Nokia କମ୍ପାନୀ HMD ଲଞ୍ଚ କଲା ଦୁଇଟି ଦମଦାର୍ ଫୋନ୍, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍

HMD ନିଜର ଆଉ ଏକ ଶସ୍ତା ଫୋନ୍ ଗ୍ଲୋବାଲି ଲଞ୍ଚ କରିଛି । Nokia ର  କମ୍ପାନୀ ଏହି ଫୋନକୁ HMD Arc ର ନାମରେ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ଗ୍ଲୋବାଲ୍ ମାର୍କେଟରେ ନିଜର HMD Skyline Blue ର ନୂଆ Topaz ଏଡିସନକୁ ମଧ୍ୟ ଲଞ୍ଚ କରିଛି । ଗୋଟିଏ ୪GB RAM ଏବଂ ୬୪GB ଷ୍ଟୋରେଜ୍ ଅପ୍ସନ ସହିତ ଲଞ୍ଚ କରାଯାଇଛି । ଏହି ଫୋନ୍ ଖାସ୍ କରି ଏଣ୍ଟ୍ରି ଲେବଲ ୟୁଜର୍ସଙ୍କ ପାଇଁ ହୋଇଛି । ସେହିଭଳି, Skyline Blue Topaz Edition କମ୍ପାନୀର ଫ୍ଲାଗସିପ୍ ଫୋନ୍ ହୋଇଛି । ଆପଣଙ୍କୁ କହିବୁ ଯେ ଏହି ଦୁଇଟି ଫୋନର ପ୍ରାଇସ୍ ଏବଂ ଫିଚର୍ସ ବିଷୟରେ ।

HMD Arc ର ସ୍ପେସିଫିକେସନ୍ :

• HMD ର ଏହି ଫୋନ୍ ୬.୫୨ ଇଞ୍ଚ HD+ ଡିସପ୍ଲେ ସହିତ ଆସିଥାଏ । ଯାହାରରିଜୋଲ୍ୟୁସନ୍ ୫୭୬ x ୧,୨୮୦ ପିକ୍ସେଲ ଅଛି ।

• ଏହି ଫୋନରେ ୱାଟରଡ୍ରପ୍ ନଚ୍ ଡଜାଇନ୍ ଭଳି LCD ସ୍କ୍ରିନ୍ ମିଳିଥାଏ, ଯାହାର ପିକ୍ ବ୍ରାଇଟନେସ୍ ୪୬୦ ନିଟ୍ସ ପର୍ଯ୍ୟନ୍ତ ରହିଛି ।

• HMD ର ଏହି ଶସ୍ତା ଫୋନରେ Unisoc 9863A ପ୍ରୋସସର ଦିଆଯାିଛି, ଯାହା ସହିତ ୪GB RAM ଏବଂ ୬୪GB ଅନବୋର୍ଡ ଷ୍ଟୋରେଜ୍ ମିଳିବ । ଫୋନର

ଇଣ୍ଟରନାଲ୍ ଷ୍ଟୋରେଜର ମାଇକ୍ରୋ SD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ ।

• HMD Arc ର Android 14 Go ସହିତ ଲଞ୍ଚ କରାଯାଇଛି । ଦୁଇ ବର୍ଷ ପାଇଁ ଫୋନର ସିକ୍ୟୁରିଟି ଅପଡେଟ୍ ଦିଆଯିବ ।

• HMD Arc ର ବ୍ୟାକରେ ୧୩ MP ର ରିୟର କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫ MP ର କ୍ୟାମେରା ମିଳିବ । ଏହି ଫୋନ୍ IP52

ଏବଂ IP54 ରେଟିଂ ହେବ ।

• ଏହି ବଜେଟ୍ ସ୍ମାର୍ଟଫୋନରେ ୫,୦୦୦ mAh ର ଦମଦାର୍ ବ୍ୟାଟେରୀ ଅଛି । ଏହା ସହିତ ୧୦ W ୱାୟର୍ଡ ଫାଷ୍ଟ ଚାର୍ଜିଂ ଫିଚର ଦିଆ ଯାଇଛି ।

• ଏଥିରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ୍ ୫.୨, GPS, ୩.୫mm ଅଡିଓ ଜ୍ୟାକ୍, USB Type C ଚାର୍ଜିଂ ପୋର୍ଟ ଅଛି ।

HMD Skyline Blue Topaz Edition ର ଫିଚର୍ସ :

ଏହି ସ୍ପେସାଲ୍ ଏଡିସନ୍ ୬.୫୫ ଇଞ୍ଚର AMOLED ଡିସପ୍ଲେ ସହିତ ଆସିଥାଏ । ଫୋନରେ ୧୨GB RAM ଏବଂ ୨୫୬GB ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିଥାଏ । ଏହି ଫୋନ୍ ୫୦MP ର ସେଲଫି କ୍ୟାମେରା ସହିତ ଆସିଥାଏ । ସେହିଭଳି ଫୋନ୍ ବ୍ୟାକରେ ୧୦୮MP ର ମେନ୍, ୧୩MP ର ଅଲ୍ଟ୍ରା ୱାଇଡ୍ ଏବଂ ୫୦MP ର ଟେଲିଫଟୋ କ୍ୟାମେରା ମିଳିବ । HMD ର ଏହି ଫୋନ୍ Android 14 ଅପରେଟିଂ ସିଷ୍ଟମରେ କାମ କରିଥାଏ ।

ପ୍ରାଇସ୍ :

କମ୍ପାନୀ ଏପର୍ଯ୍ୟନ୍ତ HMD Arc ର ପ୍ରାଇସ୍ ରିବଲ କରିନାହିଁ । ଏଥି ସହିତ HMD Skyline Blue Topaz ଏଡିସନ୍ ବେସ୍ ୮GB RAM + ୧୨୮ GB ଭ୍ୟାରିଆଣ୍ଟର ପ୍ରାଇସ୍ GBP ୩୯୯ ( ପ୍ରାୟ ୪୨,୯୦୦ ଟଙ୍କା) ହେବ । ସେହିଭଳି ଏହାର ଟପ୍ ୧୨ GB RAM + ୨୫୬ GB ଭ୍ୟାରିଆଣ୍ଟର ପ୍ରାଇସ୍ GBP ୪୯୯ (ପ୍ରାୟ ୫୩,୬୦୦ଟଙ୍କା) ରେ ଆସିଥାଏ ।