ଭାରତରେ ଲଞ୍ଚ ହେଲା Nothing Phone (3a) ଏବଂ Phone (3a) Pro, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

ଭାରତରେ Nothing Phone (3a), Phone (3a) Pro ଲଞ୍ଚ ହୋଇଛି । ଏହି ଦୁଇଟି ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା Phone 2a ଏବଂ Phone 2a Plus କୁ ରିପ୍ଲେସ୍ କରିବ । ଏହି ଦୁଇଟି ଫୋନ୍ Qualcomm Snapdragon 7s Gen 3 ପ୍ରୋସେସର ସହିତ ଆସିଥାଏ । ଏହା Nothing ର ପ୍ରଥମ ସ୍ମାର୍ଟଫୋନ୍ ସିରିଜ୍, ଯାହା ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । Nothing ର ଏହି ଦୁଇଟି ସ୍ମାର୍ଟଫୋନରେ ଏକ ଏକ୍ସଟ୍ରା କ୍ୟାମେରା ସେନ୍ସର ଦିଆଯାଇଛି । ଏହା ବ୍ୟତୀତ ଫୋନର ବ୍ୟାକରେ ଦିଆଯାଇଥିବା Glyph ଲାଇଟିଂକୁ ମଧ୍ୟ ଇମ୍ପ୍ରୁଭ୍ କରାଯାଇଛି ।

Nothing Phone (3a), Phone (3a) Pro ର ପ୍ରାଇସ୍ :

Nothing ର ଏହି ଦୁଇଟି ଫୋନ୍ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରାଯାଇଛି । Phone 3a ର ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- ୮ GB RAM + ୧୨୮ GB ଏବଂ ୮ GB RAM + ୨୫୬ GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୨,୯୯୯ ଟଙ୍କା ଅଛି । ସେହିଭଳି ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୨୪,୯୯୯ ଟଙ୍କା ରହିଛି । ଏଥି ସହିତ ଅନ୍ୟ କିଛି ମାର୍କେଟରେ ଏହି ଫୋନ୍ ୧୨ GB RAM + ୨୫୬ GB ରେ ମଧ୍ୟ ଉପଲବ୍ଧ । ଏହା black, blue ଏବଂ white କଲରରେ ଆସିଥାଏ ।

Phone 3a Pro ର ତିନୋଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି – ୮ GB RAM + ୧୨୮ GB, ୮ GB RAM + ୨୫୬ GB ଏବଂ ୧୨ GB RAM + ୨୫୬ GB ରେ ଉପସ୍ଥାପନା କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୨୭,୯୯୯ ଟଙ୍କା । ଏଥି ସହ ଏହାର ଅନ୍ୟ ଦୁଇଟି ଭ୍ୟାରିଆଣ୍ଟର ପ୍ରାଇସ୍ ୨୯,୯୯୯ ଟଙ୍କା ଏବଂ ୩୧,୯୯୯ ଟଙ୍କା ରହିଛି । ଏହା ସହ ଆପଣ ଏହାକୁ ‘ବ୍ଲାକ୍ ଏବଂ ଗ୍ରେ’ କଲର ଅପ୍ସନରେ କିଣିପାରିବେ ।

Nothing ର ଏହି ଦୁଇଟି ଫୋନ୍ ୧୧ ମାର୍ଚ୍ଚରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ କିଣାଯାଇପାରିବ । ଏହା ବ୍ୟତୀତ, କମ୍ପାନୀ ଏହି ଦୁଇଟି ଫୋନକୁ ସିଲେକ୍ଟ ରିଟେଲ୍ ଷ୍ଟୋରରୁ ମଧ୍ୟ କିଣିପାରିବେ । ପ୍ରଥମ ସେଲରେ କମ୍ପାନୀ ଫୋନଟିକୁ କିଣିବା ଉପରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରୁଛି ।

Nothing Phone (3a), Phone (3a) Pro ର ଫିଚର୍ସ :

