ

ଜୟପୁର (କେନ୍ୟୁଜ) : ବିଭିନ୍ନ ପ୍ରାନ୍ତରେ ବୋରୱେଲରେ ବାରମ୍ବାର ଶିଶୁ ଖସିପଡିବା ଘଟଣା ଓ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଘଟଣା ଚର୍ଚ୍ଚାରେ ଥିଲା । ବିଶେଷ କରି ସେଭଳି କଠିନ ସ୍ଥିତିରେ ଜଣେ ଶିଶୁକୁ କିଭଳି ସ୍ୱଳ୍ପ ସମୟରେ ସୁରକ୍ଷିତ ଉଦ୍ଧାର କରାଯିବ ସେ ନେଇ ନୁଆ ଏକ ଉଦ୍ଭାବନ । ଆଉ ଏହି ଉଦ୍ଭାବକ ମାନେ ହେଲେ ଜୟପୁରର ୩ ଜଣ ଯୁବ ଇଙ୍ଗିନିୟର । ଯେଉଁମାନେ ସ୍ୱଳ୍ପ ବ୍ଯୟରେ ସଂପୂର୍ଣ୍ଣ ନିଜସ୍ୱ ପଦ୍ଧତିରେ ‘ବୋରୱେଲ ରୋବୋଟିକ୍ ରେସ୍କ୍ଯୁଅର’ ର୍ନିମାଣ କରି ଚର୍ଚ୍ଚାରେ ଅଛନ୍ତି |

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବରୁ ରୋବର୍ଟ ହେଲମେଟ, ରେସ୍କ୍ଯୁଲାର ସାଇରନ ସହ ଅନେକ ନୂଆ ନୂଆ ଯୁଗାଡ କରିଥିବା ଯୁବ ଇଞ୍ଜିନିୟର ଶିଶିର ମଲ୍ଲିକ ବର୍ତ୍ତମାନ ଏହି ରେସ୍କ୍ଯୁ ରୋବର୍ଟ ସିଷ୍ଟମ ତିଆରି କରିଥିବା ବେଳେ ଏଥର ତାଙ୍କ ସହ ଅଛନ୍ତି ବ୍ରହ୍ମପୁରର ଅନ୍ଯଦୁଇ ଇଞ୍ଜିନିୟର ଲିଙ୍ଗରାଜ ଓ ବିରେନ । ମାତ୍ର ୮ ହଜାର ଟଙ୍କା ଖର୍ଚରେ ଏହି ରୋବୋର୍ଟ ତିଆରି କରିଛନ୍ତି ଏମାନେ । ଏହାଦ୍ୱାରା କମ ସମୟ ମଧ୍ୟରେ ଫସିଥିବା ଶିଶୁ ଶିଶୁଙ୍କ ଜୀବନ ବଞ୍ଚାଇ ହେବ ବୋଲି କହନ୍ତି ଶିଶିର | ଏହି ରେସ୍କ୍ଯୁ ସିଷ୍ଟମକୁ ବୋରୱେଲ ଉପରେ ଏକ ଲୁହା ଫ୍ରେମରେ ରଖାଯାଇ ବୋରୱେଲ ଭିତରକୁ ଏହି ରୋବଟ୍ ଛଡାଯିବ ।

