ଟେକ୍

ଭାରତରେ ଲଞ୍ଚ ହେବ Nokia G42 5G ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର୍ସ

ଆସନ୍ତା କାଲି ଲଞ୍ଚ ହେବ ନୋକିଆର ନୂଆ ମଡେଲ । ଏନେଇ ୟୁଜରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତାକାଲି ଅର୍ଥାତ ୧୧ ସେପ୍ଟେମ୍ବରରେ Nokia G42 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ ହେବ । ଲଞ୍ଚ ପୂର୍ବରୁ ନୋକିଆ ନୂଆ 5G ସ୍ମାର୍ଟଫୋନ୍ Nokia G42 5Gକୁ ଭାରତୀୟ ୟୁଜରଙ୍କ ପାଇଁ ଏକ ନୂଆ ତଥା ଆକର୍ଷଣୀୟ କଲରରେ ଆଣିବ ବୋଲି ସୂଚନା ମିଳିଛି । ନୋକିଆ ସୁଲଭ ମୂଲ୍ୟରେ ନିଜ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ମଡେଲ ଆଣିଥାଏ । ମୋବାଇଲ ୟୁଜରମାନେ କିଭଳି ଫୋନ କିଣିବା ପାଇଁ ଆକର୍ଷିତ ହେବେ ସେଥିପାଇଁ ପ୍ରତ୍ୟେକ ମୋବାଇଲ କମ୍ପାନୀ ଚେଷ୍ଟା ଜାରି ରଖିଥାନ୍ତି । କିନ୍ତୁ ନୋକିଆ ଏଥର କିଛି ଭିନ୍ନ ଢଙ୍ଗରେ ନିଜର ନୂଆ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ତେଣୁ ମୋବଇଲ ୟୁଜରମାନେ ଏହି ଫୋନ ନକିଣି ରହି ପାରିବେନି । କାରଣ ଏହି ଫୋନର କଲର ସମସ୍ତଙ୍କୁ ଆକର୍ଷିତ କରିଛି । କମ୍ପାନୀ Nokia G42 5Gକୁ ଏହାର ଅଫିସିଆଲ୍ ୱେବସାଇଟରେ ନୂଆ କଲର ଅପ୍ସନରେ ଟିଜ୍ କରିଛି ।

Nokia G42 5G ପ୍ରଥମେ ପର୍ପଲ କଲରରେ ଟିଜ୍ ହୋଇଥିଲା । କମ୍ପାନୀ ଏକ ଅଫିସିଆଲ ଟିଜର ସହିତ ସୂଚନା ଦେଇଥିଲା ଯେ ଅପକମିଂ ନୋକିଆ ସ୍ମାର୍ଟଫୋନ୍‌ ସେପ୍ଟେମ୍ବର ୧୧ରେ ଲଞ୍ଚ ହେବ । ଏହା ସହିତ କମ୍ପାନୀ ଫୋନର କିଛି ସ୍ପେସିଫିକେସନ ବିଷୟରେ ମଧ୍ୟ ସୂଚନା ଦେଇଛି । ନୋକିଆର ଅଫିସିଆଲ୍ ୱେବସାଇଟରେ ଜାରି ହୋଇଥିବା ଟିଜର ଅନୁଯାୟୀ Nokia G42 5G କୁ ପିଙ୍କ କଲର ଅପ୍ସନରେ ମଧ୍ୟ ଅଣାଯାଉଛି । କିନ୍ତୁ Nokia G42 5G ର ନୂଆ କଲର ଭାରିଆଣ୍ଟ ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ସୂଚନା ପ୍ରକାଶ କରି ନାହିଁ ।

ଫିଚର:
କମ୍ପାନୀ ଦାବି କରିଛି ଯେ ଫୋନ ୟୁଜରଙ୍କ ପାଇଁ Nokia G42 5Gକୁ ଫାଷ୍ଟ ଏକ୍ସପେରିଏନ୍ସ ସହିତ ଅଣାଯାଉଛି । ଏହା ସହିତ ଫୋନର ବ୍ୟାଟେରୀ କୁ ନେଇ କମ୍ପାନୀ ମଧ୍ୟ ଦାବି କରିଛି ଯେ ଫୋନରେ ଦମଦାର ବ୍ୟାଟେରୀ ଦିଆଯାଉଛି । Nokia G42 5G ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ୍ 480+ ଚିପସେଟ ସହିତ ଆସିବ । କମ୍ପାନୀ ନୂଆ ଫୋନରେ 6.56 ଇଞ୍ଚର HD + ଡିସପ୍ଲେ ସହିତ 720×1612 ପିକ୍ସେଲ ରିଜୋଲ୍ୟୁସନ ଏବଂ 90Hz ରିଫ୍ରେସ ରେଟ ସହିତ ଆସିବ ।

Nokia Nokia G42 5G 6GB RAM ଏବଂ 5GB ଭର୍ଚୁଆଲ୍ RAM ସପୋର୍ଟ ସହିତ ଆସିବ । ଏହି ଫୋନରେ 128GB ବିଲ୍ଟ ଇନ୍‌ ଷ୍ଟୋରେଜ୍ ମିଳିବ । ଫୋନକୁ ଟ୍ରିପଲ ରିୟର କ୍ୟାମେରା 50MP + 2MP + 2MP ସେଟଅପ୍ ସହିତ ଅଣାଯାଉଛି । ଫୋନରେ 8MP ଫ୍ରଣ୍ଟ କ୍ୟାମେରା ରହିଛି । ତେବେ Nokia G42 5G ସ୍ମାର୍ଟଫୋନ୍ ପର୍ପଲ, ଗ୍ରେ ଏବଂ ପିଙ୍କ କଲର ଅପ୍ସନରେ ଆସିବ ।

 

Subhalaxmi Das

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

13 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

21 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

27 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

36 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

38 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

45 mins ago