ଆପଣଙ୍କ ଫୋନ୍ କରିବ ଓ୍ଵାକି-ଟକି ଭଳି କାମ, ଏପରି କରନ୍ତୁ ଆଇଫୋନକୁ ଓ୍ଵାକି ଟକି

ମାଇକ୍ରୋସୋଫ୍ଟ ଟିମ୍ ଓ୍ଵାକି ଟକି ଫିଚରକୁ ସବୁ ୟୁଜର୍ସଙ୍କ ପାଇଁ ଜାରି କରିଦେଇଛି। ପୁସ୍ ଟୁ ଟକ୍ ଫିଚର ୨ ବର୍ଷ ପୂର୍ବରୁ ଲଞ୍ଚ୍ କରାଯାଇଥିଲା। ଏହାକୁ ଖାସ୍ କରି କରୋନା ମହାମାରୀ ସମୟରେ ଫ୍ରଣ୍ଟଲାଇନ ଓ୍ଵାକର୍ସଙ୍କ ପାଇଁ ସହଜରେ କମ୍ୟୁନିକେଟ୍ କରିବା ପାଇଁ କରାଯାଇଥିଲା। ଏହି ଫିଚର ୨୦୨୦ ସେପ୍ଟେମ୍ବରରେ ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ରୋଲ ଆଉଟ କରାଯାଇଥିଲା ଆଉ ଏବେ ଆଇଫୋନ୍ ଏବଂ ଆଇପ୍ୟାଡ ଡିଭାଇସରେ ବି ଏହାକୁ ଉପଲବ୍ଧ କରାଯାଇଛି।
କଣ ଓ୍ଵାକି ଟକି ଫିଚର
ଓ୍ଵାକି ଟକି ଫିଚର ୟୁଜର୍ସଙ୍କୁ ପାଇଁ ଏକ ନିର୍ଦ୍ଧାରିତ ଚ୍ୟାନେଲ ଜରିଆରେ ନିଜର ଟିମର ବାକି ଲୋକଙ୍କ ସହିତ କନେକ୍ଟ କରିବା କାମ କରିଥାଏ। ବାହାର ଲୋକ ଚ୍ୟାନେଲ ଭିତରେ ଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେନାହିଁ ସେତେ ପର୍ଯ୍ୟନ୍ତ ଯେତେ ପର୍ଯ୍ୟନ୍ତ ଏଥିପାଇଁ ଅନୁମତି ଦିଆନଯାଇଛି। ମାଇକ୍ରୋସଫ୍ଟ ଦାବି କରିଛି ଯେ ଏହି ଫିଚର ପାଇବା ପରେ ଲୋକଙ୍କୁ ଭାରି ଓଜନିଆ ଓ୍ଵାକି ଟକି ଡିଭାଇସେସ୍ ଠାରୁ ଛୁଟକାରା ମିଳିବ। ଏହା ଓ୍ଵାଇଫାଇ ଏବଂ ସେଲୁଲାର ଇଣ୍ଟରନେଟ୍ କନେକ୍ଟିଭିଟୀ ଜରିଆରେ କମ୍ୟୁନିକେସନର ଏକ ସିକ୍ୟୁର ତରିକା ଅଟେ।
ଏପରି ଆରମ୍ଭ କରନ୍ତୁ ଏହି ଫିଚର
ଯଦିଓ ବର୍ତ୍ତମାନ ଏହି ଫିଚର ପ୍ରି-ଇନଷ୍ଟଲ ମିଳୁନାହିଁ। ଓ୍ଵାକି ଟକିକୁ ଟିମ୍ସ ସଫ୍ଟେଓ୍ଵୟାରରେ ବ୍ୟବହାର କରିବା ପାଇଁ ଏହାକୁ ଆଡମିନ୍ ସେଣ୍ଟରରେ ଯାଇ ଆପ୍ ସେଟଅପ୍ ପଲିସିରେ ଯୋଡିବାକୁ ହେବ। ଥରେ ଅନ୍ କରିବା ପରେ ଏହି ସୁବିଧା ଆଗାମୀ ୪୮ ଘଣ୍ଟା ଭିତରେ ଆପରେ ଉପଲବ୍ଧ ରହିଥାଏ। ଓ୍ଵାକି-ଟକି ଫିଚର ଆଇଫୋନ୍ ଏବଂ ଆଇପ୍ୟାଡ ଭଳି ଆଇଓଏସ ମୋବାଇଲ ଡିଭାଇସେଜ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ଡିଭାଇସେଜରେ ଉପଲବ୍ଧ ରହିଛି।
ମାଇକ୍ରୋସଫ୍ଟ ନିଜ ବ୍ଲଗ ପୋଷ୍ଟରେ ଲେଖିଛି ଯେ, ‘ଏମିତି ପରିସ୍ଥିତିରେ ଯେତେବେଳେ କମ୍ପାନୀ ପାଖରେ ଲୋକଙ୍କର ଅଭାବ ରହିଛି ଏବଂ ସପ୍ଲାଏ ଚେନ ବି ପ୍ରଭାବିତ ହେଉଛି, ସେଠି ଲୋକମାନେ ଚାହୁଁଛନ୍ତି ଟେକ୍ନୋଲୋଜି ତାଙ୍କ ସମୟ ରକ୍ଷା କରୁ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା କରିବାରେ ସାହାଯ୍ୟ କରୁ। ସେଥିପାଇଁ କମ୍ପାନୀ ଚାହୁଁଛି ଲୋକଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଏବଂ ସେମାନଙ୍କୁ ଭଲ ବିକଳ୍ପ ଦେବା ପାଇଁ।