ଲଞ୍ଚ ହେବ Nothing Phone 3, ରହିବ ଜବରଦସ୍ତ ଫିଚର୍ସ
![nothing phone](https://knewsodisha.com/wp-content/uploads/2024/12/nothing-phone.jpg)
Nothing ନୂଆ ବର୍ଷ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ୍ Nothing Phone 3 କୁ ଲଞ୍ଚ କରିବାକୁ ପ୍ଲାନ୍ କରୁଛି । ଏହି ସ୍ମାର୍ଟଫୋନ୍ ୨୦୨୫ ର ପ୍ରାରମ୍ଭ ମାସରେ ଲଞ୍ଚ ହୋଇପାରେ । Nothing ର ଏହି ଅପକମିଙ୍ଗ ସ୍ମାର୍ଟଫୋନରେ ବହୁତ କିଛି ଦମଦାର ଫିଚର୍ସ ଦେଖିବାକୁ ମିଳିବ ।
ଆପଣଙ୍କୁ କହିବୁ ଯେ ପ୍ରାରମ୍ଭରେ Nothing Phone 3 କୁ ଚଳିତ ବର୍ଷରେ ଲଞ୍ଚ କରାଯାଇଥାନ୍ତା କିନ୍ତୁ ପରେ କମ୍ପାନୀର CEO Carl Pei କହିଥିଲେ ଯେ ଅପକମିଙ୍ଗ ଫୋନରେ AI touch ସାମିଲ୍ କରାଯାଉଛି ଯାହା ପାଇଁ ଏହା ୨୦୨୫ ମସିହାରେ ଲଞ୍ଚ ହେବ । ଏହି ସ୍ମାର୍ଟଫୋନ୍ ସମ୍ଭନ୍ଧୀୟ ଲିକ୍ ଦୀର୍ଘ ସମୟ ଧରି ବାହାରକୁ ଆସୁଛି ଏବଂ ଫ୍ୟାନ୍ସମାନେ ଏାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ବର୍ତ୍ତମାନ କମ୍ପାନୀ ଦ୍ବାରା Nothing Phone 3 କୁ ନେଇ କୈଣସି ଡିଟେଲ୍ସ ସେୟାର କରାଯାଇ ନାହିଁ କିନ୍ତୁ ଏହାକୁ ନେଇ ଲିକ୍ ମାର୍କେଟରେ ଖେଳି ଚାଲିଛି । ଯଦି Carl Pei ଙ୍କ କଥା ମନାଯାଏ ତେବେ ଏହି ସ୍ମାର୍ଟଫୋନରେ ଅନେକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଭଳି ଫିଚର୍ସ ରହିବ । ଏହାର ବ୍ୟାକ୍ ପ୍ୟାନେଳରେ ମିଳୁଥିବା LED lights ର ପ୍ୟାଟେର୍ନରେ ମଧ୍ୟ ଚେଞ୍ଜ ହେବାର ଦେଖିବାକୁ ମିଳିବ ।
Nothing Phone 3 କୁ ନେଇ ଆସିଥିବା ଲିକକୁ ବିଶ୍ବାସ କରୁ ତେବେ କମ୍ପାନୀ ଏକ ନୂଆ ପ୍ରୋ ଭ୍ୟାରିଆଣ୍ଟରେ ଲଞ୍ଚ କରିପାରିବ । ଏହା ସିରିଜର ଟପ୍ ଭ୍ୟାରିଆଣ୍ଟ ହୋଇପାରେ । Nothing Phone 3 ମିଡ୍ ରେଞ୍ଜ ସେଗମେଣ୍ଟ ସ୍ମାର୍ଟଫୋନ ହେବ ଯେତେବେଳେ Nothing Phone 3 Pro ଏକ ଫ୍ଲାଗସିପ୍ ସ୍ମାର୍ଟଫୋନ ହେବ । କେବଳ ଏତିକି ନୁହେଁ କମ୍ପାନୀ ଏହି ସିରିଜରେ ଏକ ତୃତୀୟ ସ୍ମାଟର୍ଫୋନ୍ ମଧ୍ୟ ଲଞ୍ଚ କରିପାରିବ ଯାହାକି Nothing Phone 3a ହୋଇପାରେ ।
Nothing Phone 3 ର ସ୍ପେସିଫିକେସନ୍ :
୧. Nothing Phone 3 ରେ କମ୍ପାନୀ ୬.୬୭ ଇଞ୍ଚର AMOLED ଡିସପ୍ଲେ ଦେଇଛି ।
୨. ଡିସପ୍ଲେରେ ଆପଣଙ୍କୁ ୧୨୦Hz ର ରିଫ୍ରେସ୍ ରେଟ୍ ଏବଂ HDR10+ ର ସପୋର୍ଟ ମିଳିବ ।
୩. ପରଫରମାନ୍ସ ପାଇଁ ଏଲଥିରେ Snapdragon 8 Gen 3 processor ଦିଆଯାଇଛି ।
୪. ଏହି ସ୍ମାର୍ଟଫୋନରେ ଆପଣଙ୍କୁ ୧୨GB RAM ଏବଂ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି ।
୫. ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏଥିରେ ୫୦୦୦mAh ର ବ୍ୟାଟେରୀ ରହିଛି ।