ଲଞ୍ଚ ହେଲା Nokia ର ଦୁଇଟି ଫୋନ, ଫିଚର୍ସ ରହିଛି ଜବରଦସ୍ତ

Nokia ନିଜର ଦୁଇଟି ଶସ୍ତା 4G ଫିଚର ଫୋନ ଲଞ୍ଚ କରିଛି । ଏହି ଦୁଇଟି ଶସ୍ତା Nokia ଫୋନ ୱାୟରଲେସ୍ FM ରେଡିଓ, MP3 ପ୍ଲେୟର ଭଳି ଅନେକ ୟୁଜଫୁଲ ଫିଚର୍ସ ସହିତ ଆସିଥାଏ । ଏହା ବ୍ୟତୀତ ଏହି ଦୁଇଟି ଫୋନରେ କ୍ଲାସିକ୍ ସ୍ନେକ୍ ଗେମ୍ ମଧ୍ୟ ରହିବ । HMD Global ଏପର୍ଯ୍ୟନ୍ତ ଏହି ଦୁଇଟି ଫୋନର ପ୍ରାଇସ୍ ଘୋଷଣା କରିନାହିଁ । କମ୍ପାନୀ ଏହି ଦୁଇଟି ଫୋନକୁ ନିଜ ୱେବସାଇଟରେ ଲିଷ୍ଟ କରିଛି, ଯେଉଁଠାରେ ଫୋନର ସମସ୍ତ ସ୍ପେସିଫିକେସନ୍ ପ୍ରକାଶ ପାଇଛି ।
HMD Global ର ଏହି ଦୁଇଟି ଫୋନ Nokia 108 4G (2024) ଏବଂ Nokia 125 4G (2024) ଭାବରେ ଲଞ୍ଚ ହୋଇଛି । ଯାହାକି HMD 105 4G ଏବଂ Nokia 110 4G ରିବ୍ରାଣ୍ଡେଡ୍ ଭର୍ସନ, ଯାହା କିଛି ଦିନ ପୂର୍ବରୁ ଲଞ୍ଚ କରାଯାଇଥିଲା । Nokia 108 4G ରେ ଦୁଇଟି କଲର ଅପ୍ସନ ରହିଛି ଯାହା ହେଉଛି- ବ୍ଲାକ୍ ଏବଂ ସିଆନ୍ । ଏହା ସହିତ Nokia 125 4Gକୁ ବ୍ଲୁ ଏବଂ ଟାଇଟେନିୟମ କଲରରେ ଲଞ୍ଚ କରାଯାଇଛି ।
Nokiaର ଉଭୟ ଫୋନରେ ୨ ଇଞ୍ଚର ଡିସପ୍ଲେ ରହିଛି । ଏହା ସହ ଏଥିରେ ଓ୍ୱାଇଡ୍ ଏବଂ ଓ୍ୱୟାରଲେସ୍ FM ରେଡିଓ ଦିଆଯାଇଛି । ଏହା ବ୍ୟତୀତ, ଏହା ଭଏସ୍ ରେକର୍ଡର, ଡୁଆଲ ଫ୍ଲାସ୍ ଲାଇଟ୍ ସହିତ ଆସିଥାଏ । ଏହି ଦୁଇଟି ଫୋନରେ ୨,୦୦୦ କଣ୍ଟାକ୍ଟସ୍ ରହି ପାରିବ ବୋଲି କମ୍ପାନୀ ଦାବି କରିଛି । ଏହି 4G ଫୋନରେ ଇନ୍-ବିଲ୍ଟ MP3 ପ୍ଲେୟାର ଅଛି । ଫୋନରେ ୬୪MB ଏବଂ ୧୨୮MB ଇଣ୍ଟରନାଲ୍ ଷ୍ଟୋରେଜର ଅପ୍ସନ ମିଳିବ । ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ ହୋଇପାରିବ ।
ୟୁଜର୍ସମାନେ ଏଥିରେ କ୍ଲାଉଡ୍ ଆପ୍ ପାଇବେ । କମ୍ପାନୀ Nokia 108 4G ରେ ୧,୪୫୦mAh ର ବ୍ୟାଟେରୀ ମିଳିବ, ଯେଉଁଥିରେ ୧୫ ଦିନର ଷ୍ଟାଣ୍ଡବାଇ ଟାଇମ୍ ରହିବ । ଏଥି ସହିତ, Nokia ୧,୦୦୦mAh ବ୍ୟାଟେରୀ ମଧ୍ୟ ମିଳିବ । ଏହି ଦୁଇଟି ଫୋନ ନାନୋ SIM କାର୍ଡକୁ ସପୋର୍ଟ କରିବ ।
HMD Global ନିକଟରେ ଭାରତରେ HMD 105 4G ଏବଂ HMD 110 4G ଲଞ୍ଚ କରିଛି । ଯାହାର ଆରମ୍ଭ ମୂଲ୍ୟ ୨,୧୯୯ ଟଙ୍କା ଅଛି । ଏହି ଉଭୟ Nokia ଫୋନରେ UPI ର ସପୋର୍ଟ ମିଳିଥାଏ । ଏହା ସହିତ, YouTube ଭିଡିଓ, YouTube ମ୍ୟୁଜିକ୍ ଏବଂ ସଟ୍ସ୍କୁ ମଧ୍ୟ ସପୋର୍ଟ କରିବ ।