ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଅଫଲାଇନରେ ଏବେ ମିଳିବନି ନୂଆ ମୋବାଇଲ୍‌ ସିମ୍ କାର୍ଡ଼

ମୋବାଇଲ ସିମକୁ ନେଇ ଆସିଲା ସରକାରଙ୍କ ବଡ଼ ନିଷ୍ପତ୍ତି। ଜାଲ୍‌ ସିମ୍ କାର୍ଡ ଘଟଣାକୁ ଧ୍ୟାନରେ ରଖି ମୋଦି ସରକାର ଆଣିଛନ୍ତି ଏହି ନୂଆ ନିୟମ। ଏହି ନୂଆ ନିୟମ ଅନୁଯାୟୀ ଏବେ ମିଳିବନି ଆଉ ନୂଆ ମୋବାଇଲ ସିମକାର୍ଡ। ଗ୍ରାହକ ଯେପରି ଠକାମିର ଶିକାର ନହେବେ ସେଥିପାଇଁ ଖୁବ ଶୀଘ୍ର ଲାଗୁ ହେବ New Sim Insurance Rules। ତେବେ ୟୁଜର୍ସମାନଙ୍କୁ ନୂଆ ସିମ କାର୍ଡ ପାଇଁ ଏହି ନୂଆ ରୁଲକୁ ଫଲୋ କରିବାକୁ ପଡ଼ିବ।

ଡିଜିଟାଲ ଯୁଗରେ ଡିଜିଟାଲ ନିୟମ। ଦୂର ସଞ୍ଚାର ବିଭାଗର ନୂଆ ନିୟମ ଅନୁଯାୟୀ ଗ୍ରାହକମାନଙ୍କୁ ସିମ କାର୍ଡ ପାଇଁ ଅଫଲାଇନ ବା ଫିଜିକାଲ ଫର୍ମ ଭରିବାକୁ ପଡ଼ିବ ନାହିଁ। ବରଂ ଏହା ବଦଳରେ ଆପଣ ଡିଜିଟାଲ ଫର୍ମ ଭରି ନୂଆ ସିମ କାର୍ଡ ପାଇ ପାରିବେ। କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିପାଇଁ KYC Rulesରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଟେଲିକମ୍ କମ୍ପାନୀର କହିବା ଅନୁଯାୟୀ, ନୂଆ ସିମ ପାଇଁ ଏବେ ଆପଣ ଡିଜିଟାଲରେ KYC ଫର୍ମ ଭରିବେ। ଏହାସହ ପୋଷ୍ଟପେଡ ନମ୍ବରକୁ ପ୍ରିପେଡ ଏବଂ ପ୍ରିପେଡକୁ ପୋଷ୍ଟ ପେଡ କରିବା ପାଇଁ ଆଉ କିଛି ଫର୍ମ ଭରିବାକୁ ପଡ଼ିବ ନାହିଁ। ଟେଲିକମ୍ କମ୍ପାନୀର ଆପ୍ କିମ୍ବା ଅଫିସିଆଲ େଓ୍ଵବସାଇଟରେ ଯାଇ KYC ଫର୍ମ ପୂରଣ କରି ପାରିବେ। ଏଥିପାଇଁ ଆପଣଙ୍କୁ ମାତ୍ର୧ ଟଙ୍କା ଭରିବାକୁ ପଡ଼ିବ। ଜାଣି ନିଅନ୍ତୁ କେମିତି କରିବେ ଫର୍ମ ପୂରଣ । :

-ପ୍ରଥମେ ସିମ୍ ପ୍ରୋଭାଇଡର ଆପକୁ ଡାଉନଲୋଡ କରନ୍ତୁ।

-ଏହାପରେ ନିଜ ନମ୍ବର ରେଜିଷ୍ଟର କରନ୍ତୁ।

-ପରେ ଆପଣଙ୍କ ପାଖକୁ ଓ୍ଵାନ ଟାଇମ ପାସଓ୍ଵାର୍ଡ ଯିବ , ଯାହା ସାହାଯ୍ୟରେ ଆପଣ ଲଗ୍‌ଇନ କରିବେ।

-ଶେଷରେ ନିଜର KYC ଫର୍ମକୁ ଫିଲଅପ୍ କରନ୍ତୁ।

ଭାରତୀୟ କଣ୍ଟାକ୍ଟ ଲ’ ୧୮୭୨ ଅଧୀନସ୍ଥ ଏହି ନିୟମ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଲାଗୁ କରାଯାଇଛି। ଏହା ସହ ଭାରତରେ ଜଣେ ୟୁଜର ନିଜ ନାମରେ କେବଳ ୧୨ଟି ସିମ୍ କିଣି ପାରିବେ । ଏହାମଧ୍ୟରୁ ୯ଟି ସିମ୍ ମୋବାଇଲ କଲିଂ ପାଇଁ ବ୍ୟବହାର କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.