ଟେକ୍

LOGO ବଦଳାଇଲା ନୋକିଆ, ୬୦ ବର୍ଷ ପରେ ହେଲା ବଡ ପରିବର୍ତ୍ତନ

ନୋକିଆ ବଦଳାଇଲା ଲୋଗୋ । ୬୦ ବର୍ଷ ପରେ ନୋକିଆ ବଦଳାଇଲା ନିଜର ଆଇକୋନିକ ଲୋଗୋ । ଯଦିଓ ୧୯୬୬ ପରଠାରୁ ନୋକିଆର ଲୋଗୋରେ ଅଳ୍ପ ବହୁତ ପରିବର୍ତ୍ତନ ହୋଇଥିଲା କିନ୍ତୁ ବର୍ତ୍ତମାନ ଲୋଗୋକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦିଆଯାଇଛି । ତେବେ କମ୍ପାନୀ ଏହି ଲୋଗୋକୁ ପରିବର୍ତ୍ତନ କିରିବା ପରେ ଏମିତି ଲାଗୁଛି ଯେ ଯେପରି କମ୍ପାନୀ ଏବେ ମୋବାଇଲ ବିଜନେସ ବ୍ୟତୀତ ନେଟଓ୍ଵର୍କ ବିଜନେସକୁ ନେଇ ପୁଣି ଥରେ ଫୋକସ କରିବା ପ୍ରସ୍ତୁତ କଲାଣି ।

ନୋକିଆର ନୂଆ ଲୋଗୋକୁ ପାଞ୍ଚଟି ସେପ୍‌ ସହିତ ତିଆରି କରାଯାଇଛି । ଯାହା ଲୁକରେ ନୋକିଆ ବୋଲି ଦର୍ଶାଉଛି । ନୋକିଆର ଲୋଗୋ ସବୁବେଳେ ବ୍ଲୁ କଲରରେ ରହୁଥିଲା, କିନ୍ତୁ ଏବେ ଏହାକୁ ମଧ୍ୟ ଚେଞ୍ଜ୍‌ କରିଦିଆଯାଇଛି ।

ଆପଣଙ୍କୁ ଜଣାଇବାକୁୁ ଚାହିଁବୁ ଯେ ନୋକିଆ କେବଳ ସ୍ମାର୍ଟଫୋନ୍‌ ନୁହେଁ ବରଂ ୫ଜି ଇକ୍ୱିପମେଣ୍ଟସ ମଧ୍ୟ ବନାଇଥାଏ ଏବଂ ଏଥିପାଇଁ ଏବେ ନୋକିଆର ଦୁଇଟି ଲୋଗୋ ଦେଖାଯିବ । ଗୋଟେ LOGOକୁ ଖାସ୍‌ କରି ମୋବାଇଲ ଫୋନ୍‌ ସେଗମେଣ୍ଟ ପାଇଁ ରଖାଯାଇଛି, ସେହିପରି ଅନ୍ୟଟିକୁ କମ୍ପାନୀର ଅନ୍ୟ ବିଜନେସ୍‌ ପାଇଁ କରାଯାଇଛି ।

ନୋକିଆ ମୋବାଇଲ ବ୍ରାଣ୍ଡ ବିଷୟରେ କଥା ହେବା ତ ନୋକିଆର ମୋବାଇଲ ଫୋନ୍‌ ବନାଇବାର ଲାଇସେନ୍ସ ଫିନଲାଣ୍ଡର କମ୍ପାନୀ HMD Global ପାଖରେ ଅଛି । ନୋକିଆ ନିଜର ଲୋଗୋକୁ ବଦଳାଇଛି ସତ କିନ୍ତୁ ରିପୋର୍ଟ ଅନୁଯାୟୀ HMD Global କହିଛି ସେ ନୋକିଆର ପୁରୁଣା କ୍ଲାସିକ ଲୋଗୋ ସହିତ ନିଜର ସ୍ମାର୍ଟଫୋନ୍ସ ବିକ୍ରି କରିବ ।

ନୋକିଆର ସିଇଓ କହିଛନ୍ତି ଯେ ନୋକିଆ ଏବେ କେବଳ ସ୍ମାର୍ଟଫୋନ୍‌ କମ୍ପାନୀ ନୁହେଁ ବରଂ ଏବେ ବିଜନେସ୍‌ କମ୍ପାନୀ ବନିଗଲାଣି । ସ୍ପେନର ବାର୍ସିଲୋନାରେ Mobile World Congress ଚାଲୁଛି ଏବଂ ଏହି ସମୟରେ କମ୍ପାନୀ ନୂଆ ଲୋଗୋର ଘୋଷଣା କରିଛି । ନୋକିଆର ସିଇଓ ନିଜର ବ୍ଲଗ ପୋଷ୍ଟରେ କହିଛନ୍ତି ଯେ ଅଧିକାଂଶ ଲୋକଙ୍କୁ ନୋକିଆ ଏକ ସଫଳ ମୋବାଇଲ ବ୍ରାଣ୍ଡ ଭାବରେ ଜଣାଅଛି କିନ୍ତୁ ନୋକିଆ କେବଳ ମୋବାଇଲ ଫୋନ ବିଷୟରେ ନୁହେଁ ବରଂ କମ୍ପାନୀ ନିଜର ନେଟଓ୍ଵର୍କ ପକ୍ଷରୁ ମଧ୍ୟ ଲୋକଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହିଁଥାଏ ।

ନୋକିଆ ଏମିତି ଏକ ବ୍ରାଣ୍ଡ ନେଇ ଆସିବାକୁ ଚାହୁଁଛି, ଯାହା ନେଟଓ୍ଵର୍କ ଏବଂ ଇଣ୍ଡସଟ୍ରିଆଲ ଡିଜିଟଲାଇଜେସନ ଉପରେ ଫୋକସ୍‌ କରିବ ଯାହା ଲେଗେସୀ ମୋବାଇଲ ଫୋନ୍‌ ଠାରୁ ସମ୍ପୂର୍ଣ୍ଣ ଅଲଗା । ଯଦିଓ ନୋକିଆର ପ୍ରଡକ୍ଟସ ଉପରେ ଏହି ଲୋଗୋ ୨୦୨୪ ପୂର୍ବରୁ ଦେଖିବାକୁ ମିଳିବନାହିଁ । କାହିଁକିନା ମହଜୁଦ ପ୍ରଡକ୍ଟସ ପୁରୁଣା ଲୋଗୋ ସହିତ ହିଁ ବିକ୍ରି କରାଯିବ ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

18 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

37 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

45 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago