ସେନସିଟିଭ କଣ୍ଟେଟକୁ ନେଇ ହ୍ଵାଟସଆପ ଓ ଟେଲିଗ୍ରାମ ପାଇଁ ଜାରି ହେଲା ସୁରକ୍ଷା ଗାଇଡଲାଇନ, ଜାଣନ୍ତୁ
ଦେଶର ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ନୂଆ ନିୟମ। ସେନସେଟିଭ କଣ୍ଟେଟକୁ ଧ୍ୟାନରେ ରଖି ଏହା ଉପରେ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ସବୁ ମନ୍ତ୍ରାଳୟ ତଥା ବିଭାଗକୁ ତତତ୍କାଳ ପଦକ୍ଷେପ ନେବାକୁ କହିଛନ୍ତି। ତେବେ କଣ ରହିଛି ଏହା ପଛରେ କାରଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..
କ୍ଲାସିଫାଏଡ କିମ୍ବା ଯେକୌଣସି ସେନସିଟିଭ କଣ୍ଟେଟକୁ ହ୍ଵାଟସଆପ କିମ୍ବା ଟେଲିଗ୍ରାମରେ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସରକାର ଏକ ଆଡଭାଇଜରୀ ମଧ୍ୟ ଜାରୀ କରିଛନ୍ତି।
ସୁରକ୍ଷା ଏଜେନ୍ସିର ରିପୋର୍ଟ ପାଇବା ପରେ ସରାକର ସବୁ ମନ୍ତ୍ରାଳୟକୁ ଏହି ନିର୍ଦ୍ଦେଶକୁ ଜାରୀ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଅଧିକ ଭାବେ ମୋବାଇଲ ଆପର ସର୍ଭର ବିଦେଶରେ ରହିଛି। ଆଉ ଏ ହି ସ୍ଥଳରେ ଯଦି ଆପଣଙ୍କ ଭିତରୁ କେହି ବି କନଫିଡେଣ୍ଟିଆଲ ସୂଚନା କିମ୍ବା ପର୍ସନାଲ ଡିଟେଲ୍ସକୁ ଏହି ଆପ ଜରିଆରେ ସେୟାର କରୁଛନ୍ତି ତେବେ ଏହା ଦେଶ ତଥା ଆପଣଙ୍କ ସୁରକ୍ଷା ଉପରେ ଆଞ୍ଚ ଆଣିପାରେ। ଏଭଳି ସ୍ଥିତିରେ ହୁଏତ ସମ୍ବେଦନଶୀଳ ମାମଲା ଦେଶର ବାହାରକୁ ଯାଇପାରେ।
ଲେ।କପ୍ରିୟ ଆପ୍ ହ୍ଵାଟସଆପ ପରେ ଟେଲିଗ୍ରାମକୁ ଏବେ ଲୋକ ବ୍ୟବହାର କରିବାକୁ ଲାଗିଲେଣି। କାରଣ ଏଥିରେ ବଡ଼ ଫାଇଲ ଖୁବ ସହଜରେ କମ ସମୟ ମଧ୍ୟରେ ସେଣ୍ଡ ହୋଇପାରୁଛି। କିନ୍ତୁ ଏହି ଦୁଇଟି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଏବେ ଅଧିକ ସତର୍କ ରହିବାକୁ ପଡ଼ିବ। ଏହାକୁ ଟାର୍ଗେଟ କରୁଥିବା ଫ୍ରଡ ସଂସ୍ଥାର ସବୁ କାମକୁ ଫେଲ କରିବାକୁ ହେଲେ ଆମକୁ ଏସବୁ ନିୟମକୁ ମାନିବା ପାଇଁ କୁହାଯାଇଛି।
ସୂଚନା ଅନୁଯାୟୀ ଓ୍ଵାର୍କ ଫ୍ରମ ହୋମ ସମୟରେ ଅଧିକ ଲୋକ ଘରେ ବସି କରୁଥିବା ଭର୍ଚୁଆଲ ମିଟିଂ କୁ ନେଇ ଏହାର ସୁରକ୍ଷା ଉପରେ ମଧ୍ୟ ଆଶଙ୍କା ସୃଷ୍ଟି କରାଯାଇଛି। କନଫରେନସିଂ ମାଧ୍ୟମରେ ସମସ୍ତ ସୂଚନା ପଠାଯାଉଥିବା ବେଳେ ଏହା ଲିକ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଏହି ସ୍ଥଳରେ NIC ଦ୍ୱାରା ଜାରି କରାଯାଇଥିବା ଆପ୍କ୍ଲିସେନକୁ ବ୍ୟବହାର କରିବା ପାଇଁ କୁହାଯାଇଛି। ତେବେ ସୁରକ୍ଷା ଏଜେନ୍ସି ସ୍ମାର୍ଟ ଓ୍ଵାଚ ଏବଂ ସ୍ମାର୍ଟ ଫୋନ ଉପରେ ମଧ୍ୟ ଗାଇହ ଲାଇନ ଜାରି କରିଛି। ମିଟିଂ ସମୟରେ ଏହାକୁ ବାହାରେ ରଖିବା ପାଇଁ କୁହାଯାଇଛି।