ଟେକ୍

ଆସନ୍ତା କାଲି ଠାରୁ ଲାଗୁ ହେବ ନୂଆ UPI ନିୟମ: ଏଣିକି Aadhaar-OTP ଦ୍ୱାରା କରିହେବ ଆକ୍ଟିଭ, Debit Cardର ହେବନି ଆବଶ୍ୟକ

ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ମାଧ୍ୟମରେ ଆପଣମାନେ ସହଜରେ ଅର୍ଥ ଟ୍ରାନ୍ସଫର କରିଥାନ୍ତି । ଏଥିପାଇଁ ଆପଣଙ୍କୁ UPI ସହାୟକ ଆପ୍ ଯେପରିକି ପେଟିଏମ୍, ଫୋନ୍ ପେ, BHIM, ଗୁଗୁଲ୍ ପେ ଇତ୍ୟାଦି ଦରକାର । ବିଶେଷ କଥା ହେଉଛି ସ୍କାନର୍, ମୋବାଇଲ୍ ନମ୍ବର, UPI ID ପରି କେବଳ ଗୋଟିଏ ସୁବିଧା ଥିଲେ ମଧ୍ୟ UPIରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ। ବର୍ତ୍ତମାନ UPI ସର୍ଭିସକୁ ଆକ୍ଟିଭ କରିବା ଆହୁରି ସହଜ ହେବ। ଆସନ୍ତା ୧୫ ତାରିଖଠାରୁ ୟୁପିଆଇ ସର୍ଭିସକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ଆଉ ଡେବିଟ କାର୍ଡର ଆବଶ୍ୟକତା ପଡ଼ିବନି । ଆଧାର ଓ ଓଟିପି ଦ୍ୱାରା ୟୁପିଆଇ ସର୍ଭିସକୁ ଆକ୍ଟିଭେଟ କରିହେବ । ତେବେ ଏହି ବ୍ୟବସ୍ଥାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିବା ଜରୁରୀ ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ପ୍ରଥମେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଫିଚର ଆରମ୍ଭ କରାଯାଇଥିଲା । ଏ ବାବଦରେ ଏନପିସିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯିବା ସହ ଗତବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏହାକୁ ପାଳନ କରିବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ସମୟସୀମା ୨୦୨୨ ମସିହା ମାର୍ଚ୍ଚ ୧୫ ତାରିଖକୁ ବୃଦ୍ଧି କରାଯାଇଥିଲା ।

କେଉଁ ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କ ଆଧାର କାର୍ଡରେ ଲିଙ୍କ ହୋଇଛି

ଆପଣଙ୍କର ଆଧାର କାର୍ଡ କେଉଁ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ, ଏହା ଜାଣିବା ପାଇଁ ବ୍ୟାଙ୍କ କିମ୍ବା ଆଧାର କାର୍ଡ କେନ୍ଦ୍ରକୁ ଯିବାର ଆବଶ୍ୟକତା ନାହିଁ। ନିମ୍ନରେ ଦିଆଯାଇଥିବା ଉପାୟ ଦ୍ୱାରା ଆପଣ ସହଜରେ ଜାଣିପାରିବେ।

> ସର୍ବପ୍ରଥମେ UIDAI ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।
>> ଏଠାରେ ଆପଣଙ୍କର Check Your Aadhaar and Bank Account ଲିଙ୍କରେ କ୍ଲିକ୍ କରନ୍ତୁ।
>> ଏଠାରେ ଆପଣଙ୍କୁ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋଡ୍ ପ୍ରବେଶ କରିବାକୁ ପଡିବ।
>> ବର୍ତ୍ତମାନ ଆପଣ ରେଜିଷ୍ଟ୍ରଡ଼ ମୋବାଇଲ୍ ନମ୍ବରରେ ଏକ OTP ଆସିବ।
>> UIDAI ୱେବସାଇଟରେ ଏହି OTP ପ୍ରବେଶ କରନ୍ତୁ।
>> ଏଠାରେ ଆପଣ ଲଗଇନ୍ ଅପ୍ସନ୍ ପାଇବେ। ଏଥିରେ କ୍ଲିକ୍ କରନ୍ତୁ।
>> ଆପଣ ଲଗଇନ୍ କରିବା ମାତ୍ରେ ଆଧାର ସହିତ ସଂଯୁକ୍ତ ସମସ୍ତ ବ୍ୟାଙ୍କ ଆକାଉଣ୍ଟଗୁଡିକର ସବିଶେଷ ତଥ୍ୟ ପାଇପାରିବେ।

Barsha

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

7 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

8 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

51 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

55 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago