Nokiaର ଶସ୍ତା ସ୍ମାର୍ଟଫୋନ G11 Plus ଲଞ୍ଚ୍‌, ଦିଆଯାଇଛି 50 ମେଗାପିକ୍ସଲ କ୍ୟାମେରା…ଜାଣନ୍ତୁ ଅନ୍ୟାନ୍ୟ ଫିଚର

କିଛି ମାସ ତଳେ HMD Global ନିଜ ବଜେଟ୍‌ Android ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ କରିଥିଲା। ଏହାକୁ କମ୍ପାନୀ Nokia G11 ନାମ ଦେଇଥିଲା। ଏବେ କମ୍ପାନୀ ଏହାର ନୂଆ ଅବତାର Nokia G11 Plus ଲଞ୍ଚ୍‌ କରିଛି। ଯଦିଓ ପ୍ଲସ୍‌ ହେବା ସତ୍ତ୍ୱେ ଏଥିରେ ଓରିଜିନାଲ୍‌ ମଡେଲ୍‌ଠାରୁ ଅଧିକ ଅପ୍‌ଗ୍ରେଡ କରାଯାଇ ନାହିଁ।

Nokia G11 Plusରେ 6.5 ଇଞ୍ଚର HD+ ସ୍କ୍ରିନ୍‌ ଦିଆଯାଇଛି। ଏହାର ସ୍କ୍ରିନ୍‌ ରିଜୋଲ୍ୟୁସନ ରହିଛି 720×1600 ପିକ୍ସଲ। ଏଥିରେ କମ୍ପାନୀ 90Hz ରିଫ୍ରେଶ୍‌ ରେଟ୍‌ ଏବଂ 180Hz ଟଚ୍‌ ସାମ୍ପଲିଙ୍ଗ୍‌ ରେଟ୍‌ ଦେଇଛି। କମ୍ପାନୀ ବର୍ତ୍ତମାନ ଏହି ଫୋନର ପ୍ରୋସେସର ବିଷୟରେ ସୂଚନା ଦେଇନାହିଁ। କିନ୍ତୁ କୁହାଯାଉଛି, ଏଥିରେ ଓକ୍ଟା କୋର୍‌ Unisoc T606 ପ୍ରୋସେସର ଦିଆଯାଇଛି।

ଏହି ସ୍ମାର୍ଟଫୋନରେ 4GB ର‍୍ୟାମ୍‌ ଏବଂ 64GB ଇଣ୍ଟରନାଲ ମେମୋରୀ ଦିଆଯାଇଛି। ଇଣ୍ଟରନାଲ୍‌ ମେମୋରୀକୁ microSD କାର୍ଡ ସ୍ଲଟ୍‌ ସାହାଯ୍ୟରେ 512GB ପର୍ଯ୍ୟନ୍ତ ବଢ଼ାଯାଇ ପାରେ। ଫଟୋଗ୍ରାଫି କଥା ଦେଖିଲେ, ଏହି ଫୋନର ରିୟରରେ ଡୁଆଲ କ୍ୟାମେରା ସେଟ୍‌ଅପ ଦିଆଯାଇଛି।

ଏହାର ପ୍ରାଇମେରୀ କ୍ୟାମେରା 50 ମେଗାପିକ୍ସଲର ରହିଛି। ଏହା ସହିତ 2 ମେଗାପିକ୍ସଲର ସେକେଣ୍ଡାରୀ ଲେନ୍ସ ଦିଆଯାଇଛି। ଫୋନର ଫ୍ରଣ୍ଟ୍‌ରେ ସେଲ୍ଫି ଏବଂ ଭିଡିଓ କଲ୍‌ ପାଇଁ 8 ମେଗାପିକ୍ସଲର କ୍ୟାମେରା ଦିଆଯାଇଛି। ଏହି ସ୍ମାର୍ଟଫୋନ Android 12 ଉପରେ କାମ କରିଥାଏ। କମ୍ପାନୀର ନିଶ୍ଚିତ କରିଛି ଯେ ଏହି ଡିଭାଇସ୍‌କୁ ଦୁଇ ବର୍ଷ ପର୍ଯ୍ୟନ୍ତ OS ଅପଗ୍ରେଡ୍‌ ଏବଂ ୩ ବର୍ଷ ପାଇଁ ସିକ୍ୟୁରିଟି ଅପଗ୍ରେଡ୍‌ ଦିଆଯିବ। ଏହି ଫୋନରେ 4,000mAhର ବ୍ୟାଟେରୀ ଦିଆଯାଇଛି।

ଦାମ୍‌ ଏବଂ ଉପଲବ୍ଧତା

Nokia G11 Plusକୁ ଚାରକୋଲ୍‌ ଗ୍ରେ ଏବଂ ଲେକ୍‌ ବ୍ଲୁ କଲର୍‌ ଅପସନରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ବର୍ତ୍ତମାନ ଏହି ଫୋନର ଦାମ୍‌କୁ ନେଇ କୌଣସି ସୂଚନା ଦେଇନାହିଁ। କିନ୍ତୁ ଏହାର ଦାମ୍‌ 150 ଡଲାର୍‌ (ପାଖାପାଖି 12,000 ଟଙ୍କା) ହୋଇପାରେ।

Leave A Reply

Your email address will not be published.