୩୧ ଅଗଷ୍ଟରୁ ଭାରତରେ ବିକ୍ରି ହେବ Nothing Ear 1 ଇଅରବଡ୍ସ, ଜାଣନ୍ତୁ କ’ଣ ରହିବ ନୂଆ ଫିଚର୍ସ

Nothing Ear 1 ଟ୍ରୁ ୱେୟାରଲେସ ଷ୍ଟିରିଓ ଇଅରଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଏବେ ଏହା ୩୧ ଅଗଷ୍ଟରୁ ଯୁଜର୍ସଙ୍କ ପାଇଁ ବଜାରରେ ବିକ୍ରି ହେବା ଉପଲବ୍ଧ ହେବ। କମ୍ପାନୀ ମୁତାବକ, ଏହା ଇ- କର୍ମସ ସାଇଟ୍ ଫ୍ଲିପକାର୍ଟରେ ସେଲ ହେବ।

Nothing କମ୍ପାନୀ ବ୍ରିଟେନ ଷ୍ଟାଟଅପ୍ କମ୍ପାନୀ। ଯାହାକୁ OnePlus ର କୋ ଫାଉଣ୍ଡର carlpei ଲଞ୍ଚ କରିଥିଲେ। ଏହା କମ୍ପାନୀର ଇଲେକ୍ଟ୍ରନିକ୍ସ ଡିଭାଇସକୁ ବଜାରକୁ ଆଣିବ। Nothing Ear 1 କମ୍ପାନୀର ପ୍ରଥମ ପ୍ରଡକ୍ଟ, ଯାହା ଅନେକ ଶାନଦାର ଫିଚର୍ସ ଭରି ରହିଛି। ଏଥିରେ ଆକ୍ଟିଭ ନଏଜ କ୍ଯାନସିଲେସନ ଏବଂ ୱେୟାରଲେସ ଚାର୍ଜିଂ ସପୋର୍ଟ ଦିଆଯାଇଛି।

ଦାମ୍ ଏବଂ ସ୍ପେସିଫିକେସନ:

Nothing Ear 1 କମ୍ପାନୀର ଆଫୋଡେବଲ ଡିଭାଇସ ଏବଂ ଭାରତୀୟ ବଜାରରେ ୫,୯୯୯ ଟଙ୍କା ରହିଛି। ଏହା ଭାରତ ଛଡା ୟୁଏସ, ୟୁକେ ଏବଂ ୟୁରୋପରେ ଲଞ୍ଚ କରାଯାଇଛି। ଯାହାର ଦାମ୍ ୭,୪୦୦ ଟଙ୍କା ରହିଛି। ଏହି କମ୍ପାନୀ ଓପୋ, ସୋନୀ, ସାମସଙ୍ଗ ଏବଂ anker soundcoreକୁ ଟକ୍କର ଦେବ।

ଏଥିରେ ଟଚ୍ କଣ୍ଟ୍ରୋଲ ଦିଆଯାଇଛି, ଯାହାଦ୍ବାରା ପ୍ଲେବ୍ଯାକ୍କୁ କଣ୍ଟ୍ରୋଲ କରିପାରିବେ। ନଏଜ କ୍ଯାନସିଲେସନ ଟ୍ରାନ୍ସପରେନ୍ସି ମୋଡ ମଧ୍ୟ ସ୍ବିଚ୍ କରିପାରିବେ। ଏହା ୫.୭ ଘଣ୍ଟା ପର୍ଯ୍ଯନ୍ତ ବ୍ଯାକ୍ଅପ ଦେବ। ଏହାକୁ ଫୁଲ୍ ଚାର୍ଜ କରିବା ପରେ ୩୪ ଘଣ୍ଟାର ବ୍ଯାକ୍ଅପ୍ ଦେବ। ଏଥିରେ ୫୭୦ mAhବ୍ଯାଟେରୀ ଦିଆଯାଇଛି। ଏହାକୁ ୟୁଏସବି ସି ଟାଇପ ଦ୍ବାରା ଚାର୍ଜ କରିପାରିବେ। ଏହାକୁ ୧୦ ମିନିଟ୍ ଚାର୍ଜ କରି ୮ ଘଣ୍ଟା ପର୍ଯ୍ଯନ୍ତ ଚଲାଇପାରିବେ।

ଏହାକୁ ଆପଣ ଆଣ୍ଡ୍ରଏଡ ଏବଂ ଆଇଫୋନ ସହିତ କନେକ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ Ear 1 ଆପ ଡାଉନଲୋଡ କରିବା ଦ୍ବାରା ସବୁ କଣ୍ଟ୍ରୋଲ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.