ମନୋରଂଜନ କରିବା ସମୟରେ ନେଇପାରିବେ ସପିଂର ମଜା, youtube ଆଣୁଛି ନୂଆ ଦମଦାର ଫିଚର

ସପିଂ କରିବା ପାଇଁ ପ୍ରାୟତଃ ସବୁ ଯୁବତୀ ଭଲ ପାଆନ୍ତି। ଯଦି ଆପଣ ଏମିତି ସଉକ ରଖିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଆପଣ ୟୁଟ୍ଯୁବରେ ମ୍ଯୁଜିକ କିମ୍ବା ଫିଲ୍ମ ଦେଖିବା ସମୟରେ ମଧ୍ୟ ସପିଂର ମଜା ନେଇପାରିବେ। ଏବେ ମନୋରଂଜନ କରିବା ସମୟରେ ଅନ୍ଯ କୌଣସି ଆପକୁ ଯାଇ ସପିଂ କରିବାର ଆବଶ୍ଯକତା ପଡିବ ନାହିଁ।

ଟେକ୍ ସାଇଟ୍ ପକେଟ ଲିଣ୍ଟ ଅନୁସାରେ, ଗୁଗଲ ନିଜର ଭିଡିଓ ଆପ୍ ୟୁଟ୍ଯୁବରେ ଏକ ନୂଆ ସପିଂ ଫିଚର ଆଣିବାକୁ ଯୋଜନା ଚଲାଇଛି। ଏହାସହିତ ୟୁଟ୍ଯୁବରେ ଚାଲୁଥିବା ଭିଡିଓ ଦେଖିବା ସହିତ ସପିଂ ଅପସନ ନଜର ଆସିବ। ଇଣ୍ଡେକ୍ସ ସାହାଯ୍ଯରେ ଆପଣ ନିଜର ମନ ପସନ୍ଦର ଜିନିଷ କିଣିପାରିବେ। ଆପଣଙ୍କୁ ଅନ୍ଯ କୌଣସି ସାଇଟକୁ ଯିବାକୁ ପଡିବନି।

ୟୁଟ୍ଯୁବର ସପିଂ ଫିଚର କିଛି ୟୁଜର୍ସଙ୍କୁ ପଠାଯାଇସାରିଲାଣି ବୋଲି ଗୁଗଲ କହିଛି। ଏହାର ଟେଷ୍ଟିଂ ଚାଲିଛି। ଏହି ନୂଆ ଫିଚରରେ ଆପଣ କୌଣସି ପ୍ରଡକ୍ଟକୁ ଯଦି ପସନ୍ଦ କରନ୍ତି, ତେବେ ତା’ ସମ୍ବନ୍ଧୀୟ ଭିଡିଓ ମଧ୍ୟ ଦେଖିବାକୁ ମିଳିବ। ଆପଣ ରିଅଲ ଟାଇମ ପ୍ରଡକ୍ଟକୁ ଭିଡିଓରେ ଦେଖିବା ପରେ ପ୍ରଡକ୍ଟ କିଣିପାରିବେ।

Leave A Reply

Your email address will not be published.