ଟ୍ୱିଟରରେ ଆଉ କେବେବି ମିଳିବ ନାହିଁ ‘Edit’ ଅପ୍ସନ, କମ୍ପାନୀ କଲା ଘୋଷଣା

ଟ୍ୱିଟର ୟୁଜରଙ୍କ ପାଇଁ ଏକ ବଡ଼ ଖବର । ଆପଣ ଜାଣିଥିବେ ଯେ ଟ୍ୱିଟରରେ ଥରେ ଟ୍ୱିଟ କରିବା ପରେ ତାକୁ ପୁଣିଥରେ ଏଡିଟ କରାଯାଇପାରେ ନାହିଁ । ଯେଉଁ କାରଣରୁ ଟ୍ୱିଟରର ସିଇଓ ଜ୍ୟାକ ଡର୍ସି ଗତବର୍ଷ ଘୋଷଣା କରାଇଥିଲେ ଯେ ଅତିଶୀଘ୍ର ତାଙ୍କର ମାଇକ୍ରୋବ୍ଳଗିଙ୍ଗ ୱେବସାଇଟରେ ‘Edit’ ଅପ୍ସନକୁ ସାମିଲ କରାଯିବ ।

Image result for Now the option of edit will never be found on twitter

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଏକ ସୂଚନା ଅନୁଯାୟୀ ଟ୍ୱିଟରରେ ଏଡିଟ ଅପ୍ସନ ଆଉ କେବେବି ଆସିବ ନାହିଁ । ଏକ ରିପୋର୍ଟ ଅନୁଯାୟୀ ଜ୍ୟାକ ଡର୍ସି କହିଛନ୍ତି ଯେ ଟ୍ୱିଟର ୟୁଜରମାନଙ୍କୁ ପୋଷ୍ଟ କରାଯାଇଥିବା ଟ୍ୱିଟରେ ପରିବର୍ତ୍ତନ ଆଣିବା ପାଇଁ ‘Edit’ ଅପ୍ସନ ଦିଆଯିବ ନାହିଁ । ଏହାସହିତ ସେ କହିଛନ୍ତି ଯେ ନିଜ ପ୍ଲାଟଫର୍ମରେ ‘Edit’ ଅପ୍ସନ ନଦେବାର ଆଇଡ଼ିଆ ଟ୍ୱିଟରର ଅରିଜିନାଲ ଡିଜାଇନ ଏବଂ ଭିନ୍ନ ଏକ ପରିଚୟ ସୃଷ୍ଟି କରିବା ସହ ଜଡିତ ।

Image result for Now the option of edit will never be found on twitter

ଏହି ଫିଚରକୁ ନେଇ ଅନ୍ୟ ଏକ ପକ୍ଷ ହେଉଛି ୟୁଜର୍ସ ମାନେ ନିଜର ଟ୍ୱିଟକୁ ଅଧିକ ଲାଇକ ଓ ସେୟାର ମିଳିବା ପରେ ତାକୁ ‘Edit’ କରି ଆଉଥରେ ଭୁଲ ସୂଚନା ଭାଇରଲ କରିପାରିବେ ନାହିଁ । ଯେଉଁ କାରଣରୁ ଏହି ‘Edit’ ଅପ୍ସନକୁ ଟ୍ୱିଟରରେ କେବେବି ଅଣାଯିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.