WhatsApp ଆଣିଲା ଜବରଦସ୍ତ ଫିଚର୍ସ, ବାରମ୍ବାର ଟାଇପ୍ କରିବାକୁ ପଡ଼ିବନି ଆବଶ୍ୟକ

ହ୍ୱାଟ୍ସଆପ ଚଳିତ ବର୍ଷ ଅନେକ ଜବରଦସ୍ତ ଫିଚର ଆସିବାକୁ ଯାଉଛି । କିଛି ଫିଚର୍ସ ଏପରି ଅଛି, ଯାହାକି ଚାଟିଂ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । ଏଥିରେ ନା କେବଳ ଅଧିକ ଟାଇପ୍ କରିବାକୁ ଆବଶ୍ୟକ ପଡ଼ିବ ନାହିଁ, ବରଂ ଆପଣ ନୂଆ ପଦ୍ଧତିରେ ମଧ୍ୟ ଚାଟିଂ କରିପାରିବେ ।

ହ୍ୱାଟ୍ସଆପ ଚଳିତ ବର୍ଷ ଅନେକ ଜବରଦସ୍ତ ଫିଚର ଆସିବାକୁ ଯାଉଛି । କିଛି ଫିଚର୍ସ ଏପରି ଅଛି, ଯାହାକି ଚାଟିଂ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । ଏଥିରେ ନା କେବଳ ଅଧିକ ଟାଇପ୍ କରିବାକୁ ଆବଶ୍ୟକ ପଡ଼ିବ ନାହିଁ, ବରଂ ଆପଣ ନୂଆ ପଦ୍ଧତିରେ ମଧ୍ୟ ଚାଟିଂ କରିପାରିବେ । ତେବେ ହ୍ୱାଟ୍ସଆପ୍ ନିଜର ନୂଆ ଫିଚର ‘ଷ୍ଟିକର ମେକର ଟୁଲ’ ଉପରେ କାମ କରୁଛି । ଏହି ଫିଚର୍ସ ୟୁଜର୍ସଙ୍କୁ ଆଇଓଏସରେ ଆପ୍ଲିକେସନ୍ ମଧ୍ୟରେ ଷ୍ଟିକର ତିଆରି କରିବାକୁ ଅନୁମତି ଦେବ ।

ରିପୋର୍ଟ ଅନୁଯାୟୀ, ଚାଟ୍ ସେୟାର ଆକ୍ସନ୍ ସିଟ୍ ମଧ୍ୟରେ କମ୍ପାନୀ ଏକ ‘ନୂଆ ଷ୍ଟିକର’ ଅପସନ୍ ଆଣିବାକୁ ଯୋଜନା କରୁଛି । ଏହି ଫିଚର୍ସ ଉପଭୋକ୍ତାମାନଙ୍କୁ ସେମାନଙ୍କର ଲାଇବ୍ରେରୀରୁ ଫଟୋ ସିଲେକ୍ଟ କରିବା ଏବଂ ବ୍ଲାକଗ୍ରାଉଣ୍ଡକୁ ରିମୁଭ୍ କରିବା ଭଳି ଟୁଲ୍ ସହିତ ଏଡିଟ୍ କରିବାର ଅନୁମତି ଦେବ ।

ଥାର୍ଡ ପାର୍ଟି ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ 

ଏହା ବ୍ୟତୀତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ନୂତନ ଫିଚର୍ସ ଉପଭୋକ୍ତାମାନଙ୍କୁ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ୍ କରିବାରେ ରକ୍ଷା କରିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ହ୍ୱାଟ୍ସଆପ୍ ୱେବ୍ ଏବଂ ଡେସ୍କଟପରେ ସମାନ ଉପକରଣ ପୂର୍ବରୁ ରହିଛି, କିନ୍ତୁ ଆଇଓଏସରେ ବିକଶିତ ଉପକରଣ ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ଦେବ । ଇନ୍-ଆପ୍ ଷ୍ଟିକର୍ ମେକର ଟୁଲର ବ୍ୟବହାର କରି ଷ୍ଟିକର୍ ତିଆରି କରିବାର କ୍ଷମତା ଉପରେ କାମ ଚାଲିଛି ଏବଂ ଭବିଷ୍ୟତରେ ଆପ୍ ଅପଡେଟ୍ ରେ ସାମିଲ କରାଯିବ ।

ଏହାରି ଭିତରେ ହ୍ଵାଟ୍ସଆପ୍‌ କଥିତ ଭାବେ ମ୍ୟାକଓଏସ ଟୁଲ ଉପରେ ଏକ ନୂଆ ଗ୍ରୁପ କଲିଙ୍ଗ ଫିଚର ଆରମ୍ଭ କରିଛି । ଯାହା ୟୁଜର୍ସଙ୍କୁ ସିଲେକ୍ଟ ପାର୍ଟିସିପେଣ୍ଟସଙ୍କ ସହିତ ଗ୍ରୁପ କଲ୍‌ କରିବାର ଅନୁମତି ଦେବ । ଏହାପୂର୍ବରୁ ଗ୍ରୁପ କଲ୍‌ ଆରମ୍ଭ କରିବା ସମ୍ଭବ ନଥିଲା, କାହିଁକିନା ବଟନ କିମ୍ବା ଡିସେବଲ ଥିଲା ଏବଂ ମ୍ୟାକଓଏସ ଉପରେ କାମ କରୁନଥିଲା । ଯଦିଓ ହ୍ଵାଟ୍ସଆପ ବିଟାର ଲାଟେଷ୍ଟ ଅପଡେଟରେ କଲ୍‌ ବଟନ ‘ଅଡିଓ ଏବଂ ଭିଡିଓ’ରେ ଉପଲବ୍ଧ ଅଛି ଏବଯାହାପରେ ୟୁଜର୍ସ ଏବେ ଏକ ଗ୍ରୁପ କଲ୍‌ ଆରମ୍ଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.