ଟେକ୍

ଏବେ AIରେ ପ୍ରୋଫାଇଲ୍‌ ଫଟୋ ପ୍ରସ୍ତୁତ କରିବେ ହ୍ଵାଟ୍ସଆପ୍‌ ୟୁଜର୍ସ, ଆସିଲା ଦମଦାର ଫିଚର

ଯଦି ଆପଣ ନିଜ ସ୍ମାର୍ଟଫୋନରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ହ୍ଵାଟ୍ସ ଆପ୍ କୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି । ତେବେ ହ୍ଵାଟ୍ସଆପ୍‌ ନିଜ ୟୁଜରଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର ଆଣିଥାଏ । କମ୍ପାନୀ ଏବେ ପ୍ରୋଫାଇଲ୍ ସେକ୍ସନରେ ଏହାର ୟୁଜରଙ୍କ ପାଇଁ ଏକ ବଢ଼ିଆ ଫିଚର ଆଣିବାକୁ ଯାଉଛି ।

ହ୍ଵାଟ୍ସ ଆପ୍ ଖୁବଶୀଘ୍ର ଏହାର ୟୁଜରମାନଙ୍କୁ ପ୍ରୋଫାଇଲ୍ ଫଟୋରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଫିଚର ଦେଇପାରେ । ଏହି ଫିଚର ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ପ୍ରୋଫାଇଲ୍ ଫଟୋ କ୍ରିଏଟ୍‌ କରିବାକୁ ସକ୍ଷମ ହେବେ । ଯଦି ଆପଣ ହ୍ଵାଟ୍ସ ଆପରେ ନୂଆ ନୂଆ ପ୍ରୋଫାଇଲ୍ ଫଟୋ ଲଗାଇବାକୁ ଭଲ ପାଆନ୍ତି, ତେବେ ଆପଣ ହ୍ଵାଟ୍ସ ଆପର ଏହି ନୂଆ ଫିଚରକୁ ଖୁବ୍‌ ପସନ୍ଦ କରିବେ ।

ସୂଚନା ଥାଉ କି ହ୍ଵାଟ୍ସ ଆପର ଏହି ଆଗାମୀ ଦମଦାର ଫିଚର ବିଷୟରେ ହ୍ଵାଟ୍ସ ଆପ୍ ତରଫରୁ ସୂଚନା ମିଳିଛି । ଯାହା କମ୍ପାନୀର ଅପଡେଟ୍ ଉପରେ ନଜର ରଖିଥାଏ । ଏହି ଫିଚର କେବଳ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଉପଲବ୍ଧ ହେବ। କମ୍ପାନୀର ଏହି ନୂଆ ଫିଚରକୁ AI ପ୍ରୋଫାଇଲ୍ ଫଟୋ କୁହାଯାଉଛି ।

ରିପୋର୍ଟ ଅନୁଯାୟୀ ଖୁବ୍ ଶୀଘ୍ର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରମାନେ AI ପ୍ରୋଫାଇଲ୍ ଫଟୋଗୁଡ଼ିକର ଫିଚର ପାଇବାକୁ ଯାଉଛନ୍ତି । ଏହି ଫିଚର ସାହାଯ୍ୟରେ ୟୁଜରମାନେ ନିଜ ମୁଡ୍‌ ଅନୁଯାୟୀ ଭଲ ଭଲ ଇମେଜ୍‌ କ୍ରିଏଟ୍‌ କରିପାରିବେ । ଆଣ୍ଡ୍ରଏଡ୍ ୨.୨୪.୧୧.୧୭ ଅପଡେଟ୍ ଦ୍ୱାରା ବିଟା ୟୁଜରଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇଛି ।

ଆସନ୍ତୁ ଆପଣଙ୍କୁ କହିବା ଯେ ହ୍ଵାଟ୍ସ ଆପ୍ ଏହାର ୟୁଜରମାନଙ୍କ ପାଇଁ ଅନେକ ନୂଆ ଫିଚର ଉପରେ କାମ କରୁଛି । କମ୍ପାନୀ ଏହାର ୟୁଜରମାନଙ୍କ ପାଇଁ ମିଡିଆ ରିଆକ୍ସନ ଭଳି ଏକ ନୂଆ ଫିଚର ଆଣିବ । ଆଗାମୀ ଦିନରେ ୟୁଜରମାନେ ଫଟୋ ଏବଂ ଭିଡିଓ ଉପରେ ଅତି ସହଜରେ ପ୍ରତିକ୍ରିୟା ଦେବାକୁ ସମର୍ଥ ହେବେ ।

Subhalaxmi Das

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

12 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

20 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago