ଏବେ ଆଉ ଆସିବନି Unwanted Calls ଏବଂ ମେସେଜ, ସମସ୍ତ ଟେଲିକମ ଅପରେଟରକୁ ନିର୍ଦେଶ ଜାରି କଲା TRAI

ସମସ୍ତ ସ୍ମାର୍ଟଫୋନ ୟୁଜରଙ୍କୁ ପ୍ରତିଦିନ ଅନେକ ଅନୱାଣ୍ଟେଡ କଲ ଏବଂ ମେସେଜ ଆସିଥାଏ । ଏହି କାରଣରୁ ଅନେକ ସମୟରେ ଆମକୁ ବହୁତ ବିରକ୍ତ ମଧ୍ୟ ଲାଗିଥାଏ । କିନ୍ତୁ ଏବେ ଏହି ସମସ୍ୟା ଅଧିକ ଦିନ ଚାଲିବ ନାହିଁ । କାରଣ ଏନେଇ Trai ଅର୍ଥାତ ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ ସମସ୍ତ ଟେଲିକମ ସେକ୍ଟର ଅପରେଟରଙ୍କୁ ଏକ ନିର୍ଦେଶନାମା ଜାରି କରିଛି, ଯାହା ପରେ ଆପଣ ସମସ୍ତ ଅନୱାଣ୍ଟେଡ କଲ ଏବଂ ମେସେଜରୁ ମୁକ୍ତି ପାଇପାରିବେ ।

ଆଣ୍ଡ୍ରଏଡ଼ ଫୋନରେ ନମ୍ବର ବ୍ଲକ କରିବାର ଏକ ଇଣ୍ଟରନାଲ ଅପ୍ସନ ରହିଛି । ଯଦି କେହି ବ୍ୟକ୍ତି ଆପଣଙ୍କୁ ବାରମ୍ବାର କଲ କରି ହଇରାଣ କରୁଛି ତେବେ ଏହି ଅପ୍ସନ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହେବାକୁ ଯାଉଛି । ଯଦି ଆପଣଙ୍କ ଫୋନରେ ଏହି ସିଷ୍ଟମ ନାହିଁ ତେବେ ଆପଣ ଏହାକୁ ଗୁଗୁଲ ଆପରୁ ଡାଉନଲୋଡ଼ ମଧ୍ୟ କରିପାରିବେ ।

ଯେଉଁ ନମ୍ବରରୁ ଆପଣଙ୍କୁ ନିକଟରେ କଲ ଆସୁଛି ଆପଣ ସେହି ନମ୍ବରକୁ ବ୍ଲକ କରିବା ପାଇଁ ନିଜ ଫୋନ ଆପ ଖୋଲନ୍ତୁ ଏବଂ ନିକଟରେ ଆସିଥିବା କଲ ଲିଷ୍ଟରେ ସ୍ଵିଚ କରନ୍ତୁ । ଏହାପରେ ସେହି ନମ୍ବରକୁ ଟ୍ୟାପ କରନ୍ତୁ ଏବଂ ଆପ ମେନୁରୁ ବ୍ଲକ ରିପୋର୍ଟ ସ୍ପାମ ଚୟନ କରନ୍ତୁ । ଏହାପରେ ରେଜଲ୍ଟ ୱିଣ୍ଡୋରେ ରିପୋର୍ଟ କରିଥିବା କଲକୁ ସ୍ପାମ ବକ୍ସରେ ଯାଞ୍ଚ କରନ୍ତୁ । ଯଦି ଆପଣ କେବଳ ବ୍ୟକ୍ତିଗତ କାରଣରୁ ନମ୍ବରକୁ ବ୍ଲକ କରୁଛନ୍ତି ତେବେ ଏଭଳି କରନ୍ତୁ ନାହିଁ । କେବେଳ ଆବଶ୍ୟକତା ଥିଲେ ହିଁ ଏକ ନମ୍ବରକୁ ବ୍ଲକ କରନ୍ତୁ ।

Leave A Reply

Your email address will not be published.