ସାମ୍ନାକୁ ଆସିଲା Nothing Phone 3 ଡିଜାଇନର ପ୍ରଥମ ଝଲକ୍, ଏହି ଦିନ କମ୍ପାନୀ କରିପାରିବ ଲଞ୍ଚ

ଯତେବେଳେ Nothing ର ନାମ ଉଠାଇଥାନ୍ତି ସେତେବେଳେ ଏକ ଚିତ୍ର ସାମ୍ନାକୁ ଆସିଥାଏ, ଯାହା ଟ୍ରାନ୍ସପରେଣ୍ଟ ଡିଜାଇନ୍ ସହିତ ଆସିଥାଏ । Nothing ନିଜର ୟୁନିକ ଡିଜାଇନ୍ ପରି ସ୍ମାର୍ଟଫୋନ୍ ବହୁତ ଶିଘ୍ର ମାର୍କେଟରେ ଏକ ସ୍ଥାନ ସୃଷ୍ଟି କରରିଛି । Nothing ନିଜର ଫ୍ୟାନ୍ସମାନଙ୍କ ପାଇଁ ଗ୍ୟୁଡ୍ ନ୍ୟୁଜ୍ ରହିଛି, ଯାହା କମ୍ପାନୀ ବହୁତ ଶୀଘ୍ର ମାର୍କେଟରେ ଏକ ନୂଆ ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି । Nothing ର ଅପକମିଙ୍ଗ ସ୍ମାର୍ଟଫୋନ୍ Nothing Phone 3 ହେବ । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ ଏବଂ ଏହି ଦମଦାର୍ ସ୍ମାର୍ଟଫୋନ୍ ଆପଣଙ୍କ ମାର୍କେଟରେ ଦେଖିବାକୁ ମିଳିବ ।

ଆପଣଙ୍କୁ କହୁଛୁ ଯେ Nothing ଦ୍ବାରା ଏପର୍ଯ୍ୟନ୍ତ ମାର୍କେଟରେ ୪ଟି ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ଏଥିରେ Nothing Phone, Nothing Phone 2, Nothing Phone 2a ଏବଂ Nothing Phone 2a plus ସାମିଲ ଅଛି । ବିର୍ତ୍ତମାନ କମ୍ପାନୀ ନିଜର ପୋର୍ଟଫୋଲିଓକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛି ଯେଉଁଥିରେ Nothing Phone 3 ଲିଷ୍ଟରେ ଯୋଡିଛି । ବର୍ତ୍ତମାନ କମ୍ପାନୀ Nothing Phone 3 ର ଡିଜାଇନ୍ କିପରି ରହିବ ତା’ର ଝଲକ ମଧ୍ୟ ଦେଖାଇଛି ।

UK ର ଏହି ଦମଦାର୍ ସ୍ମାର୍ଟଫୋନ୍ ମେକର କମ୍ପାନୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ସ୍ମାର୍ଟଫୋନର ଏକ ସ୍କେଚ୍ ପ୍ରକାଶ କରିଛି । ହେଲେ ଏହି ସ୍କେଚ୍ କେଉଁ ସ୍ମାର୍ଟଫୋନ୍ ସହିତ ଅଛି ତାହା କମ୍ପାନୀ ପ୍ରକାଶ କରି ନାହିଁ । କିନ୍ତୁ ଏହି ଡିଜାଇନ୍ ଅପକମିଙ୍ଗ Nothing Phone 3 ରେ ହେବାର ସମ୍ଭାବନା ରହିଛି ।

ସ୍ମାର୍ଟଫୋନର ସ୍କେଚ୍ ସେୟାର କରିବାବେଳେ କମ୍ପାନୀ କ୍ୟାପସନରେ WIP ଲେଖିଛି ଯାହାର ଅର୍ଥ ହେଉଛି – ‘ୱାର୍କ ଇନ୍ ପ୍ରୋଗ୍ରେସ୍’ । ଡିଜାଇନର ସ୍କେଚକୁ ଦେଖିଲେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଏହା ହେଉଛି ଅପକିମଙ୍ଗ ଟ୍ରାନ୍ସପରେଣ୍ଟ ସ୍ମାର୍ଟଫୋନର ଡିଜାଇନ୍ ଯେଉଁଥିରେ ସ୍କେଚ୍ ମଧ୍ୟ ଦେଖାଯାଉଛି । ଏହା ସହ ଆପଣଙ୍କୁ କହିବୁ ଯେ କମ୍ପାନୀ ଯେଉଁ ସ୍କେଚ୍ ଜାରି କରିଛି ଏଥିରେ ଦୁଇଟି ହରିଜଣ୍ଟାଲ୍ ପିଲ୍ ସେପର ଷ୍ଟ୍ରକ୍ଚର ଦେଖାଯାଇଛି । ଏହି ଡିଜାଇନ୍ Nothing Phone 2a ରେ ମିଳୁଥିବା କ୍ୟାମେରା ମଡ୍ୟୁଲ୍ ସହିତ ସମାନ ଦେଖାଯାଉଛି ।

Nothing ର CEO ଙ୍କ ଠାରୁ ଲିକ୍ ହୋଇଥିବା ଅପକମିଙ୍ଗ ସ୍ମାର୍ଟଫୋନର କିଛି ଡିଟେଲ୍ସ ଦିଆଯାଇଛି । ଏହି ଅନୁଯାୟୀ, କମ୍ପାନୀର ପରବର୍ତ୍ତୀ ସ୍ମାର୍ଟଫୋନ୍ Nothing Phone 3 ନାମରେ ଲଞ୍ଚ ହେବ । କୁହାଯାଉଛି ଯେ ଏହି ସ୍ମାର୍ଟଫୋନ୍ ମାର୍ଚ୍ଚ ୩, ୨୦୨୫ ରେ ଲଞ୍ଚ ହୋଇପାରିବ । ଏହା ବ୍ୟତୀତ କମ୍ପାନୀ ମେ ମାସରେ ନିଜର ଫୋନ୍ 3 ସିରିଜର ମିଡ୍ ରେଞ୍ଚ ଭ୍ୟାରିଆଣ୍ଟ Phone 3a, Phone 3a Plus କୁ ମଧ୍ୟ ଲଞ୍ଚ କରିପାରିବ ।

You might also like