Nothing ଲଞ୍ଚ କଲା ୩ଟି କ୍ୟାମେରା ସହିତ ଏକ ଶସ୍ତା ସ୍ମାର୍ଟଫୋନ୍, ପାୱାରଫୁଲ୍ ବ୍ୟାଟେରୀ ସମେତ ମିଳିବ ଦମଦାର୍ ଫିଚର୍ସ

Nothingର ସବ୍-ବ୍ରାଣ୍ଡ୍ CMF ଏହାର ଦ୍ୱିତୀୟ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ Phone 2 Pro ଲଞ୍ଚ କରିଛି । Nothing CMFର ଏହି ଫୋନଟି Nothing Phone 3a ସିରିଜ୍ ପରି ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏଥି ସହ ଫୋନରେ ୫,୦୦୦mAh ବ୍ୟାଟେରୀ, IP54 ରେଟିଂ ସମେତ ଅନେକ ପାୱାରଫୁଲ୍ ଫିଚର୍ସ ପ୍ରଦାନ କରାଯାଇଛି । କମ୍ପାନୀ ୮GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ CMF Phone 2 Pro ଉପସ୍ଥାପନ କରିଛି । ଗତବର୍ଷ ଲଞ୍ଚ ହୋଇଥିବା ମଡେଲ ତୁଳନାରେ ଫୋନର ବ୍ୟାକ୍ ପ୍ୟାନେଲରେ କୌଣସି ବଡ଼ ଅପଗ୍ରେଡ୍ ହୋଇନାହିଁ । ଏହି ଫୋନଟି ଏକ ରିମୁଭାଲ୍ ବ୍ୟାକ୍ ପ୍ୟାନେଲ୍ ସହିତ ମଧ୍ୟ ଆସିଥାଏ ।

Nothing CMF Phone 2 Pro ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଦୁଇଟି ଷ୍ଟୋରେଜ୍ ଅପ୍ସନରେ ଲଞ୍ଚ କରାଯାଇଛି ଯାହା ହେଉଛି – ୮GB RAM + ୧୨୮GB ଏବଂ ୮GB RAM + ୨୫୬GB । ଏହାର ପ୍ରାରମ୍ଭିକ ମୂଲ୍ୟ ୧୮,୯୯୯ ଟଙ୍କା । ସେହିଭଳି ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୨୦,୯୯୯ ଟଙ୍କା । ଏହି ଫୋନଟି ବ୍ଲାକ୍, ଲାଇଟ୍ ଗ୍ରୀନ୍, ଅରେଞ୍ଜ ଏବଂ ହ୍ବାଇଟ୍ କଲର ବିକଳ୍ପରେ ଉପସ୍ଥାପନ କରାଯାଇଛି । ଫୋନର ଫାଷ୍ଟ ସେଲ୍ ମେ ୫ରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଅନୁଷ୍ଠିତ ହେବ । ପ୍ରଥମ ସେଲରେ, ଫୋନଟିକୁ କିଣିବା ଉପରେ ୧,୦୦୦ ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ଏବଂ ୧,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆଯାଉଛି ।

CMF Phone 2 Pro ର ଫିଚର୍ସ :
Nothingର ଏହି ବଜେଟ୍-ଫ୍ରେଣ୍ଡଲି ଫୋନଟି ୬.୭୭ ଇଞ୍ଚ FHD+ AMOLED ଡିସପ୍ଲେ ସହିତ ଆସିଥାଏ, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଫିଚର୍ସକୁ ସପୋର୍ଟ କରେ । ଏହି ଫୋନର ଡିସପ୍ଲେର ପିକ୍ ବ୍ରାଇଟନେସ୍ ୩,୦୦୦ ନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହା HDR10+କୁ ସପୋର୍ଟ କରିବ । ଏଥି ସହ ଏହି ଫୋନର ଡିସପ୍ଲେର ସେଫ୍ଟି ପାଇଁ ପାଣ୍ଡା ଗ୍ଲାସ ଦିଆଯାଇଛି । ଏହି ସ୍ମାର୍ଟଫୋନରେ MediaTek Dimensity 7300 Pro ପ୍ରୋସେସର୍ ଉପଲବ୍ଧ ହେବ । ଏହା ସହିତ, ୮GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ଉପଲବ୍ଧ ହେବ । ଏହା ସହିତ ଫୋନର RAM ଏବଂ ଷ୍ଟୋରେଜକୁ ଏକ୍ସପାଣ୍ଡ କରାଯାଇପାରିବ ।

ଏଥି ସହ ଜାଣିରଖନ୍ତୁ ଯେ, ଏହି ଫୋନର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । କମ୍ପାନୀ ଏହାର ପୂର୍ବ ମଡେଲରେ ଡୁଆଲ୍ କ୍ୟାମେରା ପ୍ରଦାନ କରିଥିଲା । ଏଥିରେ ଏକ ୫୦MP ମେନ୍ ଏବଂ ୫୦MP ଟେଲିଫଟୋ କ୍ୟାମେରା ରହିବ । ଏହା ବ୍ୟତୀତ ଫୋନରେ ଏକ ୮MP ଅଲଟ୍ରା ୱାଇଡ୍ କ୍ୟାମେରା ଦିଆଯାଇଛି । ଏଥିରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୬MP ର କ୍ୟାମେରା ରହିଛି । କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ୍ 5G ସିମ୍ କାର୍ଡ, Wi-Fi6, ବ୍ଲୁଟୁଥ୍ 5.3, USB ଟାଇପ୍ C, ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଫିଚର୍ ଦିଆଯାଇଛି । ଯଦି ଆପଣ ଆଫର୍ଡେବଲ୍ ପ୍ରାଇସରେ ଏକ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।