ନୂଆ ଆଇଫୋନରେ ମିଳିବ ନାହିଁ ଚାର୍ଜିଙ୍ଗ ପୋର୍ଟ, ଏପରି କରିବାକୁ ପଡିବ ଆଇଫୋନ ଚାର୍ଜ

୨୦୨୧ ମସିହାରେ ଲଞ୍ଚ ହେବାକୁ ଯାଉଥିବା ଆପଲ ଆଇଫୋନରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧ରେ ଲଞ୍ଚ ହେବାକୁ ଯାଉଥିବା ଆଇଫୋନର ଡିଜାଇନ ଏବଂ ସାଇଜକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା କିନ୍ତୁ ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନୂଆ ଆଇଫୋନରେ ଚାରଜିଙ୍ଗ ପଏଣ୍ଟ ମିଳିବନାହିଁ ଓ ଏହାର ସୂଚନା ଦେଇଛନ୍ତି ଆପଲର ଆନାଲିଷ୍ଟ ମିଙ୍ଗ ଚି କୁଓ ।

ମିଙ୍ଗଙ୍କ କହିବା ଅନୁଯାୟୀ ୨୦୨୧ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ ଲାଇଟନିଙ୍ଗ ପୋର୍ଟ ମିଳିବ ନାହିଁ । ଏହାସହିତ ସେ କହିଛନ୍ତି ଯେ ଲାଇଟନିଙ୍ଗ ପୋର୍ଟର ୟୁଏସବି ଟାଇପ ସି କୁ ବଦଳାଯାଇ ନାହିଁ ବରଂ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏପରିସ୍ଥଳେ ୨୦୨୧ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ କେବଳ ୱାୟରଲେସ ଚାର୍ଜିଙ୍ଗ ସପୋର୍ଟ ହିଁ ମିଳିବ । ଯଦି ପ୍ରକୃତରେ ଏପରି ହେବ ତାହେଲେ ଏହା ଆପଲ ଦ୍ୱାରା କୌଣସି ପ୍ରଡକ୍ଟରେ ସବୁଠାରୁ ବଡ଼ ପରିବର୍ତ୍ତନ ହେବ ବୋଲି କୁହାଯାଉଛି ।

iphone without charging port

ରିପୋର୍ଟ ଅନୁଯାୟୀ ଯେପରି ୨୦୨୧ରେ ଲଞ୍ଚ ହେବାକୁ ଥିବା ଆଇଫୋନରେ ଚାରଜିଙ୍ଗ ପଏଣ୍ଟ ମିଳିବ ନାହିଁ ଠିକ ସେହିପରି ଏହାର ଡିଜାଇନରେ ମଧ୍ୟ ପରିବର୍ତ୍ତନ ଆସିପାରେ । ଚାରଜିଙ୍ଗ ପୋର୍ଟ ନମିଳିବା କାରଣରୁ ଡାଟା ଟ୍ରାନ୍ସଫର ମଧ୍ୟ ୱାୟରଲେସ ହିଁ କରିବାକୁ ପଡିବ । ତାସହିତ ଏହାର ପ୍ରଭାବ ଚାର୍ଜିଙ୍ଗ କେବୁଲ ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକ ଉପରେ ପଡିବ ।

ଏହାସହ ପଢନ୍ତୁ ମାତ୍ର ୨୫୦୦୦ ଟଙ୍କାରେ ଆସିଲା ଦୁନିଆର ସବୁଠାରୁ ଶସ୍ତା ଫୋଲ୍ଡେବୁଲ ଫୋନ, ରହିଛି ଦମଦାର ଫିଚର

ଆପଲ ପ୍ରଥମଥର ପାଇଁ ଆଇଫୋନ5 ସିରିଜ ସହିତ ଲାଇଟେନିଙ୍ଗ ପୋର୍ଟ ଲଞ୍ଚ କରିଥିଲା ଆଉ ତାପରେ ପ୍ରତିବର୍ଷ ନିଜର ଆଇଫୋନ ସହିତ କିଛି ନା କିଛି ନୂଆ ପରିବର୍ତ୍ତନ କରିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.