ଭାରତରେ ଲଞ୍ଚ ହୋଇଛି Nothing ର ଦୁଇଟି ପାୱାରଫୁଲ୍ ସ୍ମାର୍ଟଫୋନ୍, ୟୁଜର୍ସଙ୍କୁ ମିଳିବ ବଢ଼ିଆ ଏକ୍ସପେରିୟନ୍ସ

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଆଜି ଲଞ୍ଚ ହୋଇଛି ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍ । ୟୁଜର୍ସଙ୍କୁ ମିଳିବ ଭଲ ଏକ୍ସପେରିୟନ୍ସ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆଜି ମାର୍ଚ୍ଚ ୫ ତାରିଖରେ ଭାରତ ସମେତ ବିଶ୍ୱ ବଜାରରେ Nothing Phone (4a) ଏବଂ Phone (4a) Pro ଏଣ୍ଟ୍ରି କରିଛି । Nothing ର ଏହି ଦୁଇଟି ମିଡ୍ ବଜେଟ୍ ଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Phone (3a) ଏବଂ Phone (3a) Pro କୁ ଅପଗ୍ରେଡ୍ କରାଯିବ । କମ୍ପାନୀ ଅଫିସିଆଲି ଭାବରେ ଫୋନଗୁଡ଼ିକର ଅନେକ ଫିଚର୍ସ ପ୍ରକାଶ କରିଛି । ଏହା ବ୍ୟତୀତ, ନୂଆ ସିରିଜର ଫୋନର ଡିଜାଇନ୍ ମଧ୍ୟ ଅଫିସିଆଲି କନଫର୍ମ କରାଯାଇଛି । ନିକଟରେ ଏହି ଦୁଇଟି Nothing ଫୋନର ପ୍ରାଇସ୍ ମଧ୍ୟ ଲିକ୍ ହୋଇଥିଲା ।

Nothing ର ଏହି ଦୁଇଟି ମିଡ୍ ବଜେଟ୍ ଫୋନ୍ ୫ ମାର୍ଚ୍ଚରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟାରେ ବିଶ୍ୱ ସ୍ତରରେ ଲଞ୍ଚ ହୋଇଛି । ଉଭୟ ଫୋନ୍ ପାଇଁ ଲଞ୍ଚ ଇଭେଣ୍ଟ କମ୍ପାନୀର ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଫ୍ଲିପକାର୍ଟରେ ଦେଖାଯାଇପାରିବ । ଉଭୟ ଫୋନ୍ ପୂର୍ବରୁ ଇ-କମର୍ସ ୱେବସାଇଟରେ ଲିଷ୍ଟ ହୋଇଛି ।

ଫିଚର୍ସ:
Nothing Phone (4a) ରେ ୧.୫K ରିଜୋଲ୍ୟୁସନ୍ OLED ଡିସପ୍ଲେ ରହିବ ଯାହା ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରିବ । ଏହା Qualcomm Snapdragon 7s Gen 4 ପ୍ରୋସେସର୍ ଦ୍ୱାରା ପରିଚାଳିତ ହେବ । ଏଥିରେ ୫,୪୦୦mAh ବ୍ୟାଟେରୀ ଏବଂ ୫୦W ୱାୟର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରିବାର ମଧ୍ୟ ଆଶା କରାଯାଉଛି ।

ଏହା ସହିତ, ଫୋନଟି IP65 ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟ୍‌ଅପ୍ ରହିଛି, ଯେଉଁଥିରେ ଏକ ୫୦MP ପ୍ରାଇମେରୀ OIS କ୍ୟାମେରା, ଏକ ୫୦MP ଟେଲିଫଟୋ ଲେନ୍ସ ଏବଂ ଏକ ୮MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଏକ ୩୨MP ଫ୍ରଣ୍ଟ୍ କ୍ୟାମେରା ରହିଛି । ଏହା ବ୍ୟତୀତ, ଫୋନରେ ଏକ ଡେଡିକେଟେଡ୍ ଏସେନଟିଆଲ୍ କୀ ମଧ୍ୟ ରହିବ, ଯାହା iPhone ର ଆକ୍ସନ୍ ବଟନ୍ ପରି କାର୍ଯ୍ୟ କରିବ ।

Nothing Phone (4a) ଏହାର ଷ୍ଟାଣ୍ଡାର୍ଡ ମଡେଲ ପରି ସମାନ ଫିସର୍ଚ ରହିଛି । କ୍ୟାମେରା ଏବଂ ବ୍ୟାଟେରୀ ସମେତ କିଛି ଫିଚର୍ସରେ ଅପଗ୍ରେଡ୍ ହେବ । ଏହି ଫୋନଟି ଗତ ବର୍ଷର Nothing Phone (3a) Pro ପରି ଏକ ଭଲ ବ୍ୟାଟେରୀ ସହିତ ଆସିପାରେ । ଏହା ସହିତ, ଏଥିରେ ହାର୍ଡୱେର୍ ଅପଗ୍ରେଡ୍ ମଧ୍ୟ ଦେଖାଯାଇପାରେ ।

ପ୍ରାଇସ୍:
ଏହି ଦୁଇଟି Nothing ଫୋନର ମୂଲ୍ୟ ୩୦,୦୦୦ ରୁ ୪୦,୦୦୦ ମଧ୍ୟରେ ହେବ ବୋଲି ଆଶା କରାଯାଉଛି । ରିପୋର୍ଟ ଅନୁଯାୟୀ, Nothing Phone (4a) ୩୧,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ ହେଉଥିବାବେଳେ ଏହାର Pro ମଡେଲ୍ ୩୬,୯୯୯ ଟଙ୍କା ହୋଇପାରେ । ତେବେ ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫେଶନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

 

Also read: ମୋବାଇଲରେ ଖୋଲିବ ଘରର ତାଲା, ଜାଣନ୍ତୁ ଉପାୟ