ଫ୍ଲିପକାର୍ଟ ସେଲ୍: Nothing Ear 1 ଟ୍ରୁ ୱେୟାରଲେସ ଇଅରବଡ୍ସରେ ମିଳିବ ବମ୍ପର ରିହାତି

Nothing Ear 1 ଟ୍ରୁ ୱେୟାରଲେସ ଷ୍ଟିରିଓ ଇଅରଫୋନ ଭାରତୀୟ ବଜାରରେ ଲଞ୍ଚ ହୋଇଯାଇଛି। ଏବେ ଏହି ଇଅରବଡ୍ସ ଫ୍ଲିପକାର୍ଟ ବିଗ୍ ବିଲିଅନ ଡେଜ ସେଲ୍ ସମୟରେ ବମ୍ବର ଡିସକାଉଣ୍ଟରେ ମିଳିବ। ବିଗ୍ ବିଲିଅନ ଡେଜ ସେଲ୍ ୩ ଅକ୍ଟୋବରରୁ ଆରମ୍ଭ ହେଉଛି ।

ଏହାକୁ ଅଗଷ୍ଟ ମାସରେ ଭାରତରେ ୫,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା। କିନ୍ତୁ ଫ୍ଇଳ୍ଯକାର୍ଟ ସେଲଷଣ ଏଷବ ୫,୪୯୯ ଟଙ୍କାରେ ଗ୍ରାହକ କିଣିପାରିବେ। ଏହି ଡିଭାଇସରେ ଗ୍ରାହକଙ୍କୁ ୫୦୦ ଟଙ୍କାର ଡିସକାଉଣ୍ଟ ମିଳିବ। ଯଦି ଆପଣ ଏହାକୁ ଆଇସିଆଇସିଆଇ ଏବଂ ଆକ୍ସିସ ବ୍ଯାଙ୍କ କାର୍ଡରେ କିଣିନ୍ତି, ତେବେ ଆଡିସନାଲ ଅଫର୍ସ ମିଳିବ। ଏହା ସହିତ ଗ୍ରାହକଙ୍କୁ ନୋ କଷ୍ଟ ଇଏମଆଇ ଏବଂ ୬ ମାସ ପାଇଁ Gaana Plus ସବସ୍କ୍ରିପସନ ମଧ୍ୟ ମିଳିବ।

ସ୍ପେସିଫିକେସନ:

ଏଥିରେ ଟଚ୍ କଣ୍ଟ୍ରୋଲ ଦିଆଯାଇଛି, ଯାହାଦ୍ବାରା ପ୍ଲେବ୍ଯାକ୍କୁ କଣ୍ଟ୍ରୋଲ କରିପାରିବେ। ନଏଜ କ୍ଯାନସିଲେସନ ଟ୍ରାନ୍ସପରେନ୍ସି ମୋଡ ମଧ୍ୟ ସ୍ବିଚ୍ କରିପାରିବେ। ଏହା ୫.୭ ଘଣ୍ଟା ପର୍ଯ୍ଯନ୍ତ ବ୍ଯାକ୍ଅପ ଦେବ। ଏହାକୁ ଫୁଲ୍ ଚାର୍ଜ କରିବା ପରେ ୩୪ ଘଣ୍ଟାର ବ୍ଯାକ୍ଅପ୍ ଦେବ। ଏଥିରେ ୫୭୦ mAhବ୍ଯାଟେରୀ ଦିଆଯାଇଛି। ଏହାକୁ ୟୁଏସବି ସି ଟାଇପ ଦ୍ବାରା ଚାର୍ଜ କରିପାରିବେ। ଏହାକୁ ୧୦ ମିନିଟ୍ ଚାର୍ଜ କରି ୮ ଘଣ୍ଟା ପର୍ଯ୍ଯନ୍ତ ଚଲାଇପାରିବେ।

ଏହାକୁ ଆପଣ ଆଣ୍ଡ୍ରଏଡ ଏବଂ ଆଇଫୋନ ସହିତ କନେକ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ Ear 1 ଆପ ଡାଉନଲୋଡ କରିବା ଦ୍ବାରା ସବୁ କଣ୍ଟ୍ରୋଲ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.