Nokia ର ଏହି ଫିଚର ଫୋନରେ ଦେଖିପାରିବେ ୟୁଟ୍ୟୁବ୍, ବ୍ୟାଟେରୀ ରହିଛି ଜବରଦସ୍ତ

ଗୋଟିଏ ପଟେ ସ୍ମାର୍ଟଫୋନର ଟ୍ରେଣ୍ଡ ବଢୁଥିବାବେଳେ ଅନ୍ୟ ପଟେ ଅନେକ ଲୋକ ଫିଚର ଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଡ୍ୟୁରେବିଲିଟି ଏବଂ ଫଙ୍କସନବିଲିଟି ଦୃଷ୍ଟିରୁ ଫିଚର ଫୋନଗୁଡିକ ଅଧିକ ପସନ୍ଦ କରାଯାଏ । ଯେତେବେଳେ କିପ୍ୟାଡ୍ ଫୋନ କଥା କୁହାଯାଏ, ତେବେ Nokia ଫୋନର ନାମ ପ୍ରଥମେ ଆସିଥାଏ । Nokia ର Nokia 2780 Flip ଫିଚର ଫୋନରେ କନେକ୍ଟିଭିଟି ଏବଂ ମର୍ଡନ ଫିଚର୍ସ ଦିଆଯାଇଛି । ଆସନ୍ତୁ ଏହି ଫୋନର ମିଳୁଥିବା ଖାସ୍ ଜିନିଷ ବିଷୟରେ ଡିଟେଲ୍ସ ଜାଣିବା ।
Nokia ର ଏହି ଫିଚର ଫୋନ ଷ୍ଟାଇଲିସ୍ ଏବଂ ଫଙ୍କସନାଲ ଡିଜାଇନ୍ ସହିତ ଆସିଥାଏ । ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ହୁଏ ନାହିଁ । ଏହି ଫୋନରେ ୨,୭ ଇଞ୍ଚର QVGA ଡିସପ୍ଲେଥିବାବେଳେ ଭଲ ଡିସପ୍ଲେର ସାଇଜ୍ ୧.୭୭ ଇଞ୍ଚ ହୋଇଥାଏ । ଏହି ଫୋନରେ ତିନୋଟି କଲର ଅପ୍ସନ ରେ କିଣିପାରିବେ ସେଗୁଡିକ ହେଲା- ରେଡ୍, ବ୍ଲୁ ଏବଂ ବ୍ଲାକ୍ ।
ଫିଚର୍ସ ବିଷୟରେ କହିବାକୁ ଗଲେ ଫୋନରେ କନେକ୍ଟିଭିଟି ପାଇଁ 4G VoLTE ସପୋର୍ଟ, HD ଭଏସ୍ କଲ ଏବଂ AT&T, Verizon ଏବଂ T-Mobile ର ସୁବିଧା ଆମେରିକାରେ ଦିଆଯାଇଛି । ଏହା ସହିତ ଫୋନରେ Wi-Fi, Bluetooth ୪.୨ ଏବଂ USB Type C port ମିଳିପାରିବ । ଏହି ଫୋନରେ ଆପଣ ସହଜରେ ୟୁଟ୍ୟୁବ୍ ଏବଂ ଗୁଗୁଲ୍ ମ୍ୟାପ୍ ଭଳି ଆପ୍ ବ୍ୟବହାର କରିପାରିବେ । Nokia 2780 ଫ୍ଲିପ୍ 4GB RAM ଏବଂ ୫୧୨MB ଇଣ୍ଟରନାଲ ଷ୍ଟୋରେଜ୍ ସହିତ ଆସିଥାଏ । ଏଥିରେ ୟୁଜର୍ସମାନେ ମାଇକ୍ରୋ SD କାର୍ଡ ସାହାଯ୍ୟରେ ଷ୍ଟୋରେଜ୍ ୩୨GB ପର୍ଯ୍ୟନ୍ତ ବଢ଼ାଇପାରିବେ । ଆହୁରି ମଧ୍ୟ ଫୋନରେ ଫ୍ଲାସ ସହିତ ୫MP ର ରିୟର କ୍ୟାମେରା ଅଛି । ଯାହା ବେସିକ୍ ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡ କରିପାରିବେ ।
ବ୍ୟାଟେରୀ ଲାଇଭ ବିଷୟରେ କହିବାକୁ ଗଲେ ଫୋନରେ ୧୪୫୦mAh ର ରିମ୍ୟୁଭାଲ ବ୍ୟାଟେରୀ ମିଳିଥାଏ । ଯାହା ୧୮ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଇ ଟାଇମ୍ ଏବ ପ୍ରାୟ ୭ ଘଣ୍ଟାର ଟକ ଟାଇମ୍ ଦେଇଥାଏ ।
ଅଧିକାଂଶ ୟୁଜର୍ସମାନଙ୍କ ପାଇଁ ନୋକିଆ ୨୭୮୦ ଫ୍ଲିପ୍ ପ୍ରାଇସ୍ ୮୯.୯୯ ଡଲାର ଅଛି । ଦୈନଦିନ ବ୍ୟବହାର ପାଇଁ ବହୁତ ବଢ଼ିଆ ଫୋନ ହୋଇଛି । ପ୍ରତ୍ୟେକ ବର୍ଗର ୟୁଜର୍ସ ଏହାକୁ ସହଜରେ ବ୍ୟବହାର କରିପାରିବେ