କମ୍ପାନୀ Nothing Phone 3ର ଲଞ୍ଚ ଡେଟ୍ କନଫର୍ମ କରିଛି । Nothing ର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଆସନ୍ତା ମାସ ଆରମ୍ଭରେ ଲଞ୍ଚ କରାଯିବ । କମ୍ପାନୀ ଏହି ଫୋନ୍ ଲଞ୍ଚ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଦିନ ଧରି ଟିଜର ଜାରି କରିଆସୁଛି । Nothing ର ଏହି ଫୋନ୍ ୨୦୨୩ରେ ଲଞ୍ଚ ହୋଇଥିବା Nothing Phone 2 ର ଏକ ଅପଗ୍ରେଡ୍ ହେବ । ଫୋନର ଡିଜାଇନ୍ ଠାରୁ ଆରମ୍ଭ କରି ପରଫରମାନ୍ସ ଏବଂ କ୍ୟାମେରା ପର୍ଯ୍ୟନ୍ତ ଏକ ବଡ଼ ଅପଗ୍ରେଡ୍ ହେବ । Nothing ର CEO ମଧ୍ୟ ସମ୍ପ୍ରତି ଫୋନର ମୂଲ୍ୟ ପ୍ରକାଶ କରିଛନ୍ତି ।
Nothing ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଫୋନର ଲଞ୍ଚ ଡେଟ୍ କନଫର୍ମ କରିନାହିଁ । ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, Nothing Phone 3 ଆସନ୍ତା ମାସ ଅର୍ଥାତ୍ ୧ ଜୁଲାଇ ସନ୍ଧ୍ୟା ୬ ଟାରେ ଲଞ୍ଚ ହେବ । ଏହି ଫୋନଟି ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ମଧ୍ୟ ଉପସ୍ଥାପନ କରାଯିବ । Nothing ଦୁଇ ବର୍ଷ ପରେ Phone 2 ର ଅପଗ୍ରେଡ୍ ଆଣୁଛି । ଏହି ଫୋନଟି ପ୍ରାୟ ୯୦,୦୦୦ ଟଙ୍କା ମୂଲ୍ୟରେ ଆସିପାରେ । ହେଲେ ଭାରତରେ ଏହି ଫୋନର ମୂଲ୍ୟ ୬୫,୦୦୦ ରୁ ୭୦,୦୦୦ ଟଙ୍କା ମଧ୍ୟରେ ହୋଇପାରେ ।
Nothingର ଏହି ଅପକମିଙ୍ଗ ଫୋନ୍ ବିଷୟରେ କହିବାକୁ ଗଲେ, କମ୍ପାନୀ ପ୍ରଥମ ଥର ପାଇଁ ଏହାର ଫୋନ୍ ବ୍ୟାକରୁ Glyph ଇଣ୍ଟରଫେସ୍ ହଟାଇବାକୁ ଯାଉଛି । କମ୍ପାନୀ ଏହାର ଅଫିସିଆଲ୍ ହ୍ୟାଣ୍ଡେଲ୍ ରୁ ଏହା ନିଶ୍ଚିତ କରିଛି । ଏହି ଫୋନ୍ରେ OnePlus 13 ପରି ଏକ ଗୋଲ ରିଙ୍ଗ୍ କ୍ୟାମେରା ଦିଆଯାଇପାରେ । ଏହା ସହିତ, ଏହି ଫୋନ୍ରେ Nothing Phone 3a ସିରିଜ୍ ପରି ଏକ ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ମଧ୍ୟ ଆସିବ ।
ଏପର୍ଯ୍ୟନ୍ତ ସାମ୍ନାକୁ ଆସୁଥିବା ଏହି ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ, ଏଥିରେ ୬.୭୭ ଇଞ୍ଚର AMOLED LTPO ଡିସପ୍ଲେ ରହିବ । ଫୋନର ଡିସପ୍ଲେ ୧୨୦Hz ହାଇ ରିଫ୍ରେସ୍ ରେଟ୍ ସହିତ ୩,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିବ । ଏଥି ସହ ଜାଣିରଖନ୍ତୁ ଯେ, ଏହି ଫୋନରେ Qualcomm Snapdragon 8 Gen 3 ପ୍ରୋସେସର ମିଳିପାରିବ । ଏହା ବ୍ୟତୀତ, ଏହି ଫୋନ ୧୨GB RAM ଏବଂ ୫୧୨GB ଷ୍ଟୋରେଜକୁ ସପୋର୍ଟ କରିପାରିବ ।
ଏହି ଫୋନରେ ୫,୫୦୦mAh ର ଏକ ବଡ଼ ବ୍ୟାଟେରୀ ଅଛି । ଏହି ଫୋନଟି ୫୦W ୱାୟର୍ଡ ଏବଂ ୨୦W ୱାୟାରଲେସ୍ ଚାର୍ଜିଂ ସପୋର୍ଟ ସହିତ ଆସିପାରିବ । ଏହା Google Gemini AI ଫିଚର୍ ସହିତ ଲେସ୍ ହେବ ଏବଂ ସର୍କଲ୍-ଟୁ-ସର୍ଚ୍ଚ, ସ୍ମାର୍ଟ ଡ୍ରୟର, ଭଏସ୍ ଟ୍ରାନ୍ସକ୍ରିପସନ୍ ଏବଂ ବିଲ୍ଟ-ଇନ୍ AI ଆସିଷ୍ଟାଣ୍ଟ ଭଳି ଫିଚର୍ ଏଥିରେ ମିଳିପାରିବ । ଏଥି ସହ ଏହି ଫୋନର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ରହିବ, ଯେଉଁଥିରେ ତିନୋଟି ୫୦MP କ୍ୟାମେରା ଦିଆଯାଇପାରିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୩୨MPର କ୍ୟାମେରା ମିଳିପାରିବ । ଯଦି ଆପଣ ଏକ ଦମଦାର୍ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
Also read : ଏଲନ୍ ମସ୍କ ଲଞ୍ଚ କରିଛନ୍ତି XChat ଆପ୍, କ’ଣ ବନ୍ଦ ହୋଇଯିବ କି WhatApp!