ଏବେ WhatsAppରେ ବୁକ୍ କରିପାରିବେ ଫ୍ଲାଇଟ୍ ଟିକେଟ୍, କମ୍ପାନୀ ଲଞ୍ଚ କଲା ନୂଆ ଫିଚର୍

ଯଦି ଆପଣ କୌଣସି ଏଭଳି କାମ କରୁଛନ୍ତି, ଯେଉଁଥିପାଇଁ ଆପଣଙ୍କୁ ବାରମ୍ବାର ଫ୍ଲାଇଟ୍ ଯୋଗେ ଯାତ୍ରା କରିବାକୁ ପଡୁଛି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଆପଣ ସହଜରେ ଫ୍ଲାଇଟ୍ ଟିକେଟ ବୁକ୍ କରିପାରିବେ । ଫ୍ଲାଇଟ୍ ଟିକେଟ୍ ବୁକିଂକୁ ସହଜ କରିବାକୁ ଭାରତର ଲୋକପ୍ରିୟ ବିମାନ କମ୍ପାନୀ ଇଣ୍ଡିଗୋ ହ୍ୱାଟ୍ସଆପ୍ ପାଇଁ ଏକ ନୂଆ AI ବୁକିଂ ଆସିଷ୍ଟାଣ୍ଟ 6EsKai ଲଞ୍ଚ କରିଛି ।
ଆପଣଙ୍କୁ କହି ରଖୁଛୁ ଯେ indiGo ର 6EsKai AI ଆସିଷ୍ଟାଣ୍ଟ ଏକ ସାଧାରଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫିଚର ନୁହେଁ । ଏହି AI ଆସିଷ୍ଟାଣ୍ଟ ଫିଚର୍ ଗୁଗୁଲର ପାର୍ଟନର Riafy ଦ୍ୱାରା ନିର୍ମିତ ଏକ ଅତି ସ୍ୱତନ୍ତ୍ର AI ପ୍ଲାଟଫର୍ମରେ କାମ କରେ ଯାହା ଆପଣଙ୍କର ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅତି ସହଜ କରିଥାଏ । ବର୍ତ୍ତମାନ ଆପଣ 6EsKai ମାଧ୍ୟମରେ, ନିଜ ବିମାନ ଟିକେଟ ବୁକ୍ କରିପାରିବେ, ଚେକ୍ ଇନ୍ କରିପାରିବେ, ଫ୍ଲାଇଟ୍ ସ୍ଟାଟସ ଯାଞ୍ଚ କରିପାରିବେ, ବୋର୍ଡିଂ ପାସ୍ ପାଇପାରିବେ କିମ୍ବା ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ପ୍ରଶ୍ନର ସମସ୍ତ ଉତ୍ତର ପାଇପାରିବେ ।
ବିଶେଷ କଥା ହେଉଛି ଆପଣ ନିଜର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଏହି ସବୁ କାର୍ଯ୍ୟ କରିବାକୁ ସକ୍ଷମ ହେବ । IndiGo ର ନୂଆ 6EsKai ଫିଚର୍ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କାମ କରେ । ଯଦି ଆପଣ 6EsKai ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ହ୍ୱାଟ୍ସଆପ୍ ରୁ +917065145858 କୁ ଏକ ମେସେଜ୍ ପଠାଇବାକୁ ପଡିବ ।
6EsKai କୁ ସବୁଠାରୁ ସ୍ୱତନ୍ତ୍ର କରୁଥିବା ହେଉଛି ଏହାର ଲାଙ୍ଗୁଏଜ ମଡେଲ୍ ଟେକ୍ନୋଲୋଜି । ଯଦି ଆପଣ ବାରମ୍ବାର ଫ୍ଲାଇଟ୍ ବୁକ୍ କରନ୍ତି, ଏହା ଆପଣଙ୍କ ଫ୍ଲାଇଟ୍ ବୁକ୍ ପ୍ରୋସେସକୁ ଆହୁରି ସହଜ କରିବ । ଏହାର ସାହାଯ୍ୟରେ, ଆପଣ ଅତି ସହଜରେ ନିଜ ଟ୍ରାଭେଲ୍ ପ୍ଲାନ୍ କରିପାରିବ ।