ଲଞ୍ଚ ହେଲା Nothing Phone 2a Plus, ମିଳିବ ବଢ଼ିଆ କ୍ୟାମେରା

ଭାରତରେ ଲଞ୍ଚ ହୋଇଛି Nothing Phone 2a Plus । ଏହି ନୂଆ ସ୍ମାର୍ଟଫୋନ୍ ଚଳିତ ବର୍ଷ ଏପ୍ରିଲରେ ଲଞ୍ଚ ହୋଇଥିବା Nothing Phone 2aର ଅପଗ୍ରେଡ୍ ଭର୍ସନ । Nothing Phone 2a Plusର ଡିଜାଇନ୍ Nothing Phone 2a ସହିତ ସମାନ ଏବଂ ଏଥିରେ ୧୨୦ Hz ରିଫ୍ରେସ୍ ରେଟ୍ ସହିତ ଏକ AMOLED ଡିସପ୍ଲେ ଅଛି । ତେବେ ଆସନ୍ତୁ ଏହି ଫୋନ ବିଷୟରେ ଡିଟେଲ୍ସରେ ଜାଣିବା ।
Nothing Phone 2a Plus ଦୁଇଟି ରଙ୍ଗ ଯେପରିକି ବ୍ଲାକ୍ ଏବଂ ଗ୍ରେ ରଙ୍ଗରେ ଉପଲବ୍ଧ । ୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ସହିତ ବେସ୍ ଭାରିଆଣ୍ଟର ମୂଲ୍ୟ ୨୭,୯୯୯ ଟଙ୍କା ଏବଂ ୧୨ GB RAM ଏବଂ ୨୫୬GB ଷ୍ଟୋରେଜ୍ ଥିବା ଭାରିଆଣ୍ଟ ଦାମ୍ ୨୯,୯୯୯ ଟଙ୍କା ରହିଛି । ଏହା ଅଗଷ୍ଟ ୭ ରୁ ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ ହେବ ।
Nothing Phone 2a Plusରେ ମିଡିଆ ଟେକ୍ ଡାଇମେନସିଟି ୭୩୫୦ ପ୍ରୋସେସର ରହିଛି । ଏହା ସହିତ ୧୨ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ଅଛି । କମ୍ପାନୀ ଏହି ନୂଆ ଫୋନ୍ ପାଇଁ ତିନି ବର୍ଷର ଆଣ୍ଡ୍ରଏଡ୍ ଅପଡେଟ୍ ଏବଂ ଚାରି ବର୍ଷର ସୁରକ୍ଷା ପ୍ୟାଚ୍ ଦେବ କହିଛି । ଏହି ଫୋନରେ ୬.୭ ଇଞ୍ଚର ଫୁଲ HD + AMOLED ଡିସପ୍ଲେ ସହିତ ୧୨୦ Hz ରିଫ୍ରେସ୍ ରେଟ୍ ରହିଛି ।
କ୍ୟାମେରା ବିଷୟରେ କହିବାକୁ ଗଲେ Nothing Phone 2a Plusରେ ଦୁଇଟି କ୍ୟାମେରା ଅଛି । ମେନ୍ କ୍ୟାମେରା ହେଉଛି ୧୦x ଡିଜିଟାଲ୍ ଜୁମ୍, ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ଏବଂ ଇଲେକ୍ଟ୍ରୋନିକ୍ ଇମେଜ୍ ଷ୍ଟାବିଲାଇଜେସନ୍ (EIS) ସହିତ ୫୦ ମେଗାପିକ୍ସେଲ । ଦ୍ୱିତୀୟ କ୍ୟାମେରା ମଧ୍ୟ ୫୦ ମେଗାପିକ୍ସେଲର ରହିଛି । ଫ୍ରଣ୍ଟ କ୍ୟାମେରା ମଧ୍ୟ ୫୦ ମେଗାପିକ୍ସେଲ ।
କନେକ୍ଟିଭିଟି ଅପ୍ସନରେ 5G, 4G LTE, ୱାଇ-ଫାଇ ୬, ୱାଇ-ଫାଇ ୬ ଡାଇରେକ୍ଟ, ବ୍ଲୁଟୁଥ୍ ୫.୩, NFC, GPS, GLONASS, QZS, ୩୬୦-ଡିଗ୍ରୀ ଆଣ୍ଟେନା, ଏବଂ USB Type-C ପୋର୍ଟ ସାମିଲ ରହିଛି । ଏହି ଫୋନରେ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ଲିନିୟର୍ ହାପ୍ଟିକ୍ ମୋଟର, ହାଇ ଡେଫିନେସନ୍ ମାଇକ୍ରୋଫୋନ୍ ଏବଂ ଡୁଆଲ୍ ଷ୍ଟେରିଓ ସ୍ପିକର ମଧ୍ୟ ଅଛି । Nothing Phone 2a Plusରେ IP54 ରେଟିଂ ସହିତ ଧୂଳି ଏବଂ ପାଣି ପାଇଁ ଏଥିରେ ଗ୍ଲିଫ୍ ଇଣ୍ଟରଫେସ୍ ଅଛି, ଯାହା ଏକ ଏଲଇଡି ଲାଇଟ୍ ରହିଛି ଯାହା କଲ୍ ଏବଂ ନୋଟିଫିକେସନ୍ ଆସିଲେ ଏହା ଜଳିବାକୁ ଲାଗେ । ଏଥିରେ ୫୦୦୦ mAh ବ୍ୟାଟେରୀ ଅଛି ଏବଂ ୫୦W ଫାଷ୍ଟ ଚାର୍ଜିଂ ଏବଂ ୫W ରିଭର୍ସ ଓ୍ଵାୟର୍ଡ ଚାର୍ଜିଂକୁ ସପୋର୍ଟ କରେ ।