ଖୁବ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି Nokia Laptop, ଜାଣନ୍ତୁ କଣ ସବୁ ରହିଛି ଫିଚର୍ସ

ଏପର୍ଯ୍ୟନ୍ତ ଆପଣ Nokiaର କେବଳ ଫିଚର ଓ ସ୍ମାର୍ଟଫୋନ ହିଁ ବ୍ୟବହାର କରି ଆସୁଥିଲେ । କିନ୍ତୁ ଜାଣନ୍ତିକି ଖୁବ ଶୀଘ୍ର ବଜାରରେ ନୋକିଆର ଲ୍ୟାପଟପ ଲଞ୍ଚ ହେବାକୁ ଯାଉଛି । ଆଉ ସବୁଠୁ ଖାସ କଥା ହେଉଛି Nokia ଲ୍ୟାପଟପ ପ୍ରଥମେ ଭାରତୀୟ ବଜାରରେ ହିଁ ଲଂଚ ହେବ । ନୋକିଆର ଏହି ଲ୍ୟାପଟପକୁ ବ୍ୟୁରୋ ଅଫ ଇଣ୍ଡିୟାନ ଷ୍ଟାଣ୍ଡାର୍ଡସ ବା ବିଆଇଏସ ୱେବସାଇଟରେ ବି ଦେଖାଯାଇ ପାରିବ । କିନ୍ତୁ ଭାରତ ପକ୍ଷରୁ ସାର୍ଟିଫିକେସନ ଦିଆଯାଉଥିଲେ ମଧ୍ୟ ଲ୍ୟାପଟପ ଚାଇନାରେ ପ୍ରସ୍ତୁତ ହେବ । କହିରଖିବା ଉଚିତ ହେବକି, ଏହା ପୂର୍ବରୁ ୨୦୦୯ ମସିହାରେ Nokia Booklet 3G ଲ୍ୟାପଟପକୁ ବଜାରରେ ଲଞ୍ଚ କରାଯାଇଥିଲା ।

ସୂଚନା ମୁତାବକ କମ୍ପାନୀ ଵିଭିନ୍ନ ପ୍ରକାର ମଡେଲ ନମ୍ବରରେ ନିଜ ପ୍ରସ୍ତୁତ ଲ୍ୟାପଟପ ଗୁଡିକୁ ବଜାରରେ ଲଂଚ କରିବ । କିନ୍ତୁ ଏହାର ମାର୍କେଟିଙ୍ଗ ଦାୟିତ୍ୱରେ କେଉଁ କମ୍ପାନୀ ରହିବ ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟପକ୍ଷରେ ଫ୍ଲିପକାର୍ଟ ସହ ମିଳିତ ଭାବରେ ନୋକିଆ କମ୍ପାନୀ ପ୍ରସ୍ତୁତ ଟିଭି ଲଞ୍ଚ ହୋଇଥିଲା । ଯେବେକି ନୋକିଆ ସ୍ମାର୍ଟଫୋନ ଓ ଫିଚରଫୋନର ମାର୍କେଟିଙ୍ଗ ଦାୟିତ୍ୱ ଏଚଏମ୍ଡି ଗ୍ଲୋବାଲ ୨୦୧୬ ମସିହାରୁ କରିଆସୁଛି । ଅନ୍ୟପକ୍ଷରେ ଦାମ ବାବଦରେ ବି କମ୍ପାନୀ ପକ୍ଷରୁ କୌଣସି ଖୁଲାସା କରାଯାଇନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.