ଏଣିକି ହ୍ଵାଟ୍ସଆପ ମାଧ୍ୟମରେ ବୁକ୍ କରିପାରିବେ Uber କ୍ୟାବ, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା

ପ୍ରାୟତଃ ଲୋକ ମାନେ ଏବେ କ୍ୟାବ ମାଧ୍ଯମରେ ବେଶୀ ବୁଲାବୁଲି କରୁଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ବର୍ତ୍ତମାନ ଭାରତର ଉବର ଗ୍ରାହକମାନେ ଖୁବ୍ ଶୀଘ୍ର ହ୍ଵାଟ୍ସଆପ ମାଧ୍ୟମରେ କ୍ୟାବ ବୁକ୍ କରିପାରିବେ। କମ୍ପାନୀ ଗୁରୁବାର ଏହା ଘୋଷଣା କରିଛି। ଉବର କହିଛି ଯେ ମେଟାର ମାଲିକାନା ହୋଇଥିବା ବହୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍ସଆପର ସହିତ କମ୍ପାନୀର ଏକୀକରଣ ବିଶ୍ୱବ୍ୟାପୀ ହେବ । ଲୋକମାନେ ଏହାର ଅଫିସିଆଲ୍ ହ୍ଵାଟ୍ସଆପ ଚାଟ୍ ମାଧ୍ୟମରେ ଏକ ଉବର ରାଇଡ୍ ବୁକ୍ କରିପାରିବେ। ଆପଣ ଯେପରି ହ୍ଵାଟ୍ସଆପରରେ ମେସେଜ ପଠାଉଛନ୍ତି ଠିକ ସେହିପରି ଏହାକୁ କରିବେ।

ଏହି ସୁବିଧା ଭାରତର ସବୁ ସ୍ଥାନରେ ଉପଲବ୍ଧ ହେବ କି?

ପ୍ରାରମ୍ଭରେ ବର୍ତ୍ତମାନ lucknow ରେ ଏହି ସୁବିଧା ଆରମ୍ଭ ହେଉଛି। ଖୁବ ଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଲଞ୍ଚ ହେବ ବୋଲି କମ୍ପାନୀ କହିଛି।

 ଆପଣ କ୍ୟାବ ବୁକ୍ କରିବା ପାଇଁ ଆଉ ଉବର ଆପ୍ ଆବଶ୍ୟକ କରିବେ ନାହିଁ?

କମ୍ପାନୀ କହିଛି ଯେ ହ୍ଵାଟ୍ସଆପର ସହିତ ଏହି ଏକୀକରଣ ରେ ଚାଳକମାନଙ୍କୁ ଆଉ ଉବର ଆପ୍ ଡାଉନଲୋଡ୍ କିମ୍ବା ବ୍ୟବହାର କରିବାକୁ ପଡିବ ନାହିଁ। ଏଥିରେ କୁହାଯାଇଛି ଯେ ଉପଭୋକ୍ତା ପଞ୍ଜୀକରଣ, ରାଇଡ୍ ବୁକିଂ ଏବଂ ଟ୍ରାଭେଲ୍ ରସିଦ ଠାରୁ ଆରମ୍ଭ କରି ସବୁକିଛି ହ୍ଵାଟ୍ସଆପର ମାଧ୍ୟମରେ କରାଯିବ।

ତେବେ ଏହା କିପରି କାର୍ଯ୍ୟ କରିବ?

ଯଦି ଆପଣ ହ୍ଵାଟ୍ସଆପ ବ୍ୟବହାର କରନ୍ତି, ତେବେ ଆପଣ ତିନୋଟି ଉପାୟରେ ଏକ ଉବର ରାଇଡ୍ ବୁକ୍ କରିପାରିବେ – ଉବରର ବ୍ୟବସାୟ ଆକାଉଣ୍ଟ ନମ୍ବରକୁ ଏକ ମେସେଜ ପଠାଇ ପାରିବେ। ଏକ QR କୋଡ୍ ସ୍କାନ୍ କରି କିମ୍ବା ଏକ ଉବର ହ୍ଵାଟ୍ସଆପ ଚାଟ୍ ଖୋଲି ସିଧାସଳଖ ଲିଙ୍କ ଉପରେ କ୍ଲିକ୍ କରିପାରିବେ। ଥରେ ଏହା ହୋଇଗଲେ, ଆପଣଙ୍କୁ ପିକ୍ ଅପ୍ ଏବଂ ଡ୍ରପ୍ ଅଫ୍ ଲୋକେଶନ ଦେବାକୁ କୁହାଯିବ।ଉବର କହିଛି ଯେ ଆପଣ ଭଡା ବାବଦରେ ସୂଚନା ଆଗରୁ ପାଇପାରିବେ ।

କମ୍ପାନୀ କହିଛି ଯେ ହ୍ଵାଟ୍ସଆପ ବ୍ୟବହାର କରୁଥିବା ରାଇଡ଼ର୍ସ ମାନେ ଉବର ଆପ୍ ମାଧ୍ୟମରେ ସିଧାସଳଖ ଯାତ୍ରା ବୁକ୍ କରିବା ପରେ ସୁରକ୍ଷା ଫିଚର ଏବଂ ବୀମା ସୁରକ୍ଷା ପାଇବେ। ଏଥିସହିତବୁକିଂ ସମୟରେ ସେମାନଙ୍କୁ ଡ୍ରାଇଭରର ନାମ ଏବଂଲାଇସେନ୍ସ ପ୍ଲେଟ ଆଦିର ସୂଚନା ଦିଆଯିବ। ସେମାନେ ପିକଅପ୍ ପଏଣ୍ଟକୁ ଯିବା ରାସ୍ତାରେ ଡ୍ରାଇଭରର ଲୋକେଶନ ଟ୍ରାକ୍ କରିବାକୁ ସମର୍ଥ ହେବେ।

ହ୍ଵାଟ୍ସଆପ ମାଧ୍ୟମରେ ଉବର ରାଇଡ୍ କିପରି ବୁକ୍ କରିବେ:

1. ଉବରର ବ୍ୟବସାୟ ଆକାଉଣ୍ଟ ନମ୍ବରକୁ ମେସେଜ୍ କରନ୍ତୁ । QR କୋଡ୍ ସ୍କାନ୍ କରି କିମ୍ବା ଚାଟ୍ ଖୋଲିବା ପାଇଁ ଲିଙ୍କ୍ କ୍ଲିକ୍ କରନ୍ତୁ । ଏହାପରେ “hii ” ପଠାଇ ହ୍ଵାଟ୍ସଆପ ଉବର ଚାଟବଟ୍ ଖୋଲନ୍ତୁ।

2. ଏହାପରେ OTP ପ୍ରବେଶ କରନ୍ତୁ ଯାହା ନିଶ୍ଚିତ କରେ ଯେ ଆପଣ ଉବରର ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ରାଜି ହୋଇଛନ୍ତି ।

3. ତାପରେ ଆପଣ ଆପଣଙ୍କର ପିକଅପ୍ ଠିକଣାକୁ ମେସେଜ୍ କରିପାରିବେ କିମ୍ବା ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କର ଲୋକେଶନ ସେୟାର କରିପାରିବେ। ତା’ପରେ ଡ୍ରପ୍ ଅଫ୍ ଠିକଣା ଦେବେ ।

4. ଆପଣଙ୍କର ପସନ୍ଦିତ ରାଇଡ୍ ବିକଳ୍ପ ବାଛନ୍ତୁ: ଯେପରିକି Uber Go, Uber Auto, Uber Moto

ଏହାପରେ ଆପଣ ଡ୍ରାଇଭରର ନାମ ସହିତ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.