Nokia ଲଞ୍ଚ କରିବ କିପ୍ୟାଡ୍ 5G ମୋବାଇଲ୍, କମ୍ ଦାମରେ ମିଳିବ ବଢ଼ିଆ ଫିଚର୍ସ

ଏବେ ତ ସ୍ମାର୍ଟଫୋନ ର ଯୁଗ । ସମସ୍ତଙ୍କ ହାତରେ ରହୁଛି ସ୍ମାର୍ଟଫୋନ । ସ୍ମାର୍ଟଫୋନରୁ ହିଁ ଲୋକଙ୍କର ଦିନ ଆରମ୍ଭ ହେଉଛି । କିନ୍ତୁ ଏବେ ବି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କିପ୍ୟାଡ୍ ଫୋନ ବ୍ୟବହାର କରୁଛନ୍ତି । ଏହି ସବୁ ଲୋକଙ୍କ ପାଇଁ ନୋକିଆ ଏମିତି ଏକ ସ୍ମାର୍ଟଫୋନ ଆଣୁଛି, ଯେଉଁଥିରେ ସ୍ମାର୍ଟଫୋନ ଭଳି ଅନେକ ଫିଚର ଦିଆଯାଇଛି । ନୋକିଆ ହେଉଛି ଭାରତର ସବୁଠାରୁ ପୁରୁଣା କମ୍ପାନୀ। କିନ୍ତୁ ନୋକିଆ କମ୍ପାନୀର ଫୋନଗୁଡ଼ିକର ଚାହିଦା ଧିରେ ଧିରେ କମିବାକୁ ଲାଗିଲାଣି । ତେଣୁ ନୋକିଆ କମ୍ପାନୀ ପୁଣିଥରେ ଭାରତରେ ଧମାଲ କରିବା ପାଇଁ ପ୍ଲାନ୍ କରୁଛି । ଖୁବଶୀଘ୍ର ନୋକିଆ ଏକ କିପ୍ୟାଡ୍ 5G ମୋବାଇଲ୍ ଲଞ୍ଚ କରିବ, ଯେଉଁଥିରେ ପାଓ୍ଵାରଫୁଲ୍ ବ୍ୟାଟେରୀ ଏବଂ ଷ୍ଟାଇଲିସ୍ ଲୁକ୍ ରହିବ । ଏହାର ଡିଜାଇନ୍ ମଧ୍ୟ ବହୁତ ଆକର୍ଷଣୀୟ ରହିବ । ଯାହାକୁ ଦେଖିବା ପରେ ୟୁଜରମାନେ ଏହି ଫୋନ ନ କିଣି ରହି ପାରିବେନି । ତେବେ ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଫିଚର ରହିବ ଏବଂ ଏହାର ଦାମ କେତେ ହେବ ।
ଆମେ କହୁଥିବା ନୋକିଆ କମ୍ପାନୀର ସ୍ମାର୍ଟଫୋନ୍ ହେଉଛି ନୋକିଆ କିପ୍ୟାଡ୍ 5G ମୋବାଇଲ୍ । ଏହି ଫୋନରେ ୩.୫ ଇଞ୍ଚର ଏଲସିଡି ଡିସପ୍ଲେ ଦିଆଯାଇଛି । ଗୋଟିଏ ପଏଣ୍ଟ ଚାରି ଡୁଆଲ୍ କୋର୍ ପ୍ରୋସେସର୍ ଦିଆଯାଇଛି । ଏଥିରେ ୧ GB RAM ଏବଂ ୧୬ GB ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି । ଆପଣ ଏହି ଷ୍ଟୋରେଜକୁ ୧.୫ GB ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଏହି ଫୋନରେ LCD ଡିସପ୍ଲେ ଏବଂ ସୁରକ୍ଷା ପାଇଁ ପାଓ୍ଵାରଫୁଲ୍ ହାର୍ଡ ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଛି ।
Nokia keypad 5g ଫୋନର କ୍ୟାମେରା ବି ବଢ଼ିଆ ରହିଛି । ଏଥିରେ ୫ ମେଗାପିକ୍ସେଲର ମେନ୍ କ୍ୟାମେରା ରହିଛି । ଏହା ବ୍ୟତୀତ ଏହି ସ୍ମାର୍ଟଫୋନରେ ଭିଡିଓ କଲିଂ ଏବଂ ସେଲଫି ପାଇଁ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । ଏହି ସ୍ମାର୍ଟଫୋନର ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ ୩୦୦୦mAh ର ଏକ ପାଓ୍ଵାରଫୁଲ୍ ବ୍ୟାଟେରୀ ଦିଆଯିବ । ଏହି ଫୋନକୁ ଥରେ ଚାର୍ଜ କରିବା ପରେ ଆପଣ ଏହାକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ ସହଜରେ ବ୍ୟବହାର କରିପାରିବେ ।
Nokia Keypad 5G ଫୋନରେ ଦାମୀ ସ୍ମାର୍ଟଫୋନ୍ ଭଳି ନୂଆ ନୂଆ ଫିଚର ଦିଆଯାଇଛି । ନୋକିଆର ନୂଆ ଫୋନ୍ ବିଷୟରେ ସବୁଠାରୁ ଖାସ୍ କଥା ହେଉଛି ଏହାର ଦାମ୍ ବହୁତ କମ୍ । ଏହି କିପ୍ୟାଡ୍ ମୋବାଇଲର ଦାମ୍ ୨୧୦୦ ରୁ ୨୮୦୦ ଟଙ୍କା ମଧ୍ୟରେ ରହିଛି । ଯାହା ଦ୍ୱାରା ଜଣେ ସାଧାରଣ ଲୋକ ଏହି ଫୋନକୁ ସହଜରେ କିଣି ପାରିବେ ।