ଏବେ ହ୍ଵାଟସଅପରୁ ଜାଣିପାରିବେ କେଉଁଠି ଦିଆଯାଉଛି ଟିକା, କେମିତି ଜାଣନ୍ତୁ

କରୋନାରୁ ରକ୍ଷା ପାଇବା ପାଇଁ କୋଭିଡ୍ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଯଦି ଆପଣ ମଧ୍ୟ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ଘର ପାଖାପାଖି କେଉଁଠି ଟିକାକରଣ କେନ୍ଦ୍ର ଅଛି। ତାହେଲେ ଆଜି ଆମେ ଆପଣଙ୍କୁ ଏଠାରେ ଜଣାଇବୁ ଆପଣଙ୍କ ନିକଟସ୍ଥ କେଉଁଠି ଦିଆଯାଉଛି ଟିକା ତାହା ଆପଣ ଆପଣଙ୍କ ହ୍ଵାଟସଅପ୍‌ ଦ୍ୱାରା ଜାଣିପାରିବେ। ହ୍ବାଟସଆପରେ ଚାଟ୍ କରୁ କରୁ ହିଁ ଘର ନିକଟରେ ଥିବା ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ପାଇପାରିବେ ।

MyGovIndia ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ହ୍ବାଟସଆପ୍ ରେ MyGov Corona Helpdesk ଏବେ ଲୋକଙ୍କ ନିକଟତମ ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବ । ଏହା ହିନ୍ଦୀ ଏବଂ ଇଂଗ୍ରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ ।

ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଆପଣଙ୍କୁ କେଉଁ ନମ୍ବରକୁ ମେସେଜ୍ କରିବାକୁ ପଡିବ, ଅର୍ଥାତ୍, ସବିଶେଷ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା…

୧- ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ୯୦୧୩୧୫୧୫୧୫ ନମ୍ବର ସେଭ୍ କରିବାକୁ ପଡିବ ।

୨- ନମ୍ବର ସେଭ୍ କରିବା ପରେ ଫୋନରେ ହ୍ବାଟସଆପ୍ ଖୋଲନ୍ତୁ ।

୩- ହ୍ବାଟସଆପ୍ ଖୋଲିବା ପରେ ସେଭ୍ କରିଥିବା ନମ୍ବର ସହିତ ଚାଟ୍ ବକ୍ସ ଖୋଲନ୍ତୁ ।

୪- Namaste ଲେଖି ପଠାନ୍ତୁ । ଚାଟବାଣ୍ଟ ଆପଣଙ୍କୁ ୯ଟି ବିକଳ୍ପ ସହ ରିପ୍ଲାଏ କରିବ ।

୫- ଟିକାକରଣ ସଂପର୍କରେ ସୂଚନା ପାଇବାକୁ, ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୬- ଏହାପରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ ଟିକାକରଣକେନ୍ଦ୍ରର ସୂଚନା ପାଇଁ ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ ।

୭- ଏହାପରେ ଆପଣଙ୍କୁ PIN କୋଡ୍ ଦେବା ପାଇଁ କୁହାଯିବ ।

୮- ଯେତେବେଳେ ଆପଣ ଆପଣଙ୍କ ଅଞ୍ଚଳର ପିନ୍ କୋଡ୍ ଲେଖି ପଠାଇବେ ନିକଟରେ ଥିବା ଟିକାକରଣ କେନ୍ଦ୍ର ବିଷୟରେ ସୂଚନା ପାଇଯିବେ ।

ଏମିତି ମିଳିବ ଏଠାରୁ ଲିଙ୍କ

ଭ୍ୟାକସିନ୍‌ ସେଣ୍ଟର ଲିଷ୍ଟ ସହିତ MyGovIndia ଚାଟ୍‌ ବକ୍ସରେ ଆପଣଙ୍କୁ କୋଭିଡ ୧୯ ଭ୍ୟାକସିନ୍‌ ରେଜିଷ୍ଟ୍ରେସନର ଲିଙ୍କ ମଧ୍ୟ ମିଳିଯିବ। କୋଓ୍ଵିନ ଆପ୍‌ ଓପନ ହୋଇଯିବ। ଏଠାରେ ଆପଣଙ୍କୁ ନିଜ ଫୋନ ନମ୍ବର, ଓଟିପି ଏବଂ ଆଇଡି ପୃଫ ନମ୍ବର ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ। ଏମିତି ତ ଆପଣ ଚାହିଁଲେ ଆରୋଗ୍ୟ ସେତୁ ଆପ୍‌ ଏବଂ କୋଭିଡ ସର୍ଭିସ ପୋର୍ଟାଲ କିମ୍ବା ଉମଙ୍ଗ୍‌ ଆପକୁ ଯାଇ ସିଧାସଳଖ ରେଜିଷ୍ଟ୍ରେସନ୍‌ କରିପାରିବେ।

ଦୁଇଟି ଭାଷାକୁ କରିଥାଏ ସପୋର୍ଟ

ହେଲ୍ପ ଡେସ୍କ ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାର ସପୋର୍ଟ ଦେଇଥାଏ। ଏବେ ଡେଫଲଡ୍‌ ଭାଷା ଇଂରାଜୀରେ ଆସୁଛି। ଏମିତିରେ ଜଣେ ବ୍ୟକ୍ତି ହିନ୍ଦୀରେ ମେସେଜ୍‌ ପଠାଇ ତାକୁ ସେଟ୍‌ କରିପାରିବେ। MyGovIndia ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଏହି କଥାର ସମ୍ପୂର୍ଣ୍ଣ ବିବରଣୀ ଦେଇଛି ଆଉ ପୂରା ପ୍ରୋସେସ୍‌ ମଧ୍ୟ ବୁଝାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.