୩ ହଜାରରୁ କମ୍ ଦାମରେ ଲଞ୍ଚ ହେଲା NOKIAର ଦମଦାର 4G ଫୋନ୍, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

NOKIAର ନୂଆ ଫିଚର ଫୋନ NOKIA 110 4G ଲଞ୍ଚ ହୋଇଛି । ନିର୍ମାତା କମ୍ପାନୀ HMD Global ଏହି ଫୋନରେ HD ଭଏସ୍ କଲିଂ ଫିଚରର ସୁବିଧା ମଧ୍ୟ ଦେଇଛି । କମ୍ପାନୀ ଫୋନକୁ ପୂର୍ବରୁ ୟୁରୋପରେ ଲଞ୍ଚ କରିସାରିଛି । ଏହି NOKIA 110 4Gକୁ ଭାରତରେ ୨,୭୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଯାହାକୁ ଗ୍ରାହକ ଆକ୍ୱା ବ୍ଲାକ ଏବଂ ୟେଲୋ କଲର ଅପ୍ସନରେ କିଣିପାରିବେ । ଏହି ଫୋନର ବିକ୍ରି ୨୪ ଜୁନ୍ ଠାରୁ ଆମାଜନ ଏବଂ ନୋକିଆର ଅଫିସିଆଲ ୱେବସାଇଟରେ ଆରମ୍ଭ ହୋଇଛି ।

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ:

NOKIA 110 4G ଫୋନରେ 1.8 inchର QVGA କଲର display ଦିଆଯାଇଛି । ଯାହାର Resolution 120×160 ପିକ୍ସେଲ ରହିଛି । ଏହି ଫୋନରେ Unisoc T107 ପ୍ରୋସେସର ରହିଛି । ଫୋନରେ 128 MB RAM ଏବଂ 48 MB ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି । ଏହା ସହ ମେମୋରୀ କାର୍ଡ ସାହାଯ୍ୟରେ 32 GB ପର୍ଯ୍ୟନ୍ତ ଏହାର ଇଣ୍ଟରନାଲ ଷ୍ଟୋରେଜକୁ ବଢ଼ାଯାଇପାରେ । NOKIA 119 4G ଫିଚର ଫୋନର ବିଶେଷତ୍ୱ ହେଉଛି ଏଥିରେ 4G କେନକ୍ଟିଭିଟି ଏବଂ HD ଭଏସ କଲିଂର ସୁବିଧା ରହିଛି ।

କ୍ୟାମେରା କହିଲେ NOKIA 110 4G ଫୋନରେ 0.8 MPର ରିୟର କ୍ୟାମେରା ରହିଛି । ଏହି ଫୋନ Series 30+ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । NOKIA 110 4G ଫୋନରେ ୩ ଇନ୧ ସ୍ୱିକର ଏବଂ MP3 Player ରହିଛି । ଫୋନରେ 1020 mAh ବ୍ୟାଟେରୀ ରହିଛି । ଫୋନର ବ୍ୟାଟେରୀ ୧୩ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଟବାଏରେ ଚାଲିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋନରେ ୧୬ ଘଣ୍ଟା ପର୍ଯ୍ୟନ୍ତ ମ୍ୟୁଜିକ ପ୍ଲେ ବ୍ୟାକ ଏବଂ ୫ ଘଣ୍ଟା ପର୍ଯ୍ୟନ୍ତ 4G ଭଏସ କଲିଂ କରାଯାଇପାରିବ । ଏହା ସହ Wireless FM Radio ସହ 3.5 MM Jack ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.