ଏବେ Gmail ଦେଖାଯିବ ନୂଆ ଲୁକରେ, ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗକୁ କରାଯାଇଛି ସାମିଲ

ଆପଣ ଆପଣଙ୍କ ପ୍ରଥମ ଇମେଲ ଆକାଉଣ୍ଟ Gmail, Yahoo, MSN କିମ୍ବା Rediffରେ ବନେଇଥିବେ। ଏଥିରେ ଗୋଟିଏ ଜିନିଷ କମନ ଥିଲା, ତାହା ହେଉଛି ମେଲର ଲଫାଫା ଲୋଗୋ। ବର୍ଷ ବର୍ଷ ଧରି ଲୋକେ Googleର Gmailରେ କେବଳ ଲୋଗୋ ହିଁ ଦେଖି ଆସୁଥିଲେ, ଯେତେବେଳେ ମନୁଆଲକୁ ଯାଇ www.gmail.com ଟାଇପ କରୁଥିଲେ।

gmail8

ଆପ ଆସିବା ପରେ ବି ଲୋଗୋ ସେହିଭଳି ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ହୋଇଛି। ପ୍ରତିଷ୍ଠିତ Gmail ଲୋଗୋ ଜାଗାରେ ଏମିତି ଡିଜାଇନର ଲୋଗୋ ଅଣାଯାଉଛି, ଯାହା Googleର ଅନ୍ୟ ଉତ୍ପାଦ ସହିତ ଦେଖିବାକୁ ମିଳୁଛି। Gmailର ନୂଆ ଲୋଗୋ ଇଂଲିଶ ଅକ୍ଷର ‘M’ ଭଳି କରାଯାଇଛି। ଏଥିରେ ଲାଲ, ନୀଳ, ହଳଦିଆ ଏବଂ ସବୁଜ ରଙ୍ଗ ସାମିଲ ରହିଛି।

ଏହା ଗୁଗଲର ଅନ୍ୟ ଲୋଗୋ ସମାନ ଦେଖାଯାଉଛି, ଯେଉଁଥିରେ ଗୁଗଲ ମ୍ୟାପ୍ସ, ଗୁଗଲ ଫଟୋ, କ୍ରୋମ ଏବଂ ଅନ୍ୟ ଗୁଗଲ ପ୍ରଡକ୍ଟ ସାମିଲ ଅଛି। ପୁରୁଣା ଲଫାଫାର ଲୋଗୋକୁ ଅଲବିଦା କରି ଦିଆଯାଇଛି। ତେବେ ନୂଆ ଲୋଗୋରେ ଅଧିକ ରଙ୍ଗ ଭରି ରହିଥିବାରୁ ଅଧିକତର ୟୁଜର ଏହା ଉପରେ ଧ୍ୟାନ ଦେଇନାହାନ୍ତି।

gmail 2

ଏକ ରିପୋର୍ଟରୁ ଜଣାପଡିଛି ଯେ Google ‘M’କୁ ପୂରାପୂରି ଛାଡ଼ିବା ଏବଂ Gmailର ଲାଲ ରଙ୍ଗକୁ ସମ୍ପୂର୍ଣ୍ଣ ହଟେଇବା ପାଇଁ ବିଚାର କରିଛି। କିନ୍ତୁ ରିସର୍ଚ୍ଚରେ ସାମିଲ ଲୋକ ଏହାକୁ ନେଇ ଖୁସି ନାହାନ୍ତି। ଯଦିଓ ଏହି ରିସର୍ଚ୍ଚରୁ Google ଜାଣିବାକୁ ପାଇଲା କି, Gmail ଲଫାଫା ଲୋଗୋ ଏକ ଗୁରୁତ୍ୱପୂର୍ଣ୍ଣ ଡିଜାଇନ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.