ଏବେ Truecallerରେ ତୁରନ୍ତ ଖୋଜନ୍ତୁ ନିଜ ନିକଟସ୍ଥ କୋଭିଡ୍‌ ହସ୍ପିଟାଲ, ଏମିତି କରନ୍ତୁ ବ୍ୟବହାର

ଦେଶରେ କରୋନା ଭାଇରସ୍‌ ମହାମାରୀ ଉଗ୍ର ରୂପ ଧାରଣ କରିଛି। ଗତବର୍ଷ ତୁଳନାରେ ଏଥର ଅଧିକ କେସ୍‌ ସାମ୍ନାକୁ ଆସୁଛି। ଦିନକୁ ଦିନ କେସ୍‌ ବଢ଼ିବାରେ ଲାଗିଛି। ଏମିତିରେ ସମସ୍ତଙ୍କୁ ନିଜ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି। ସ୍ଥିତି ଏତେ ସଙ୍ଗୀନ ରହିଛି କି, ହସ୍ପିଟାଲରେ ଖାଲି ବେଡ୍‌ ସର୍ଚ୍ଚ କରିବା ମୁସ୍କିଲ ହୋଇଯାଉଛି।

ଏହାରି ଭିତରେ ଲୋକପ୍ରିୟ କଲ୍‌ ଆଇଡେଣ୍ଟିଫିକେଶନ ଆପ୍‌ Truecaller ଭାରତରେ ୟୁଜରମାନଙ୍କ ପାଇଁ ହସ୍ପିଟାଲ ସର୍ଚ୍ଚ କରେଇବା କାମକୁ ସହଜ କରି ଦେଇଛି। ଏଥିପାଇଁ Truecallerରେ ସାମିଲ ହୋଇଛି ଏକ ନୂଆ ଫିଚର। ଏହି ଫିଚରରେ ପୂରା ଦେଶର କୋଭିଡ୍‌ ହସ୍ପିଟାଲର ଠିକଣା ଏବଂ ଟେଲିଫୋନ୍‌ ନମ୍ବର ସମେତ ଜରୁରୀ ସୂଚନା ଉପଲବ୍ଧ ହେବ।

ସୂଚନା ମୁତାବକ, Truecaller ଏହି ତଥ୍ୟକୁ ଅଫିସିଆଲ ସରକାରୀ ଡାଟାବେସ୍‌ରୁ ଏକତ୍ରିତ କରୁଛି। ଏହା ଜରିଆରେ ୟୁଜର୍ସ ନିଜ ଅଞ୍ଚଳ ତଥା ନିକଟସ୍ଥ ହସ୍ପିଟାଲର ଠିକଣା ସର୍ଚ୍ଚ କରିପାରିବେ। ଯଦି ଆପଣ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତ Truecallerରେ କୋଭିଡ୍‌-୧୯ ହସ୍ପିଟାଲ ଡାଏରେକ୍ଟରୀ ବ୍ୟବହାର କରିପାରିବେ।

ସମସ୍ତ ଫ୍ରି ଟିୟର, Truecaller ପ୍ରିମିୟମ ଏବଂ Truecaller ଗୋଲ୍ଡ ୟୁଜର୍ସଙ୍କୁ ଏହି ସୁବିଧା ମିଳିବ। ତେବେ Truecaller ଏହା ବି ସ୍ୱଷ୍ଟ କରିଛି ଯେ ସେ ଏହି ଡାଏରେକ୍ଟରୀରେ ଲିଷ୍ଟେଡ୍‌ ହସ୍ପିଟାଲରେ ବେଡ୍‌ ଯୋଗାଇ ଦେବା କିମ୍ବା କୌଣସି ବି ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ପ୍ରଦାନ କରୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.