ଆଇରନ୍ କେବୁଲ ମାଧ୍ୟମରେ ସହଜରେ ଭିରକୁ ଯିବ ଏବଂ ଉପରକୁ ଆସିପାରିବ। କଂଣ୍ଟ୍ରୋଲର ଦ୍ଵାରା ରୋବଟ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ରୋବଟର ଉପର ଓ ତଳ ଭାଗରେ ଦୁଇଟି ଲେଖାଏଁ ଚକ ରହିଚି ଯାହା ତଳକୁ ଯିବା ସମୟରେ ଅଳ୍ପ ଅଳ୍ପ ଅକ୍ସିଜେନ ବାହାରକୁ ଛାଡିବ। ଶିଶୁ ନିକଟରେ ପହଞ୍ଚିବା ପରେ ଲାଗିଥିବା କ୍ଯାମେରାରେ ସଂପୂର୍ଣ୍ଣ ନିରୀକ୍ଷଣ ସହ ୱାଟର ପ୍ରୁଫ୍ ଲାଇଟ୍ରେ ଭିତର ଚିତ୍ର ସ୍ପଷ୍ଟ ରୂପେ ଦେଖିହେବ । ଏହାବ୍ଯତୀତ ମାଇକ ଓ ସ୍ପିକରରେ ଶିଶୁ ସହ ନିରନ୍ତର କଥାବାର୍ତ୍ତା ମଧ୍ୟ କରାଯାଇ ଦୁଇଟି ଫ୍ଯାନ୍ରେ ଅକ୍ସିଜେନ୍ ଯୋଗାଣ ଏବଂ ଅଙ୍ଗାରକାମ୍ଳ ସଂଗ୍ରହ କରି ର୍ନିଗତ ହୋଇପାରିବ ଓ ହାଇଡ୍ରୋଲିକ ହ୍ଯାଣ୍ଡ ଶିଶୁକୁ ଜାବୁଡ଼ି ଧରିବା ପରେ ଧୀରେ ଧୀରେ ଉପରକୁ ସୁରକ୍ଷିତ ଭାବେ ଆଣି ପାରିବ ବୋଲି କହନ୍ତି ଯୁବ ଉଦ୍ଭାବକ ଶିଶିର । ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ କରିବା ପାଇ ଉଭୟ ସରକାରୀ ଅନୁମୋଦନ ଓ ଆର୍ଥିକ ସହାୟତା ମିଳିପାରିଲେ ନିହାତି ଭାବରେ ଭବିଷ୍ଯତରେ ଏହା ରେସ୍କ୍ଯୁଲାର ବିପଦ ସମୟରେ ସାଥି ହୋଇପାରିବ ବୋଲି ଇଞ୍ଜିନିୟର ବିରେନ କହିଛନ୍ତି ।

ତେବେ ଲଗାତର ଦେଶର ବିଭିନ୍ନ ପ୍ରାନ୍ତରେ ବୋରେଓ୍ଵଲରେ ଶିଶୁ ଫସିଥିବା ଘଟଣା ପରେ ଶିଶୁ ସୁରକ୍ଷା ଚିନ୍ତା ସେମାନଙ୍କୁ ଏହି ଉଦ୍ଭାବନ କରିବାକୁ ଖୋରାକ ଦେଇଥିବା କହନ୍ତି ଅନ୍ଯ ଦୁଇ ଇଞ୍ଜିନିୟର । ଏହି ରୋବଟିକ୍ ଉଦ୍ଧାରକ ପାଇଁ ହାଇଡ୍ରୋଲିକ ହ୍ଯାଣ୍ଡ୍, ଏଲ୍‌ଇଡି ଲାଇଟ୍, କ୍ଯାମେରା, ସ୍ପିକର, ମାଇକ୍, ଚକ, ଅକ୍ସିଜେନ୍ ସିଲିଣ୍ଡର, ଫ୍ଯାନ୍, ଲାପଟପ୍ ଆଦି ସାମଗ୍ରୀର ଆବାଶ୍ଯକତା ଥିବା ବେଳେ ଏହାର ଓସାର ପାଖାପାଖି ୮ଇଞ୍ଚ ଓ ଲମ୍ବା ୨ଫୁଟ ୬ଇଞ୍ଚ ରହିବ। ଯାହା ଏକାସଙ୍ଗେ ୧୦୦ କିଲୋରୁ ଅଧିକ ଓଜନକୁ ଉଠାଇବାର କ୍ଷମତା ରଖିବ ବୋଲି କହିଛନ୍ତି ଉଦ୍ଭାବକ । ମାତ୍ର ୮ ହଜାର ଟଙ୍କାରେ ଡେମୋ ହୋଇଥିବା ବେଳେ ପ୍ରୋଟୋଟାଇପ୍ କିମ୍ବା ସଂପୂର୍ଣ୍ଣ ରୂପ ଦେବାକୁ ପାଖାପାଖି ୪୦ହଜାର ରୁ ଅଧିକ ଟଙ୍କା ଆବଶ୍ଯକ ବୋଲି କହିଛନ୍ତି ଲିଙ୍ଗରାଜ । ସେପଟେ ସମୟର ଆବଶ୍ଯକତାକୁ ନେଇ ଯୁବ ଇଞ୍ଜିନିୟର ଶିଶିରଙ୍କ ପ୍ରଜେକ୍ଟ କୁ ପରିକ୍ଷା କରାଯାଇ ସରକାରୀ ଅନୁମୋଦନ ସହ ସହାୟତା ମିଳିଲେ ତାଙ୍କୁ ପକୃତ ସଫଳତା ମିଳିବ ବୋଲି କହନ୍ତି ବିଗ୍ଯାନ ଶିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.