ଏବେ ପରଫ୍ୟୁମ୍ ଭାବରେ କାମ କରିବ ସ୍ମାର୍ଟଫୋନ୍, ଏହି କମ୍ପାନୀ ଲଞ୍ଚ କରିବାକୁ ଯାଉଛି ମଜାଦାର ଫୋନ୍

ଏବେ ସ୍ମାର୍ଟଫୋନରେ ମିଳିବ ପରଫ୍ୟୁମ୍ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଏପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ, କେବଳ ମୋଟୋରୋଲା ନିଜ ୟୁଜର୍ସଙ୍କ ପାଇଁ ସ୍ମାର୍ଟଫୋନ୍ ବକ୍ସରେ ପରଫ୍ୟୁମ୍ ବ୍ୟବହାର କରୁଥିଲା । କିନ୍ତୁ ଏବେ ଏକ କମ୍ପାନୀ ଏପରି କିଛି କରିବାକୁ ଯାଉଛି ଯାହା ସାହାଯ୍ୟରେ ବକ୍ସ ନୁହେଁ ବରଂ ସ୍ମାର୍ଟଫୋନ୍ ହିଁ ପରଫ୍ୟୁମ୍ ଭଳି ବାସ୍ନା ହେବ । ବହୁତ ଶୀଘ୍ର ବଜାରରେ ଏକ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି ଯାହାର ବାସ୍ନା ଅତର ପରି ହେବ । ଇନଫିନିକ୍ସ କମ୍ପାନୀ ଏହି ଆଶ୍ଚର୍ଯ୍ୟଜନକ କାମ କରିବାକୁ ଯାଉଛି ।
Infinix ଏହାର ଆଗାମୀ NOTE 50s 5G+ ରେ ଏକ ବିଶେଷ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରିବାକୁ ଯାଉଛି । ଇନଫିନିକ୍ସ ଏହାର ଆଗାମୀ ଫୋନରେ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯାଉଛି ଯାହାର ନାମ “ଫୋନ ଏନର୍ଜାଇଜିଂ ସେଣ୍ଟ-ଟେକ୍” ହେବ । ଏହି ଟେକ୍ନୋଲୋଜି ସାହାଯ୍ୟରେ, ୟୁଜର୍ସମାନେ ଫୋନ୍ ବ୍ୟବହାର କରିବା ସମୟରେ ପରଫ୍ୟୁମ୍ ଭଳି ବାସ୍ନା ପାଇବେ । ଇନଫିନିକ୍ସ ୧୮ ଏପ୍ରିଲରେ ଏହାର NOTE 50s 5G+ ଲଞ୍ଚ କରିବାକୁ ଯାଉଛି । ଆସନ୍ତୁ ଏହି ସ୍ମାର୍ଟଫୋନ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା ।
ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ, ଟେକ୍ କମ୍ପାନୀଗୁଡ଼ିକ ପ୍ରତିଦିନ ନୂଆ ନୂଆ ଉଦ୍ଭାବନ କରିଚାଲିଛନ୍ତି । ଏହି ସମୟରେ, ଇନଫିନିକ୍ସ ମଧ୍ୟ ଏକ ଚମତ୍କାର ଟେକ୍ନୋଲୋଜି ଆଣୁଛି । ଇନଫିନିକ୍ସ ଏହାର ଆଗାମୀ ଫୋନ୍ NOTE 50s 5G+ ର ପଛ ପ୍ୟାନେଲରେ ବ୍ୟବହୃତ ଭେଗାନ୍ ଲେଦରରେ ମାଇକ୍ରୋଏନକ୍ୟାପସୁଲେସନ୍ ଟେକ୍ନୋଲୋଜି ବ୍ୟବହାର କରିବ । ଏହି କାରଣରୁ, ଏହି ଫୋନର ବ୍ୟାକ୍ ପ୍ୟାନେଲ ୟୁଜର୍ସଙ୍କୁ ବ୍ୟବହାର କରିବା ସମୟରେ ଏକ ବିଶେଷ ପ୍ରକାରର ବାସ୍ନା ଦେବ ।
Infinix ତିନୋଟି କଲରରେ NOTE 50s 5G+ ଲଞ୍ଚ କରିବାକୁ ପ୍ଳାନ୍ କରୁଛି । ଏହା ରୁବି ରେଡ୍ ଏବଂ ଟାଇଟାନିୟମ୍ ଗ୍ରେ ଭାରିଆଣ୍ଟରେ ମେଟାଲିକ୍ କଲର୍ ଅପ୍ସନରେ ଉପଲବ୍ଧ ହେବ । କମ୍ପାନୀ ଏହାର ମୁରି ଡ୍ରିଫ୍ଟ ବ୍ଲୁ ରଙ୍ଗର ଭେଗାନ୍ ଲେଦରରେ ମାଇକ୍ରୋଏନକ୍ୟାପସୁଲେସନ୍ ଟେକ୍ନୋଲୋଜି ବ୍ୟବହାର କରିବ । କିନ୍ତୁ ଏଥିରୁ କେଉଁ ସମୟରେ ଭଲ ବାସ୍ନା ହେବ ତାହା ୟୁଜର୍ସ ଏହାକୁ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରିବ ।
Infinix NOTE 50s 5G+ ର ସମ୍ଭାବିତ ଫିଚର୍ସ:
-Infinix NOTE 50s 5G+ରେ, କମ୍ପାନୀ ୬.୬୭ ଇଞ୍ଚର HD Plus ଡିସପ୍ଲେ ଦେଇପାରେ ବୋଲି ଅନୁମାନ କରାଯାଉଛି ।
-ଡିସପ୍ଲେର ସ୍ମୁଥ୍ ପରଫରମାନ୍ସ ପାଇଁ ରିଫ୍ରେସ୍ ରେଟ୍ ୧୨୦Hz ରହିପାରିବ ।
-ପରଫରମାନ୍ସ ପାଇଁ, ଏହି ସ୍ମାର୍ଟଫୋନରେ MediaTek Dimensity 7300 Ultimate ପ୍ରୋସେସର୍ ଦିଆଯାଇପାରିବ ।
-ଆଉଟ୍ ଅଫ୍ ଦି ବକ୍ସ infinix NOTE 50s 5G+ ରେ Android 15 ପାଇଁ ସପୋର୍ଟ ମିଳିବ ।
-ଏହାର ବ୍ୟାକ୍ ସାଇଟରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ସେଲଫି ପାଇଁ ୮ ମେଗାପିକ୍ସେଲର କ୍ୟାମେରା ରହିବ ।
-Infinix NOTE 50s 5G+ ରେ ୮GB ପର୍ଯ୍ୟନ୍ତ RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିପାରିବ ।
Also read: ଲଞ୍ଚ ହୋଇଛି ୩ଟି ସିମ୍ କାର୍ଡ ଥିବା ଏକ ଫୋନ୍, ୧୫୦୦ ଟଙ୍କାରୁ କମ୍ ରହିଛି ଦାମ