୫୫ ଡିଗ୍ରୀ ତାପମାତ୍ରାରେ କାମ କରିବ Nokia XR 20, ପାଣିରେ ବୁଡାଇଲେ ବି ହେବନି ନଷ୍ଟ

ଘକ୍ଟଳସବ ଢଜ ୨୦ ଭାରତରେ ମଲ୍ଟି ଗ୍ରେଡ ବିଲ୍ଡ କ୍ବାଲିଟି ସହିତ ଲଞ୍ଚ ହୋଇଛି। କମ୍ପାନୀ ମୁତାବକ, ଏହି ଫୋନ ୫୫ ଡିଗ୍ରୀ ତାପମାତ୍ରାରେ ମଧ୍ୟ କାମ କରିବ। ଏହାଛଡା ଫୋନରେ ୧.୫ ମିଟର ଉଚ୍ଚତାରୁ ପଡିଲେ ମଧ୍ୟ ଭାଙ୍ଗିବ ନାହିଁ କି ପାଣିରେ ବୁଡାଇଲେ ମଧ୍ୟ ନଷ୍ଟ ହେବନାହିଁ।

୬ ଜିବି ରାମ୍ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ଏହି ଫୋନର ଦାମ୍ ୪୬,୯୯୯ ଟଙ୍କା ରହିଛି। ଗ୍ରେ ନାଇଟ ଏବଂ ଅଲଟ୍ରା ବ୍ଲୁ କଲର ଅପସନରେ ମିଳିବ। ଏହି ଫୋନର ସେଲ୍ ୩୦ ଅକ୍ଟୋବରରୁ ଆରମ୍ଭ ହେବ।

ଏହି ଫୋନ କିଣିଲେ ୩,୫୯୯ ଟଙ୍କାର ନୋକିଆ ପାୱର ଇଅରବଡସ ଲାଇଟ୍ ଫ୍ରି ମଧ୍ୟ କମ୍ପାନୀ ଦେବ। ଏହି ଫୋନର ପ୍ରି ବୁକିଂ କରୁଥିବା ୟୁଜର୍ସଙ୍କୁ ମାଗଣାରେ ୧ ବର୍ଷର ସ୍କ୍ରିନ ପ୍ରୋଟେକ୍ସନ ମଧ୍ୟ ମିଳିବ।
ଫୋନରେ କମ୍ପାନୀ ୧୦୮୦ଙ୍ଘ୨୪୦୦ ପିକ୍ସେଲ ରିଜ୍ୟେୁଲେସନ ସହିତ ୬.୬୭ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ଦେଉଛି। ଗୋରିଲା ଗ୍ଲାସ୍ ପ୍ରୋଟେକ୍ସନ ସହିତ ଏହି ଡିସପ୍ଲେର ଆସପ୍ଟେ ରେସିଓ ୨୦:୯ ରହିଛି। ଫୋନରେ ୬ ଜିବି ରାମ୍ ଏବଂ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ ମିଳିବ। ପ୍ରୋସେସର ଭାବେ ଏହି ଫୋନରେ ଆପଣଙ୍କୁ ୪୮୦ ଚିପସେଟ ସ୍ନାପଡ୍ରାଗନ ମିଳିବ।

ଫଟୋଗ୍ରାଫି ପାଇଁ ଫୋନରେ ଏଲଇଡି ଫ୍ଲାଶ ସହିତ ଡୁଆଲ ରିଅର କ୍ୟାମେରା ସେଟଅପ୍ ଦିଆଯାଇଛି। ଏଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର ସହିତ ୧୩ ମେଗାପିକ୍ସେଲ ଅଲ୍ଟ୍ରା ୱାଇଣ୍ଡ ଆଙ୍ଗେଲ ସୁଟର ଦିଆଯାଇଛି। ଫୋନରେ ମିଳୁଥିବା କ୍ୟାମେରାରେ ଆକ୍ସନ କ୍ୟାମ ମୋଡ୍ ମଧ୍ୟ ମିଳିବ।

ଫୋନ ସାଇଡରେ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ୪,୬୩୦ mAh ବ୍ୟାଟେରୀ ମଧ୍ୟ ଦିଆଯାଇଛି। କନେକ୍ଟିଭିଟି ପାଇଁ ଫୋନରେ ୫ଜି, ୪ଜି LTE, ୱାଇଫାଇ ୬, ବ୍ଲୁଟୁଥ, ଜିପିଏସ, ଏନଏଫସି, ୟୁଏସବି ଟାଇପ ସି ଏବଂ ୩.୫ mmର ହେଡଫୋନ ଜ୍ୟାକ ଭଳି ଫିଚର ଦିଆଯାଇଛି।

ନିକଟରେ, ନୋକିଆ ନିଜର ଏକ କ୍ଲାସିକ୍ ଫୋନ୍ ୬୩୧୦(ଘକ୍ଟଳସବ ୬୩୧୦)କୁ ପୁଣିଥରେ ବଜାରକୁ ଆଣୁଛି। ୨୦ ବର୍ଷ ପୂର୍ବେ ଏହି ଫୋନ୍ ବେଶ୍ ଲୋକପ୍ରିୟ ଥିଲା। ଏବେ ଏହା ପୁଣିଥରେ ଧମାଲ ମଚାଇବାକୁ ପ୍ରସ୍ତୁତ ହେଉଛି। ନିଜର ମଜଭୁତ ବିଲ୍ଡ ଏବଂ ଦୀର୍ଘସ୍ଥାୟୀ ବ୍ୟାଟେରୀ ପାଇଁ ଜଣାଯାଉଥିବା ଏହି ଫିଚର ଫୋନକୁ ପ୍ରଥମ ଥର ମାର୍ଚ୍ଚ ୨୦୦୧ରେ ଲଞ୍ଚ୍ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.