Nothing ର ଏହି ଦୁଇଟି ଫୋନ୍ ୬.୭ ଇଞ୍ଚର ଫ୍ଲେକ୍ସିବଲ୍ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେରେ ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଏବଂ ୩,୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଦୁଇଟି ଫୋନ୍ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସରକୁ ସପୋର୍ଟ କରିଥାଏ । ପ୍ରୋଟେକ୍ସନ୍ ପାଇଁ ଏଥିରେ ପଣ୍ଡା ଗ୍ଲାସ୍ ଦିଆଯାଇଛି ।

Nothing Phone (3a) ସିରିଜର ଏହି ଦୁଇଟି ଫୋନ୍ Qualcomm Snapdragon 7s Gen 3 ପ୍ରୋସେସରରେ କାମ କରେ । ଏଥିରେ ୧୨ GB RAM ଏବଂ ୨୫୬ GB ଇଣ୍ଟରନାଲ୍ ଷ୍ଟୋରେଜର ସପୋର୍ଟ ମିଳିବ । ଏହି ଫୋନ୍ Android 15 ଉପରେ ବେସ୍ଡ Nothing OS3 ରେ କାମ କରିଥାଏ । କମ୍ପାନୀ ଏହି ଦୁଇଟି ଫୋନ୍ ସହିତ ୩ ବର୍ଷ ପର୍ଯ୍ୟନ୍ତ OS ଅପଗ୍ରେଡ୍ ପ୍ରଦାନ କରୁଛି ।

Nothing ର ଏହି ଦୁଇଟି ସ୍ମାର୍ଟଫୋନ୍ ଟ୍ରିପଲ କ୍ୟାମେରା ସେଟଅପ୍ ସହିତ ଆସିଥାଏ । Phone (3a) Pro ର ବ୍ୟାକରେ ୫୦ MP ର ମେନ୍ OIS କ୍ୟାମେରା ମିଳିବ । ଏହା ବ୍ୟତୀତ ଫୋନରେ ୫୦ MP ର ଟେଲିଫଟୋ ଏବଂ ୮MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ମିଳିଥାଏ । ଏହି ଫୋନରେ ୬୦ x ର ଡିଜିଟାଲ୍ ଜୁମ୍ ସପୋର୍ଟ ମିଳିଥାଏ । ସେହିଭଳି, Phone (3a) ର ବ୍ୟାକରେ ୫୦ MP ର ମେନ୍ OIS କ୍ୟାମେରା ମିଳିବ । ଏହା ସହିତ ୫୦ MP ର ଟେଲିଫଟୋ କ୍ୟାମେରା ମଧ୍ୟ ମିଳିବ । ଏଥିରେ ଆଉ ଏକ କ୍ୟାମେରା ଦିଆଯାଇଛି । ଏହି ଫୋନର କ୍ୟାମେରା ୩୦ x ଡିଜିଟାଲ୍ ଜୁମ୍ ସପୋର୍ଟ ଅଛି । ଏହି ଦୁଇଟି ଫୋନରେ ୩୨ MP ରସେଲଫି କ୍ୟାମେରା ଦିଆଯାଇଛି ।

Nothing Phone (3a) ସିରିଜର ଏହି ଦୁଇଟି ଫୋନ୍ ୫,୦୦୦ mAh ର ଦମଦାର୍ ବୟାଟେରୀ ଏବଂ ୫୦ W ୱାୟର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ ।ଏହି ଦୁଇଟି ଫୋନରେ କନେକ୍ଟିଭିଟି ପାଇଁ ଡୁଆଲ୍ ବ୍ୟାଣ୍ଡ WiFi, Bluetooth 5.4, GPS, NFC, USB Type C ଭଳି ଫିଚର୍ସ ଦିଆଯାଇଛି । ଏହା ବ୍ୟତୀତ ଫୋନରେ Glyph ଲାଇଟିଂ ଫିଚର ମଧ୍ୟ ଦିଆଯାଇଛି ।